• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଣି ଗାରେଡ଼ି ସନ୍ଦେହରେ ମତଦାନ ବନ୍ଦ । ଭୋଟ୍ ଆରମ୍ଭରୁ ୯ଟା ଯାଏ ମତଦାନ ବନ୍ଦ ରହିଲା । ନୀଳଗିରି ଥାନା ଔପଦା ବ୍ଲକ ଗୁଡିଖୋଳା କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ ରାତିରେ ଗାଁରେଦୁଇ ତିନି ଜଣ ଅଚେତ ହୋଇ ପଡ଼ି ଯାଇଥିଲେ । ଏଥିପାଇଁ ଗାଁ ଲୋକେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ସନ୍ଦେହ କରିଥିଲେ । ସମିତି ସଭ୍ୟ ପ୍ରାର୍ଥୀ ଗୁଣି କରିବାରୁ ଏମିତି ହେଉଛି ବୋଲି ଲୋକେ କହିଥିଲେ । ଏହି ଅଭିଯୋଗରେ ସଂପୃକ୍ତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନେଇ ଅଟକ ରଖିଥିଲେ ।

ତା ସହିତ ଆଜି ବୁଥରେ ମତଦାନ ପାଇଁ ପୋଲିଂ କର୍ମଚାରୀ ପ୍ରସ୍ତୁତ ସାରିଥିଲେ ବି ଗାଁରୁ କେହି ଭୋଟ୍ ଦେବାକୁ ଆସିନଥିଲେ । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିଲା ପରେ ପୋଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାସହ ତାଙ୍କୁ ନେଇ ପ୍ରଥମେ ବୁଥରେ ଭୋଟ୍ ଦେଇଥିଲେ । ଏହାପରେ ସଂପୃକ୍ତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଜଙ୍ଗଲକୁ ନେଇ ରଖିଥିଲେ ତା ପରେ ଗାଁର ଲୋକମାନେ ଆସିଥିଲେ । ବୁଥରେ ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଛି ।

ସେପଟେ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ବିଭିନ୍ନ ବୁଥରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି । ଆଜି ୨୭ ଜିଲ୍ଲାର ୬୪ ବ୍ଲକରେ ହେଉଛି ଭୋଟ୍ । ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୨୫୪ ପଞ୍ଚାୟତରେ ଚାଲିଛି ମତଦାନ । ଏଥର ମଇଦାନରେ ଅଛନ୍ତି ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ ।

ସେହିପରି ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ । ୧୭ ହଜାର ୮୯ଟି ବୁଥରେ ଆଜି ମତଦାନ ହେଉଥିବା ବେଳେ ୨ ହଜାର ୫୬୩ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ।