• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟସଭା କ୍ଷେତ୍ରରେ ରିପିଟ୍‌ ହେଲା ୨୦୧୯ ଗଣିତ । ୨୦୨୪ ପାଇଁ ସମାନ ଫର୍ମୁଲା ଆପଣାଇଲା BJD । BJP ପ୍ରାର୍ଥୀଙ୍କୁ BJD ପୁଣି କଲା ଦୃଢ଼ ସମର୍ଥନ । ୨୦୧୯ରେ ଅଶ୍ୱିନୀ ବୈଷ୍ଣବଙ୍କୁ BJP ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଆଉ ସଂଖ୍ୟା ଗରିଷ୍ଠତା କାରଣରୁ ସମର୍ଥନ ଜଣାଇଥିଲା BJD । ଆଉ ଏବେ ଅର୍ଥାତ୍ ୨୦୨୪ ପାଇଁ BJP ପୁଣି ଅଶ୍ୱିନୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାବେଳେ BJD ଏହାକୁ ସମର୍ଥନ ଜଣାଇଛି ।

ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିବା BJD ବିଧିବଦ୍ଧ ଭାବେ ଘୋଷଣା କରିଛି । ସମର୍ଥନକୁ ନେଇ BJD ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଛି । ଯେଉଁଥିରେ ଅଶ୍ୱିନୀ ବୈଷ୍ଣବଙ୍କୁ BJD ସମର୍ଥନ କରିଥିବା ଦର୍ଶାଯାଇଛି । ରାଜ୍ୟସଭା ପାଇଁ ଓଡ଼ିଶାର ୩ଟି ଆସନ ଖାଲି ହୋଇଥିଲା । BJD ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଥିଲା ।

ଏଥିଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ BJD ୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । କଟକ ବାରବାଟୀ ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ BJD ଘୋଷଣା କରିବା ସହ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା । ହେଲେ ତୃତୀୟ ପ୍ରାର୍ଥୀକୁ ନେଇ ଲାଗି ରହିଥିଲା ସସ୍‌ପେନ୍ସ ।

ହେଲେ ଆଜି BJP ଅଶ୍ୱିନୀଙ୍କୁ ପୁଣିଥରେ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ BJD ପୂର୍ବ ପରି ସମର୍ଥନ କରିଛି । ୨୦୧୯ ରାଜ୍ୟସଭା ନିର୍ବାଚନର ଫର୍ମୁଲାକୁ ରିପିଟ୍‌ କରି ପୁଣି ଥରେ ଦୁଇ ଦଳ ସେହି ସମାନ୍‌ କ୍ୟାଣ୍ଡିଡେଟ୍‌କୁ ନେଇ ୨୦୨୪ରେ ସେଇ ପୁରୁଣା ଗେମ୍ ଖେଳିଛନ୍ତି ।