• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି । ଉଭୟଙ୍କ ମଧ୍ୟ କଡ଼ା ସଂଘର୍ଷ ପରେ ହାରି ଯାଇଛନ୍ତି ଦୀପାଳି ଦାସ । ଉପନିର୍ବାଚନରେ ଟଙ୍କଧରଙ୍କୁ ହରାଇଥିଲେ ଦୀପାଳି । ଏଥର କିନ୍ତୁ ଆର ପାର୍ ।

ହାରିବାର ବଦଲା ନେଲେ ଟଙ୍କଧର । ଆଉ ଝାରସୁଗୁଡାରେ ଉଡାଇଲେ ବିଜେପି ପତାକା । ବିଜେଡି ଚିତପଟାଙ୍ଗ୍ । ସେପଟେ ରଘୁନାଥପାଲ୍ଲୀ ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ହୋଇଛନ୍ତି ।

ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଛନ୍ତି ଦୁର୍ଗାଚରଣ ତନ୍ତୀ । ସେହିପରି ଚିତ୍ରକୋଣ୍ଡା ବିଧାନସଭାରେ ଜିତିଲା କଂଗ୍ରେସ । ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ହୋଇଛନ୍ତି । ବିଜେପିର ଡମ୍ବରୁ ଶିଶାଙ୍କୁ ହରାଇଲେ ମଙ୍ଗୁ । ସେପଟେ ଦଶପଲ୍ଲା ବିଧାନସଭାରେ ଜିତିଲା ବିଜେଡି । ବିଜେଡି ପ୍ରାର୍ଥୀ ରମେଶ ବେହେରା ବିଜୟୀ ହୋଇଛନ୍ତି ।

ବିଜେପିର ରାଘବ ମଲ୍ଲିକଙ୍କୁ ହରାଇଛନ୍ତି ରମେଶ । ଅନ୍ୟପଟେ ବରଗଡ଼ରେ ବିଜେପିର ପ୍ରଦୀପ ପୁରୋହିତ ଆଗୁଆ ରହିଛନ୍ତି । ନବରଙ୍ଗପୁରରେ ବିଜେଡି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଆଗୁଆ ରହିଛନ୍ତି । କୋରାପୁଟ ଲୋକସଭାରେ କଂଗ୍ରେସର ସପ୍ତଗିରି ଉଲ୍ଲାକା ଆଗୁଆ ରହିଛନ୍ତି ।

ସେହିପରି ବ୍ରଜରାଜନଗର ବିଧାନସଭାରେ ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିପୁଳ ବିଜୟ । ବିଜେଡିର ଅଳକା ମହାନ୍ତିଙ୍କୁ ହରାଇଲେ ସୁରେଶ । ସେପଟେ କଟକରେ ଆଗୁଆ ଅଛନ୍ତି ଭର୍ତ୍ତୃହରି ମହତାବ । ଅନ୍ୟପଟେ ବରଗଡ଼ ବିଧାନସଭାରେ ମଧ୍ୟ ଜିତିଲା ବିଜେପି ।

ବିଜେପିର ଅଶ୍ୱିନୀ ଷଡ଼ଙ୍ଗୀ ଜିତିଲେ । ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇ ପିନ୍ଧିଲେ ବିଜୟର ମୁକୁଟ । ସେହିପରି ଖଣ୍ଡପଡ଼ା ବିଧାନସଭାରେ ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ବିଜୟୀ ହେଲେ । ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇଲେ ଦୁଷ୍ମନ୍ତ । ସେପଟେ ରଣପୁର ବିଧାନସଭାରେ ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ ହୋଇଛନ୍ତି । ବିଜେଡିର ସତ୍ୟନାରାୟଣ ପ୍ରଧାନଙ୍କୁ ହରାଇଲେ ସୁରମା ।

OTV is now on Whatsapp

Join and get latest news update delivered to you via whatsapp

Join Now