/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740541341.jpg)
Elephant Attack
ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା । ହାତୀ ଘଉଡାଉ ଥିବାବେଳେ ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋବିନ୍ଦପୁର ଗାଁରେ ଗତକାଲି ଏହି ଅଘଟଣ ଘଟିଛି । ମୃତକ ହେଲେ ଓମକାରୀ ବାଗ । ସେ ହାତୀ ପଲକୁ ଘଉଡ଼ାଇବା ବେଳେ ହଠାତ୍ ଗୋଟିଏ ହାତୀ ମାଡ଼ି ଆସିଥିଲା । ଏତିକି ବେଳେ ବନ କର୍ମଚାରୀ ଜଣକ ତଳେ ପଡ଼ିଯିବାରୁ ଦଳି ଦେଇଥିଲା ଦନ୍ତା ହାତୀ । ଏଥିରେ ତାଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଦୁର୍ଘଟଣା; ୨ ଯୁବକଙ୍କ ଉପରେ ମାଡ଼ିଗଲା ମୋ ବସ୍
ସୂଚନା ଅନୁସାରେ, ଗୋବିନ୍ଦପୁର ଗାଁରେ ବନ ବିଭାଗ ଟିମ୍ ହାତୀ ପଲକୁ ଘଉଡାଉଥିଲେ । ହଠାତ୍ ଗୋଟିଏ ହାତୀ ବନ କର୍ମଚାରୀଙ୍କ ଆଡକୁ ମାଡି ଆସିଥିଲା । ଏହି ସମୟରେ ତଳେ ପଡିଯାଇଥିଲେ ଓମକାରୀ ବାଗ୍ । ହାତୀ ତାଙ୍କୁ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ଓମକାରୀଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଓମକାରୀ ବାଗ୍ଙ୍କ ଘର ଘୁଷୁରାମୁଣ୍ଡା ଗାଁରେ । ସେ ପାରା ସ୍କ୍ୱାଡ୍ ଭାବରେ ଜଙ୍ଗଲ ବିଭାଗରେ ଚାକିରି କରୁଥିଲେ ।
ମାସେ ହେବ ମୁରିବାହାଲ ରେଞ୍ଜ ତିଖାରି ଜଙ୍ଗଲ ଓ ଆଖପାଖ ଗାଁରେ ୩୫ ଟିକିଆ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ହାତୀ ପଲକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀଙ୍କୁ ଘଉଡାଇବାକୁ ନାକେଦମ୍ ହେଉଛି ବନ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)