ପୁଣି ଉଠିଲା ମାହାଙ୍ଗା ଡବଲ ମର୍ଡର ଘଟଣା । ଘଟଣାକୁ ବର୍ଷେ ପୁରିଲା ହେଲେ ମାମଲା ଯେଉଁଠି ଥିଲା ସେଇଠି ଅଛି । ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କୁଳମଣିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରିଲା ନାହିଁ । ଶେଷରେ ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳ ନିକଟରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା ।
ଭୟଙ୍କର ଅବସ୍ଥା। ରାଜ୍ଯରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଭିତରେ ଧସେଇ ପଶିଛନ୍ତି ବିଜେପି କର୍ମୀ। ଉପସ୍ଥିତ ପୋଲିସ୍ ପରିସ୍ଥିତିକୁ ସମ୍ଭାଳି ପାରି ନଥିଲେ। ଦେଖନ୍ତୁ ସେଇ ଚିତ୍ର
ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଅଭିଯୋଗରେ ବିଜେପି କର୍ମୀମାନେ ହୋହଲ୍ଲା କରିଛନ୍ତି।
ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା...ଦେଖନ୍ତୁ ଏହି ଭିଡ଼ିଓ
ନିର୍ବାଚନକୁ ଘାରିଛି କୋରନା ଭୟ । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ପଂଚାୟତ ଭୋଟକୁ ନେଇ ଚିନ୍ତା । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଘୋଷଣା କରି ପ୍ରସ୍ତୁତ ହେଉଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ବି ଚୂଡାନ୍ତ ପର୍ଯ୍ୟାୟରେ ।
ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ । ରାଜ୍ୟରେ ପୁରୁଷ ଭୋଟର ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଥିବାବେଳେ ରାଜ୍ୟରେ ମହିଳା ଭୋଟର ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ।
ଝିଅଙ୍କ ବିବାହ ବୟସ ବୃଦ୍ଧି ନକରି ବରଂ ପୁଅଙ୍କ ବିବାହ ବୟସକୁ ୨୧ରୁ ୧୮ ବର୍ଷ କମାଇବାକୁ ସେ ଅପିଲ୍ କରିଛନ୍ତି ।
ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ତୃତୀୟ ଲହରର କଳାବାଦଲ । ଏବେଠୁ ଯେମିତି ମାଡ଼ିଲାଣି, ଆଗକୁ କଣ ହେବ?
ଏଭଳି ପାପ କରିବା ପରେ ଏହି ସରକାର କ୍ଷଣେ ମାତ୍ର ରହିବା ଉଚିତ ନୁହେଁ କହିଲେ ଅମରିନ୍ଦର । ପଞ୍ଜାବ ସରକାରକୁ ତୁରନ୍ତ ବରଖାସ୍ତ କରିବାକୁ କହିଲେ ଅମରିନ୍ଦର ସିଂହ ।
ପଂଚାୟତ ନିର୍ବାଚନ ହେବା ପୂର୍ବରୁ ସବୁ ବର୍ଗଙ୍କୁ ଖୁସ୍ କରିଦେଲେ ନବୀନ ସରକାର । ଫୋକସ୍ରେ ଶିକ୍ଷକ, ଗୋଟିଏ ପରେ ଗୋଟିଏ ଦାବିକୁ ପୂରଣ କରୁଛନ୍ତି ସରକାର ।
୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି ।
ଭୋଟ୍ ପୂର୍ବରୁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ଭରପୂର ଉଦ୍ୟମ କରୁଥିବା ବେଳେ ଫୋକସ୍ରେ ଅଛନ୍ତି ଶିକ୍ଷକ । ତେବେ ଶିକ୍ଷକଙ୍କୁ ହଠାତ୍ ଏତେ ଗୁରୁତ୍ୱ ଦିଆଯିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।
ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ। ଅନୁସୂଚିତ ଜନଜାତି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବଲାଙ୍ଗିରରେ ଆଦିବାସୀଙ୍କ ବିରାଟ ମେଳି, ପୋଲିସ ସହ ଧସ୍ତାଧସ୍ତି ବି ହୋଇଛି। ତେଣେ ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ଆଣି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିଛି।
ସଂରକ୍ଷଣକୁ ନେଇ ବଢୁଛି ଅସନ୍ତୋଷ, ଆଇନ ଅନୁସାରେ ସଂରକ୍ଷଣ କରାଯାଇଥିବା ଶାସକ ଦଳ ପ୍ରତିକ୍ରିୟା ଦେଇ କହିଛି
ପୌର ନିର୍ବାଚନ ପାଇଁ ଆଉ ଥରେ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କର୍ପୋରେସନର କମିଶନରକୁ ଚିଠି କରିଛନ୍ତି ନଗର ଉନ୍ନୟନ ବିଭାଗ । କୋର୍ଟଙ୍କ ଅର୍ଡର ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅର୍ଡିନାନ୍ସ ଆଣି ସଂଶୋଧନ କରିଛନ୍ତି ।
ଦିନେ ଯିଏ ସରକାରୀ ଯୋଜନା ବାଣ୍ଟୁଥିଲେ, ସିଏ ଆଜି ଚାଖଣ୍ଡେ ପେଟ ପାଇଁ ସଂଘର୍ଷ କରୁଛନ୍ତି । ଦିନେ ଯିଏ କାଳିଆ ଯୋଜନାର ଆବଣ୍ଟନ କରୁଥିଲେ, ଆଜି ନିଜେ ସିଏ ଦାଦନ ଖଟୁଛନ୍ତି । ଆମେ କହୁଛୁ, ବଲାଙ୍ଗିର ଦେଓଗାଁ ବ୍ଲକ ଉପାଧ୍ୟକ୍ଷଙ୍କ କଥା, ରାଜୁ ବାଗ୍ଙ୍କ ଅସହାୟତାର କାହାଣୀ । ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବ୍ଳକ୍ ଉପାଧ୍ୟକ୍ଷ ହୋଇଥିଲେ ରାଜୁ ବାଗ୍ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳିକି ଭଳି ଭିଡିଓକୁ ନେଇ ବିରୋଧି ରାଜନୈତିକ ଗନ୍ଧ ବାରିଲେଣି..
ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ ଥାଇପାରେ?
୨୨ ହେଉଛି ନିର୍ବାଚନର ବର୍ଷ। ପଞ୍ଚାୟତ ସହ ପୌର ନିର୍ବାଚନ ଚଳିତ ବର୍ଷ ହେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଦଳ ଗୁଡିକ ପାଖରେ ଆଉ ସମୟ ନାହିଁ। ଶାସକ ବିଜେଡି ପାଇଁ ତିନି ପ୍ରମୁଖ ଚାଲେଞ୍ଜ୍ ହେଲା, ଦଳ ଭିତରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ଓ ଆମଦାନୀ ନେତାଙ୍କୁ ଥଇଥାନ କରିବା।
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''
ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି । ଏବେ ଅନୁଭବ କହିଲେଣି, ତାଙ୍କ ପତ୍ନୀ ବର୍ଷା ବି କାଗଜପତ୍ର ଜାଲିଆତି କରିଛନ୍ତି ।
ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର
୪୦ ହଜାର ୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟ ସୀମାକୁ ମଧ୍ୟ କୋହଳ କରିଛନ୍ତି ।