Advertisment

ପଂଚାୟତ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ: ଜାଣନ୍ତୁ ମୈଦାନରେ ଅଛନ୍ତି କେତେ ପ୍ରାର୍ଥୀ ?

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ

author-image
Sarbeswar
ଅଦ୍ୟତନ ହୋଇଛି
Election Commision

Election Commision

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପ୍ରକାଶ ପାଇଛି ନୋମିନେସନ କରିଥିବା ଚୂଡାନ୍ତ ପ୍ରାର୍ଥୀଙ୍କ ସଂଖ୍ୟା। ଜିଲ୍ଲା ପରିଷଦ ପଦ ପାଇଁ ରାଜ୍ୟର ମୋଟ ୩ ହଜାର ୯ ଶହ ୯୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେହିଭଳି ସରପଞ୍ଚ ପଦ ପାଇଁ ୩୪ ହଜାର ୬୧୩ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ନାମାଙ୍କନ ଭରିଛନ୍ତି। ୱାର୍ଡ ମେମ୍ବର ପଦ ପାଇଁ ମୋଟ୍ ୧ ଲକ୍ଷ ୬୨ ହଜାର ୨୯୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି। ଆଜିଠାରୁ ମନୋନୟନ ପତ୍ର ଯାଞ୍ଚ ହେବ ବୋଲି ସୂଚନା ମିଳିଛି।

Advertisment

ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ। ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ଏଥର ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି।

ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏପଟେ ପ୍ରାର୍ଥିପତ୍ର ଦାଖଲ ସରୁ ସରୁ ନିଜ ନିଜ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀକୁ ଅସ୍ତ୍ର କରି ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ କହିଛି ପୂର୍ବ ତୁଳନାରେ ଦଳ ଏଥର ଭଲ କରିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା, ଏଥର ଦଳକୁ ଅଧିକ ଆସନରେ ଜିତାଇବ ବୋଲି ଆଶା ରଖିଛି ବିଜେପି ।

Advertisment
PanchayatElection PanchayatElection2022
Advertisment
Advertisment