• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନ ଚାଲିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । କିଏ ଭୋଜିଭାତ ଦେଉଛି ତ ଆଉ କିଏ ଟଙ୍କାପଇସା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି । ମାତ୍ର ପ୍ରାର୍ଥୀଙ୍କୁ ଟଙ୍କା ଚାଉଳ ଦେଇ ଭୋଟରମାନେ ସାହାଯ୍ୟ କରୁଥିବା ପରି ଦୃଶ୍ୟ ଖୁବ୍ କମ ଦେଖିବାକୁ ମିଳେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବ୍ଳକ ଗାଇସୀମା ପଞ୍ଚାୟତରେ ।

ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି । ତାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଗାମୁଛା ପତାଇ ଭୋଟ ଭିକ୍ଷା ସହ ସାହାଯ୍ୟ ମଧ୍ୟ ମାଗୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ତାଙ୍କୁ ଟଙ୍କା, ପଇସା, ଚାଉଳ ଦାନ କରୁଛନ୍ତି । ଗାଁ କୁ ଗାଁ ବୁଲି ସେ ଏପରି ପ୍ରଚାର ଚଳାଇଛନ୍ତି ।

ଗାଇସୀମା ପଞ୍ଚାୟତରେ ରାସ୍ତା, ପାନୀୟ ଜଳ ଶିକ୍ଷା, ସ୍ଵାସ୍ଥ୍ୟ ପରି ଅନେକ ସମସ୍ୟା ରହିଛି । ପୂର୍ବରୁ ଅନେକ ଜନପ୍ରତିନିଧି ଏହି ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି । ପ୍ରାର୍ଥୀ ଜଣକ ବିଜୟୀ ହେଲେ ଏ ସବୁ ସମସ୍ୟା ସମାଧାନ କରି ପାରିବେ ବୋଲି ଆଶା ବାନ୍ଧିଥିବା ସହ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ମୁକ୍ତ ହସ୍ତରେ ଗ୍ରାମବାସୀମାନେ ଦାନ କରୁଛନ୍ତି ।

ଗ୍ରାମବାସୀଙ୍କ ଚାନ୍ଦା ଟଙ୍କାରୁ ବ୍ୟାନର ପୋଷ୍ଟର ଛପାଯାଇ ଲଗାଯାଇଛି। ଗ୍ରାମବାସୀମାନେ ତାଙ୍କ ପାଇଁ ଭୋଟ ପ୍ରଚାର କରୁଛନ୍ତି । ଆସନ୍ତା ୨୪ ତାରିଖ ବରଗଡ଼ ବ୍ଳକ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଭୋଟ ପରେ ହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ