Advertisment

ପୋଲିସ୍‌ ଗାଡ଼ି ଅଟକାଇଲେ, ଅଭିଯୁକ୍ତଙ୍କୁ ଧରି ପଳାଇଲେ; ଖାଲି ହାତରେ ଫେରିଲା ପୋଲିସ୍‌...

ଅଭିଯୁକ୍ତଙ୍କୁ ପୋଲିସ୍‌ ଉଠାଇ ଆଣି ଥାନାକୁ ନେବା ବେଳେ ପୋଲିସ୍‌ ଗାଡିକୁ ଗାଁ ଲୋକେ ଅଟକାଇଥିଲେ। ଏହାପରେ ପୋଲିସ ହେପାଜତରୁ ଗାଁ ଲୋକେ ଅଜୟଙ୍କୁ ଛଡାଇ ନେଇଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Villagers Free Accused From Police Custody

Villagers Free Accused From Police Custody

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ହେଲେ ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। କେଉଁଠୁ ଗୋଷ୍ଠୀ ସଂଘର୍ଷ ତ ଆଉ କେଉଁଠି ସାମ୍ବାଦିକଙ୍କ ଉପରେ ଆକ୍ରମଣ। ଏପରିକି ପୋଲିସ୍‌ ହେପାଜତରୁ ଗାଁ ଲୋକେ ଅଭିଯୁକ୍ତଙ୍କୁ ଛଡାଇ ନେଇଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ସନ୍ତରାଗଡ଼ିଆ ଛକରେ ପୋଲିସ୍‌ ଗାଡ଼ିକୁ ଅଟକାଇ ଅଭିଯୁକ୍ତଙ୍କୁ ଗାଁ ଲୋକେ ଛଡାଇ ନେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଥାଉ କି, ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ୨ ନମ୍ବର ଜୋନ୍‌ କାନପୁରରେ ଏକ ୱେବ୍‌ ମିଡିଆର ସାମ୍ବାଦିକ ଲେଲିନ କୁମାର ଦେଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ପ୍ରଚାର ଚାଲିଥିଲା। ତେବେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଚାର ଚାଲିଥିଲା। ଏହି ସମୟରେ ଲେଲିନ ଫଟୋ ଉଠାଇବାରୁ ତାଙ୍କୁ ସରପଞ୍ଚ ପ୍ରାର୍ଥୀ ଭାସ୍କର ବେହେରା, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁଅ ସୌମ୍ୟ ରଞ୍ଜନ ଜେନା, ଅଜୟ ମହାଳିକ, ସୁଜି ଜେନା ଓ ସନ୍ତୋଷ କୁମାର ବ୍ରହ୍ମା ଅଶ୍ଲୀଳ ଭାବେ ଗାଲିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଲେଲିନ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ଆଜି ସକାଳେ ନୀଳଗିରି ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହାପରେ ଅଜୟ ମାହାଳିକଙ୍କୁ ପୋଲିସ୍‌ ତାଙ୍କୁ ଉଠାଇ ଆଣିଥିଲା। ପୋଲିସ୍‌ ଅଜୟଙ୍କୁ ଥାନାକୁ ନେବା ବେଳେ ସନ୍ତରାଗଡ଼ିଆ ଛକରେ ପୋଲିସ୍‌ ଗାଡିକୁ ଗାଁ ଲୋକେ ଅଟକାଇଥିଲେ। ଏହାପରେ ପୋଲିସ ହେପାଜତରୁ ଗାଁ ଲୋକେ ଅଜୟଙ୍କୁ ଛଡାଇ ନେଇଯାଇଥିଲେ। ଏହାପରେ ପୋଲିସ୍‌ ଖାଲି ହାତରେ ଫେରି ଥିବା ଜଣାପଡ଼ିଛି। 

Advertisment

Odisha Panchayat Polls Attack On Journalist Odisha Panchayat Elections
Advertisment
Advertisment