• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୋଗୀଙ୍କ ଗଡ଼ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନଜର । ଗୋଟିଏ ପରେ ଗୋଟିଏ ଗୋଟିଚାଳନା କରୁଛି ଆମ୍‌ ଆଦ୍‌ମୀ ପାର୍ଟି । ବିଭିନ୍ନ ରାଜ୍ୟରେ ଦଳକୁ ମଜଭୁତ କରିବାକୁ ଲାଗିପଡ଼ିଛନ୍ତି ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ପ୍ରଚାର କରିବାରେ ବ୍ୟସ୍ତ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟରେ ଏବେ ୟୁପି ।

ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ଆସନ୍ତା ଚାରି ଦିନ ପାଇଁ ୟୁପିରେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବେ । ଏହି ସମୟରେ ସେ ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମଧ୍ୟ ପ୍ରଚାର କରିବାକୁ ଯାଉଛନ୍ତି । ରାଜ୍ୟର ଦଳୀୟ କର୍ମୀମାନେ ଏହି ସୂଚନା ଦେଇଛନ୍ତି ।

ଅରବିନ୍ଦ କେଜ୍ରିୱାଲ ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରଚାର ଆରମ୍ଭ କରିବେ ବୋଲି ଆମ୍ ଆଦମୀ ପାର୍ଟି ମୁଖପାତ୍ର ବୈଭବ ମହେଶ୍ୱରୀ କହିଛନ୍ତି । ଲକ୍ଷ୍ନୌର କେସିଆରବାଗରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯାନ ଆରମ୍ଭ କରିବେ । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ବାରବାଙ୍କି, ପ୍ରୟାଗରାଜ ଏବଂ ଗୋରଖପୁର ପରିଦର୍ଶନ କରିବାର ଯୋଜନା ରହିଛି । ଏହାସହ ସେ ଅନେକ ନିର୍ବାଚନୀ ସଭାରେ ମଧ୍ୟ ଅଂଶଗ୍ରହଣ କରିବେ ।

ଏହି ସମୟରେ କେଜ୍ରିୱାଲଙ୍କ ସହ ଦଳରେ ଉତ୍ତରପ୍ରଦେଶର ପ୍ରଭାରୀ, ସଞ୍ଜୟ ସିଂ ଏବଂ ଦିଲ୍ଲୀର ୩-୪ ଜଣ ବିଧାୟକ ରହିବେ। ଗୋରଖପୁର (ସଦର) ଆସନରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଅରବିନ୍ଦ କେଜ୍ରିୱାଲ ଲକ୍ଷ୍ନୌ ପହଞ୍ଚିଛନ୍ତି । ଆମ୍ ଆଦମୀ ପାର୍ଟି ସମର୍ଥକମାନେ ଆମୌସି ବିମାନବନ୍ଦରରେ ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି ।