• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା । ଡିଜିଟାଲ୍ କ୍ୟାମ୍ପେନ୍‌ରେ ଭୋଟରଙ୍କ ପାଖେ ପହଞ୍ଚିବା କଷ୍ଟସାଧ୍ୟ ହେଉଥିବା ବେଳେ, ଏକାଧିକ ଆଶାୟୀଙ୍କୁ ନେଇ ପ୍ରାର୍ଥୀ ଚୟନ ପ୍ରମୁଖ ରାଜନୈତିକ ଦଳଗୁଡିକର ମୁଣ୍ଡବିନ୍ଧା ବଢାଇ ଦେଇଛି ।

ହାତରେ ସମୟ କମ୍, ତଥାପି ବିଜେଡି, ବିଜେପି ଓ କଂଗ୍ରେସର ଅଙ୍କ ଛିଡ଼ୁନି । ମାଳ ମାଳ ଆଶାୟୀଙ୍କୁ ନେଇ ୮୫୩ ଜିଲ୍ଲା ପରିଷଦ ଲାଗି ଟିକେଟ ବଣ୍ଟା ଫାଇନାଲ୍ ଏଯାଏ ହୋଇପାରୁନି । ଶାସକ ବିଜେଡି ପାଇଁ ବର୍ତ୍ତମାନ ଏହା ବଡ ଚାଲେଞ୍ଜ । ବିଧାୟକମାନଙ୍କ ଉପରେ ପ୍ରାର୍ଥୀ ଚୟନର ଗୁରୁ ଦାୟିତ୍ୱ ଥିବାରୁ ମାପି ଚୁପି ନାଁ ଫାଇନାଲ୍ କରୁଛନ୍ତି ନେତା । ଗତ ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବିଜେପି ଏଥର ତୃଣମୂଳ ସ୍ତରର ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ଭୋଟରଙ୍କ ପାଖକୁ ଯାଉଛି । BJPର ବି ସମାନ ଅବସ୍ଥା, ଏକାଧିକ ଆଶାୟୀ ଥିବାରୁ ଏଯାଏ ପ୍ରାର୍ଥୀ ଅଙ୍କ ଛିଡିନି । କଂଗ୍ରେସର କିନ୍ତୁ ପ୍ରାର୍ଥୀ ଚୟନ ଅଧାରୁ ଅଧିକ ଶେଷ ହୋଇଥିବା ନେତା କହିଛନ୍ତି ।

ହାତରେ ଆଉ ମାତ୍ର କେଇ ଘଣ୍ଟା ସମୟ ଥିବାରୁ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନପତ୍ର ଲାଗି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ରଖୁଛନ୍ତି । ଖାଲି ସେତିକି ନୁହେଁ ଗାଁକୁ ଗାଁ ଆଉ ଘରକୁ ଘର ବୁଲି ପ୍ରଚାର ବି ଚଳାଇଛନ୍ତି । ସରକାରଙ୍କ ନିର୍ବାଚନୀ କଟକଣା ଭିତରେ ପ୍ରଚାର କରିବାକୁ ବାଧ୍ୟ ହେଉଛନ୍ତି ଆଶାୟୀ । ଡିଜିଟାଲ୍ ମିଡିଆ ଓ ସୋସିଆଲ୍ ମିଡିଆରେ ଜୋରଦାର ହେଉଛି ପ୍ରଚାର । ପଞ୍ଚାୟତରେ ଶେଷ ମୁହୂର୍ତ୍ତରେ ବି ବୈଠକ ବସି ପ୍ରାର୍ଥୀ ଚୟନ କରାଯାଉଛି ।

୨୧ ଯାଏ ଦାଖଲ ହେବ ନାମାଙ୍କନ ପତ୍ର ୨୨ରେ ମନୋନୟନ ପତ୍ର ଯାଞ୍ଚ ହେବ । ୨୫ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ପଡ଼ିବ ।