• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜିତିବା ଉପରେ ବୈଜୟନ୍ତ ପଣ୍ତା । ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି ବୈଜୟନ୍ତ ପଣ୍ତା । ଏସବୁ ଦୃଷ୍ଟିରୁ ଦେଖିଲେ ବୈଜୟନ୍ତଙ୍କ ବିଜୟ ନିଶ୍ଚିତ ବୋଲି ଜଣାପଡ଼ୁଛି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ୁଛନ୍ତି ବୈଜୟନ୍ତ । ବିପକ୍ଷରେ ଥିଲେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ୫୩ ହଜାର ଭୋଟ୍‌ରେ ଆଗୁଆ ରହି ଜିତିବା ଉପରେ ବୈଜୟନ୍ତ । ସେପଟେ ଭଦ୍ରକ ବିଧାନସଭାରେ ବିଜେପି ବିଜୟୀ ହୋଇଛି ।

ବିଜେପିର ସୀତାଂଶୁ ମହାପାତ୍ର ବିଜୟୀ ହୋଇଛନ୍ତି । ବିଜେଡିର ପ୍ରଫୁଲ୍ଲ ସାମଲଙ୍କୁ ହରାଇ ବିଜୟୀ ହେଲେ ସୀତାଂଶୁ । ସେହିପରି ବାସୁଦେବପୁର ବିଧାନସଭାରେ କଂଗ୍ରେସ ବିଜୟୀ । କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବିଜୟୀ ହେଲେ । ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ହରାଇଲେ ଅଶୋକ ।

ଅଧିକ ପଢ଼ନ୍ତୁ: ନିର୍ବାଚନୀ ବୈତରଣୀ ପାର୍ କରି ପାରିଲେନି ୩ଦଳ ମୁଖିଆ: ହାରିଲେ ନବୀନ-ମନମୋହନ-ଶରତ

ପଟାଙ୍ଗୀ ବିଧାନସଭାରୁ ମଧ୍ୟ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସର ରାମଚନ୍ଦ୍ର କାଡ଼ାମ ବିଜୟୀ ହୋଇଛନ୍ତି । ବିଜେଡିର ପ୍ରଫୁଲ୍ଲ ପାଙ୍ଗୀଙ୍କୁ ହରାଇଲେ ରାମଚନ୍ଦ୍ର । ସେପଟେ ରେଢ଼ାଖୋଲ ବିଧାନସଭାରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ହରାଇଛନ୍ତି ପ୍ରସନ୍ନ ।

ସେହିପରି ଜୟଦେବ ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ଜିତିଲେ । ବିଜେପିର ଅରବିନ୍ଦ ଢାଲିଙ୍କୁ ହରାଇଲେ ନବ । ସେପଟେ ଆସିକା ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପିର ସରୋଜ ପାଢ଼ୀ ବିଜୟୀ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ

ସେହିପରି ସୋରଡ଼ା ବିଧାନସଭାରେ ବିଜେପି ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ବିଜୟୀ । ବିଜେଡିର ସଂଘମିତ୍ରା ସ୍ୱାଇଁଙ୍କୁ ହରାଇଲେ ନୀଳମଣି । ଅନ୍ୟପଟେ ସାନଖେମୁଣ୍ଡି ବିଧାନସଭାରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସର ରମେଶ ଜେନା ଜିତିଲେ । ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ହରାଇଲେ ।

ଉମରକୋଟ ବିଧାନସଭାରେ ବିଜେପି ବିଜୟୀହୋଇଛି । ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇଛନ୍ତି । ବିଜେଡିର ନବୀନ ନାୟକଙ୍କୁ ହରାଇଲେ ନିତ୍ୟାନନ୍ଦ । ସେହିପରି ବୀରମହାରାଜପୁର ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ବିଜୟୀ । ବିଜେଡିର ପଦ୍ମନାଭ ବେହେରାଙ୍କୁ ହରାଇଲେ ରଘୁନାଥ ।

ସେହିପରି ଅତାବିରା ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପିର ନିହାର ମହାନନ୍ଦ ବିଜୟୀ ହୋଇଛନ୍ତି । ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ହରାଇଲେ ନିହାର । ତିର୍ତ୍ତୋଲ ବିଧାନସଭାରେ ବିଜେଡି ବିଜୟୀ ହୋଇଛି । ବିଜେଡିର ରମାକାନ୍ତ ଭୋଇ ବିଜୟୀ ହେଲେ । ରାଜନଗର ବିଧାନସଭାରେ ବିଜେଡି ବିଜୟୀ । ବିଜେଡି ପ୍ରାର୍ଥୀ ଧୃବ ସାହୁ ବିଜୟୀ ହୋଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now