• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାତ କେନ୍ଦ୍ରମନ୍ତ୍ରୀଙ୍କର ରାଜ୍ୟସଭା ଟିକେଟ କାଟିଲା ବିଜେପି । ଆସନ୍ତା ଏପ୍ରିଲରେ ଶେଷ ହେବାକୁ ଥିବା ସାତଜଣ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପାଇଁ ପୁନଃମନୋନୀତ କରାଯାଇନାହିଁ । ଏଣୁ ସେମାନଙ୍କୁ ଲୋକସଭା ପାଇଁ ଟିକେଟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

କେତେଜଣ ବଡ଼ ମନ୍ତ୍ରୀଙ୍କୁ ମଧ୍ୟ ଚଳିତ ରାଜ୍ୟସଭା ଟିକଟରୁ ବାଦ ଦିଆଯାଇଛି । ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭୁପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୁପାଲା, ନାରାୟଣ ରାଣେ ଓ ଭି ମୁରଲୀଧରନ୍ ମଧ୍ୟ ଅଛନ୍ତି ।

ମିଳିଥିବା ଖବର ଅନୁଯାୟୀ ଧର୍ମେନ୍ଦ୍ର ସମ୍ବଲପୁର କିମ୍ବା ଢେଙ୍କାନାଳରୁ ଲଢ଼ିବାକୁ ଥିବା ବେଳେ ଭୁପେନ୍ଦ୍ର ଯାଦବ ରାଜସ୍ଥାନର ଅଲୱାର କିମ୍ବା ମହେନ୍ଦ୍ରଗଡରୁ ନିର୍ବାଚନ ଲଢ଼ିପାରନ୍ତି । ସେହିପରି ଚନ୍ଦ୍ରଶେଖର ବେଙ୍ଗାଲୁରୁର ଚାରୋଟି ଆସନ ମଧ୍ୟରୁ ଗୋଟିଏରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।

ସେହିଭଳି ମନସୁଖ ମାଣ୍ତଭ୍ୟ ଗୁଜରାଟର ଭବନଗର କିମ୍ବା ସୁରଟରୁ ଲଢ଼ିପାରିବେ ବୋଲି ଖବର ମିଳୁଛି । ସେପଟେ ଭି ମୁରଲୀଧରନ୍ କେରଳରୁ ଲଢ଼ିବେ ବୋଲି ଜଣା ପଡ଼ିଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପାର୍ଟି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ. ମୁଗୁରନଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛି ।

ମୋଟାମୋଟି ଭାବେ, ୨୮ ଜଣ ବିଦାୟୀ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ କେବଳ ଚାରିଜଣ ନାମ ହିଁ ସୁପାରିଶ କରାଯାଇଛି । ଅବଶିଷ୍ଟ ୨୪ ଜଣଙ୍କୁ ଲୋକସଭା ଆସନ ପାଇଁ ରଖା ଯାଇଥାଇପାରେ ବୋଲି କୁହାଯାଉଛି । କ୍ରମାଗତ ତୃତୀୟ ଥର ସରକାର ଗଢ଼ିବା ପାଇଁ ବିଜେପି ଫୋକସ କରୁଥିବା ଜଣାପଡ଼ିଛି ।