Advertisment

ସମର୍ଥନ ଦେଲା, ନାମାଙ୍କନ ବେଳେ ଅନୁପସ୍ଥିତ ରହିଲା; ବୁଝାପଡୁନି ‘B’ ପଲିଟିକ୍ସ

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Ashwini Vaishnaw

ଅଶ୍ୱିନୀ ଭରିଲେ ନାମାଙ୍କନ, ବିଜେଡି ରହିଲା ଅନୁପସ୍ଥିତ। ସମର୍ଥନ ଘୋଷଣା ପରେ ବି ବିଜେଡିକୁ ଧନ୍ୟବାଦ ଦେଲେନି ଅଶ୍ୱିନୀ। ଯାହାକୁ ନେଇ ଆରମ୍ଭ ହୋଇଛି ଦୁଇ ଦଳ ଭିତରେ ତୁତୁ ମେମେ। ବିଜେପି କହୁଛି ଆମେ ସମର୍ଥନ ମାଗିନୁ, କିନ୍ତୁ ବିଜେଡି କହୁଛି ରାଜ୍ୟ ସ୍ୱାର୍ଥ ପାଇଁ ଅଶ୍ୱିନୀଙ୍କୁ ଦିଆଗଲା ସମର୍ଥନ। ସେପଟେ କଂଗ୍ରେସ ଏହି ମିଲିଭଗତକୁ ନେଇ ୧୭ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା। ୧୯ରେ ଅଶ୍ୱିନୀଙ୍କ ନାମାଙ୍କନ ବେଳେ ଉଭୟ ବିଜେଡି ଓ ବିଜେପି ନେତା ଉପସ୍ଥିତ ଥିଲେ। ଏଥର କିନ୍ତୁ ଥିଲେ କେବଳ ବିଜେପି ନେତା। ରାଜ୍ୟ ସଭାପତି ମନମୋହନ ସାମଲ ଓ ୧୩ ବିଧାୟକଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦୁଇ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବୈଷ୍ଣବ। ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେହିପରି ଓଡ଼ିଶା ବିକାଶରେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିବେ ବୋଲି ଅଶ୍ୱିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେପଟେ ୩ ଆସନ ପାଇଁ କେବଳ ୩ ଜଣ ହିଁ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଭୋଟିଂର କୌଣସି ଆବଶ୍ୟକତା ନାହିଁ ବୋଲି ରିଟଣ୍ଣିଂ ଅଫିସର ସୂଚନା ଦେଇଛନ୍ତି।

Advertisment

ସେପଟେ ବିଜେଡିର ସମର୍ଥନ ସତ୍ତ୍ୱେ କାହିଁକି ଅଶ୍ୱିନୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ବିଜେଡି ସଦସ୍ୟ ଉପସ୍ଥିତ ରହିଲେନି ? ତାକୁ ନେଇ ତେଜିଛି ରାଜନୀତି। ମୁହାଁମୁହିଁ ବିଜେପି ଓ ବିଜେଡି। ବିଜେପି ଆଣିଛି ସାଂଘାତିକ ଅଭିଯୋଗ। ତୃତୀୟ ପ୍ରାର୍ଥୀ ପାଇଁ ନା ବିଜେଡି ନା ବିଜେପି କାହା ପାଖରେ ବି ସଂଖ୍ୟା ନଥିଲା। ଆମେ ପ୍ରାର୍ଥୀ ଘୋଷଣା କଲୁ, ସମର୍ଥନ ନ ମାଗି ବି ବିଜେଡି ସମର୍ଥନ ଦେଲା। କାରଣ ଦଳରେ ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେଡିକୁ କ୍ରସ୍ ଭୋଟିଂ ଡର ଘାରିଥିଲା। ଏଥିରୁ ବର୍ତ୍ତିବା ପାଇଁ ଅଶ୍ୱିନୀଙ୍କୁ ସମର୍ଥନ କଲେ ନବୀନ।

ସେପଟେ ବିଜେଡିର ସେଇ ଗୋଟିଏ ଯୁକ୍ତି ରାଜ୍ୟ ସ୍ୱାର୍ଥ ପାଇଁ ସମର୍ଥନ ଦିଆଗଲା। ବିଜେଡି ଓ ବିଜେପିର ଘନିଷ୍ଠତାକୁ ନେଇ ପ୍ରବଳ ବର୍ଷିଛି କଂଗ୍ରେସ। ଆସନ୍ତା ୧୭ ତାରିଖରେ ଦୁଇ ଦଳ ଭିତରେ ଥିବା ସମ୍ପର୍କ ବିଷୟରେ ଭୋଟରଙ୍କୁ ଜଣାଇବା ଲାଗି ପ୍ରତି ଜିଲ୍ଲା ହେଡକ୍ୱାର୍ଟରରେ ଦଳ ପ୍ରତିବାଦ କରିବ। ତାସହିତ ତୃତୀୟ ପ୍ରାର୍ଥୀ ଭାବେ କୌଣସି ଓଡ଼ିଆଙ୍କୁ ରାଜ୍ୟସଭାକୁ ନପଠାଇ କାହିଁକି ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କଲା ବୋଲି ପ୍ରଶ୍ନ କରିଛି।

ସାଧାରଣ ନିର୍ବାଚନ ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହେବା ଓ ବିଜେଡି ଏହାକୁ ସମର୍ଥନ କରିବା, ଭବିଷ୍ୟତରେ ଅନେକ ସମୀକରଣ ସୃଷ୍ଟି ହେବା ନେଇ ସଙ୍କେତ ଦେଇଛି।

BJD BJP Congress Odisha Politics Ashwini Vaishnaw
Advertisment
Advertisment