• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ମାଡ଼ ଅଭିଯୋଗ ଘଟଣା । ମାଡ଼ ମାରିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ମାମଲା । ବାରିପଦା ଟାଉନ୍ ଥାନାରେ ଅଭିଯୋଗକାରୀଙ୍କ ଏତଲା ଭିତ୍ତିରେ ମାମଲା । IPC ୩୨୩, ୩୨୫, ୨୯୪, ୫୦୬ ଦଫାରେ ମାମଲା ରୁଜୁ । ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡିରେକ୍ଟର ଓ ଆସିଷ୍ଟାଣ୍ଟ ଡିରେକ୍ଟରଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ଅଭିଯୋଗ ହୋଇଛି ।

ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି । ସେପଟେ ଆହତ ଅବସ୍ଥାରେ ଉଭୟ ଅଧିକାରୀ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।