Advertisment

ଆମ କଥା ତ ଶୁଣିଲନି, ଆମେ ଭୋଟ୍‌ ଦେବୁ କାହିଁକି?

କହି କହି କେହି ଶୁଣିଲେ ନାହିଁ, ଏବେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଲେ ଗାଁ ଲୋକେ

author-image
Sarbeswar
No Work, No Vote

No Work, No Vote

ସାଧାରଣ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଆମ୍ବାପଡା ଗାଁର ମାଳିସାହି ଓ ଆଦିବାସୀ ସାହି ଲୋକେ ଏପରି ନେଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଆବାସ ଯୋଜନା ପରି ଅନେକ ମୌଳିକ ସୁବିଧାରୁ ଏବେବି ଲୋକେ ବଞ୍ଚିତ ରହିଥିବାରୁ ଏପରି ଚରମ ପଦକ୍ଷେପ ନେଇଛନ୍ତି ଗାଁ ଲୋକେ। ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରି କଲେ ମଧ୍ୟ ମିଳୁ ନାହିଁ ସୁଫଳ। ବାଧ୍ୟ ହୋଇ ଲୋକେ ଚଳିତବର୍ଷ ପଂଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ମାଳିସାହି ଓ ଆଦିବାସୀ ସାହିରେ ପ୍ରାୟ ୧୦୦ଟି ପରିବାର ଲୋକେ ବସବାସ କରନ୍ତି। ତେବେ ଏହି ଅଂଚଳକୁ ଘେରି ରହିଛି ମାଛକୁଣ୍ଡ ନଦୀ। ଗାଁ ଲୋକଙ୍କ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡେ ବି ନାହିଁ। ଗାଁଠାରୁ ମାଛକୁଣ୍ଡ ୧କିଲୋମିଟର ଦୂର ରାସ୍ତା, ହେଲେ ଦୀର୍ଘ ୧୨ କିଲୋମିଟର ଦୂର ଅତିକ୍ରମ କରିବାକୁ ପଡୁଛି। ଗାଁଲୋକେ ମାଛକୁଣ୍ଡ ନଦୀରେ ଏକ ଭଙ୍ଗା କାଠ ଡଙ୍ଗାରେ ନଦୀ ପାରି ହୋଇ ମାଛକୁଣ୍ଡ ବ୍ୟାଙ୍କ, ଥାନା, ବଜାର କରିବାକୁ ଯାଆସ କରିଥାନ୍ତି। ପାନୀୟ ଜଳ କଥା ନକହିବା ଭଲ। ନଳକୂପ ଖଣ୍ଡେ ବି ନାହିଁ। ଚଳିତବର୍ଷ ଭୋଟ ବର୍ଜନ କରିବା ନେଇ ସ୍ଥାନୀୟ ବିଡ଼ିଓଙ୍କ ନିକଟରେ ଗାଁ ଲୋକେ ଅଭିଯୋଗ କରିଥିବା କହିଛନ୍ତି। ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି। ସେପଟେ

ମୋବାଇଲ ନେଟଓ୍ୱର୍କ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ପଞ୍ଚାୟତବାସୀ ଭୋଟ ବର୍ଜନ କରିଥିବା ଖବର ସାମ୍ନାକୁ ଆସିଛି। ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ୱାର୍ଡ଼ ମେମ୍ବର ପଦବୀ ପାଇଁ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ କଲେ ନାହିଁ। କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଆଡ଼ାସୀପଡ଼ା ପଞ୍ଚାୟତବାସୀ ମୋବାଇଲ ନେଟଓ୍ୱାର୍କ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଦାବିରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଦାବୀରେ। ପଞ୍ଚାୟତବାସୀ ମିଳିତ ଭାବେ ଆଡ଼ାସୀପଡ଼ା ଜନ ସଚେତନ ମଞ୍ଚ ଗଠନ କରିଛନ୍ତି। ପୂର୍ବରୁ ତାଙ୍କର ଏହି ଦାବି ସମ୍ପର୍କରେ ସେମାନେ ବହୁବାର କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଥିବା ବେଳେ ତାଙ୍କ ଦାବୀ ପୂରଣ ହୋଇନଥିବାରୁ ଏବେ ସମସ୍ତ ଲୋକ ଏକାଠି ହୋଇ ଭୋଟ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଛନ୍ତି।

Advertisment
PanchayatElection PanchayatElection2022
Advertisment
Advertisment