ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ ।
ପୂର୍ବରୁ ୨୦୨୩ ଏପ୍ରିଲ୍ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ।
ପୁଣି ଥରେ ରାଜ୍ୟସଭା ନେଇ ଆଶାବାଦୀ ପ୍ରସନ୍ନ ପାଟ୍ଟଶାଣୀ । ଏଥର ନବୀନ ବାବୁ ପ୍ରତିଶ୍ରୁତି ପାଳନ କରିବେ କହିଲେ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ । ହେମନ୍ତ ସୋରେନଙ୍କ ରାଞ୍ଚି ଘରେ ଇଡି ଟିମ୍ ପହଞ୍ଚି ତାଙ୍କୁ ପଚରାଉଚରା କରୁଛି ।
ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ରେବନ୍ତ ।
ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ତେଣୁ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ।
୧୪ ନଭେମ୍ବରରେ ଆଦିବାସୀ ଜମି କିଣାବିକାରେ ସଂଶୋଧନ କଲେ, ବିରୋଧରେ ହେବାରୁ ମାତ୍ର ୧୦ ଦିନ ପରେ କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖି ଆଦିବାସୀ ଉପଦେଷ୍ଟା ପରିଷଦକୁ ତର୍ଜମା ପାଇଁ ପଠାଇ ଦେଲେ। ହେଲେ ଏବେ ପରିଷଦର ବିନା କୌଣସି ବୈଠକ ବା ସୁପାରିଶରେ ଗତକାଲି ପୁଣି କ୍ୟାବିନେଟ୍ ଡାକି ସଂପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି।
ରାଜ୍ୟ ସରକାରଙ୍କୁ ଘାରିଲା କି ଆଦିବାସୀ ଭୋଟ୍ ବ୍ୟାଙ୍କ୍ ଭାଙ୍ଗିବା ଭୟ ? ପକେଇଥିବା ଛେପକୁ ଢୋକିଲେ ସରକାର। ପ୍ରତ୍ୟାହାର କଲେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି।
ବିଜେପିର ଏହି ବିଜୟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ‘X’ରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ‘ଇଣ୍ଡି’ ଆଲାଏନ୍ସ ବିପକ୍ଷରେ ପ୍ରଥମ ବିଜୟ ବୋଲି କହିଛନ୍ତି ।
ଏ ଚର୍ଚ୍ଚାଟି ନୀତୀଶଙ୍କ ପାଇଁ ନୁହେଁ ବରଂ ତାଙ୍କ ପୂର୍ବ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ପାଇଁ।
ଗତକାଲିଠୁ ହେମନ୍ତ ନିଖୋଜ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦିଲ୍ଲୀ ବାସଭବନରେ ଇଡି ତଦନ୍ତ କରିଥିଲା । କିନ୍ତୁ ହେମନ୍ତଙ୍କ ସମ୍ପର୍କରେ କୌଣସି ଖବର ପାଇନଥିଲା। ଆଉ ଏହାରି ଭିତରେ ନାଟକୀୟ ଢଙ୍ଗରେ ଆଜି ରାଞ୍ଚିରେ ପହଞ୍ଚିଛନ୍ତି ହେମନ୍ତ।
ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
ବର୍ଷେ ପୂରିଲା, ତଥାପି ଅସ୍ପଷ୍ଟ । ଦିପାଳୀ କହିଲେ ଆଇନ ତା ବାଟରେ ଯିବ ।
ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ। ଏପ୍ରିଲ୍ ୩ରେ ସରୁଛି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ। ଏହି ୩ ଜଣଙ୍କ ସମେତ ୧୫ଟି ରାଜ୍ୟର ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ବି ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ଜଣେ ଅଫିସରକୁ ବସାଇ ଏଠି ସରକାର ଚାଲିଛି: ଖଡଗେ । ନିଯୁକ୍ତି ଓ ଧନୀ-ଗରିବ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ ।
ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍ ଏବେ ତାଙ୍କର ପରାମର୍ଶଦାତା ବୋଲି କଟାକ୍ଷ କରିଛନ୍ତି ଖଡ୍ଗେ ।
ଏବେର ପଟ୍ଟନାୟକଙ୍କର ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ବଡ଼ ତଫାତ ରହିଛି ।
ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଖଡଗେ।
ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ।
ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା । ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।
ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ।
ଆଗକୁ ସାଧାରଣ ନିର୍ବାଚନ। ଏଣୁ କାମଚଳା ହେଲେ ମଧ୍ୟ ବଜେଟ ଲୋକାଭିମୁଖୀ ହେବା ଆଶା କରାଯାଉଛି।
ଦିନକ ଭିତରେ ପଲଟିଗଲା ବିହାର ବାଜି। ହଟଚମଟ ସୃଷ୍ଟି କରି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ମହାମେଣ୍ଟକୁ ବାଏ ବାଏ କରି ପୁଣି ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇଛନ୍ତି।