• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନୀ ମାହୋଲ ଭିତରେ ଭୋଟରଙ୍କୁ ଧୋକା ଦେଲେ ପ୍ରାର୍ଥୀ । ସୁନା ଟଙ୍କା କହି ତମ୍ବା ମୁଦ୍ରା ବାଣ୍ଟିଦେଲେ । ତାମିଲନାଡୁରେ ଭୋଟରଙ୍କୁ ନଗଦ କିମ୍ବା ଉପହାର ଦେବା ଏକ ପରମ୍ପରା ପାଲଟିଯାଇଛି କହିଲେ ଚଳେ । ହେଲେ ନିର୍ବାଚନ ଆୟୋଗର ନିର୍ଦ୍ଦେଶକୁ ଅଣଦେଖା କରି ବହୁ ରାଜନୈତିକ ଦଳ ଭୋଟରଙ୍କ ମନ ଜିଣିବା ପାଇଁ ଉପହାର ଦେଉଛନ୍ତି । ଏହିକ୍ରମରେ ଅମ୍ବୁରରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭୋଟ ପାଇବା ପାଇଁ ସୁନା ମୁଦ୍ରା ବଣ୍ଟନ କରିଥିଲେ । ହେଲେ ଭୋଟରମାନେ ମୁଦ୍ରାର ସତ୍ୟତା ବିଷୟରେ ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା ।

ସ୍ୱାଧୀନ ପ୍ରାର୍ଥୀ ମଣିମେଗାଲାଇ ଦୁରଇପାଣ୍ଡି ଅମ୍ବୁରର ୩୬ତମ ୱାର୍ଡରୁ କାଉନସିଲର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜୋରସୋରରେ ପ୍ରଚାର କରିବା ସହ ନିର୍ବାଚନ ଜିତିବା ପାଇଁ ଘର ବନ୍ଧକ ରଖିଥିବା ହାଲ୍ଲା କରିଥିଲେଆ । ଫେବୃଆରୀ ୧୯ରେ ହୋଇଥିଲା ନିର୍ବାଚନ । ଘର ଘର ଯାଇ ତାଙ୍କ ଚିହ୍ନ ନଡିଆ ଗଛରରେ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରୁଥିଲେ । ତେବେ ଫେବୃଆରୀ ୧୮ରାତିରେ ସ୍ୱାମୀଙ୍କ ସହ ବୁଲି ବୁଲି ସେ ଭୋଟରଙ୍କୁ ଉପହାର ଦେଇଥିଲେ ।

ମନିମେଗାଲାଇ ଦୁରଇପାଣ୍ଡି ପ୍ରତ୍ୟେକ ପରିବାରକୁ ଏକ ଛୋଟ ବାକ୍ସ ଭିତରେ ଏକ ସୁନା ମୁଦ୍ରା ଦେଇଥିଲେ ଏବଂ ଗଣନା ତାରିଖ ପର୍ଯ୍ୟନ୍ତ ଏହାକୁ ନ ଖୋଲିବାକୁ ଅନୁରୋଧ କରିଥିଲେ । ତିନି ଦିନ ମଧ୍ୟରେ ଟଙ୍କାକୁ ବ୍ୟବହାର କରିବାକୁ ଚେଷ୍ଟା କଲେ, ରାଜ୍ୟ ନିର୍ବାଚନ ଆୟୋଗ ଜାଣିପାରିବେ ଏବଂ ଜବତ କରିବେ ବୋଲି କହିଥିଲେ । ରବିବାର ଦିନ କିଛି ଭୋଟର ଏହାକୁ ବନ୍ଧକ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ମୁଦ୍ରା ସୁନା ନୁହେଁ ବରଂ ତମ୍ବାର ବୋଲି ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭୋଟରମାନେ ଦାବି କରିଛନ୍ତି ଯେ ମଣିମେଗାଲାଇ ଦୁରାଇପାଣ୍ଡି ଏକ ପତଳା ସୁନାରେ ଆବୃତ ତମ୍ବା ମୁଦ୍ରା ଦେଇଛନ୍ତି।

ଉପହାର ସ୍ୱରୂପ ସୁନା ମୁଦ୍ରା ନେଇଥିବା ଜଣେ ମହିଳା କହିଛନ୍ତି , ଘରକୁ ୨୦ ଲକ୍ଷ ଟଙ୍କାରେ ବନ୍ଧକ ରଖି ସୁନା ମୁଦ୍ରା କିଣିଥିବା ସେ କହିଥିଲେ । । ଏହା ଶୁଣିବା ପରେ ଲୋକଙ୍କ ମନରେ ତାଙ୍କ ପାଇଁ ଦୟା ଭାବ ଜାତ ହୋଇଥିଲା । ଦୟା ଦେଖାଇ ତାଙ୍କୁ ଭୋଟ୍ ଦେଇଛନ୍ତି ଭୋଟର । ହେଲେ ବର୍ତ୍ତମାନ ସେମାନେ ନିଜଦ ନିଷ୍ପତ୍ତିରେ ଅନୁତାପ କରୁଛନ୍ତି। ଏପର୍ଯ୍ୟନ୍ତ କେହି ଏ ବାବଦରେ ପୋଲିସ ନିକଟରେ ଅଭିଯୋଗ କରିନାହାଁନ୍ତି ।