Advertisment

କାହିଁକି ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ?

ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?

author-image
Santosh Kumar Sahoo

ଅତ୍ୟାଧୁନିକ ୪୧ଟି ବନ୍ଦେ ଭାରତ ଏକ୍ସପ୍ରେସରୁ ଓଡ଼ିଶାକୁ ଦୁଇଟି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ପ୍ରାଧାନ୍ୟ । କଂଗ୍ରେସ ଅମଳରେ ରେଳ ବଜେଟରୁ ୮ଶହ କୋଟି ପାଉଥିବା ଓଡ଼ିଶାକୁ ୧୦ ହଜାର କୋଟି । ୨୦୨୧ରେ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟର ମଙ୍ଗ ଧରିବା ପରେ ରେଳ କ୍ଷେତ୍ରରେ ଏମିତି ଅନେକ ଫାଇଦା ପାଇଛି ଓଡ଼ିଶା। ରାଜ୍ୟ ରେଳ ମାନଚିତ୍ରରେ ଘଟିଛି ଅନେକ ପରିବର୍ତ୍ତନ। ବଜେଟରେ ରାଜ୍ୟକୁ ରେଳ ଅନୁଦାନ ୧୦ ହଜାର କୋଟି ପାର୍ କରିଛି। ୨୦୦୯ରୁ ୧୪ ଉପା ସରକାର ଅମଳରେ ରେଳ ବଜେଟରୁ ରାଜ୍ୟକୁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିବା ବେଳେ ଚଳିତ ବଜେଟରେ ଏହା ୧୦ ହଜାର ୫୩୬ କୋଟିରେ ପହଞ୍ଚିଛି।

Advertisment
Union Minister Rajya Sabha Ashwini Vaishnaw
Advertisment
Advertisment