ନୋ ବୁଥ୍ ନୋ ଭୋଟ୍। ଅର୍ଥାତ୍ ବୁଥ୍ ନାହିଁ ତ ଭୋଟନାହିଁ । ଏଭଳି ଚରମବାଣୀ ଶୁଣାଇଛନ୍ତି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକର ସିର୍ଲିଗୁଡା ଗ୍ରାମବାସୀ
ଦିନେ ମାଓବାଦୀଙ୍କ କବଜାରେ ଥିଲା ଏସବୁ ଅଞ୍ଚଳ । ମାଓ ମୁକ୍ତ ହେବାକୁ ଏହାରି ଭିତରେ ୧୦ବର୍ଷ ହେଲାଣି । ହେଲେ ଏବେ ଯଥା ପୂର୍ବଂ ତଥା ପରଂ । ଥାନା, ମେଡିକାଲ, ବ୍ୟାଙ୍କ, କଲେଜ, ସ୍କୁଲ, ବଜାର ହାଟ ସବୁକାମରେ ଏହି ଖାଲଖମା ରାସ୍ତା ଦେଇ କିସିଣ୍ଡା ଯିବାକୁ ପଡ଼ୁଛି । ଯାହାକୁ ନେଇ ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ, ଏଭଳି ସ୍ଲୋଗାନ ଦେଇ ନିଜ ଗାଁ ରାସ୍ତାରେ ପ୍ରତିବାଦ କରିବା ସହିତ ୧୨ଖଣ୍ଡ ଗାଁ ଲୋକେ ଏକତ୍ରିତ ହୋଇଛନ୍ତି
ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକର ୫ଟି ପଞ୍ଚାୟତର ଲୋକେ...ଗାଁକୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ । ଦୂଷିତ ଝରଣା ଜଳ ପିଇ ବଞ୍ଚୁଛନ୍ତି ଲୋକେ । ଶୀଘ୍ର ସମାଧାନ ନହେଲେ ଆଗାମୀ ନିର୍ବାଚନରେ ଲୋକଙ୍କ ଭୋଟ୍ ବର୍ଜନ ଚେତାବନୀ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ପାକଟମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ରହି ଭୋଟିଂ ବ୍ୟବସ୍ଥା କରିଥିଲେ ମଧ୍ୟ କେହି ଭୋଟ ଦେବାକୁ ଯାଇନଥିଲେ