• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Cyclone Dana Emergency Helpline Numbers

ଜରୁରୀକାଳିନ ହେଲ୍ପ ଲାଇନ୍ ନମ୍ବରCYCLONE DANA

Live Updates : From The News Room

India General Elections Results 2024 Live Updates: ହାଟ୍ରିକ୍ କରିବେ ମୋଦି ନା ବିରୋଧୀଙ୍କ ପଲ୍ଲା ରହିବ ଭାରି...

India

ଆଜି ଫଇସଲା ହେବ ଦେଶରେ କିଏ ଗଢ଼ିବ ସରକାର । ଦିଲ୍ଲୀ ସିଂହାସନରେ କିଏ ବସିବ । କାହାକୁ ବାଛିଛନ୍ତି ଜନତା । କିଏ ବସିବ କେଉଁ ଗାଦିରେ । ରିପିଟ୍ ହେବେ ମୋଦି ନା କିଛି ଘଟିବ ନୂଆ ସମୀକରଣ । INDI ମେଣ୍ଟକୁ ଲୋକେ ଦେଇଛନ୍ତି କି ସମର୍ଥନ ? ନା ପୁଣି NDA ତଥା ବିଜେପିକୁ ମିଳିବ ବହୁମତ । ୫୪୩ ଲୋକସଭା ଆସନରେ କାହାକୁ କେଉଁଠି ବାଛିଛନ୍ତି ଜନତା । ଆଜି ସ୍ପଷ୍ଟ ହେବ ଚିତ୍ର । ସମୟ ବଢ଼ିବା ସହ ପ୍ରାର୍ଥୀଙ୍କ ହୃତସ୍ପନ୍ଦନ ବଢୁଛି। ତେବେ ଜାତୀୟ ସ୍ତରରେ କେମିତି ଚାଲିଛି ଭୋଟ ଗଣତି। ଏସବୁର ଟିକିନିଖି ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆଉ ଲଗ୍‌ ଇନ୍ କରନ୍ତୁ otvkhabar.in

Election Results

14:15 PM(7 months ago )

ଜୁନ୍‌ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି !

Posted by: Sonali Ojha

ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ନୂଆ ସରକାର ଶପଥ ଗ୍ରହଣ ତାରିଖ ଓ ସମୟ ମଧ୍ୟ ସ୍ଥିର କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ସେହିପରି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ବିଜେପିର ସହଯୋଗୀ ଦଳମାନଙ୍କ ସହ ଘନଘନ ଆଲୋଚନା ଓ ବୈଠକ ଜାରି ରହିଛି । ଆସନ୍ତା ୨-୩ ଦିନ ମଧ୍ୟରେ ନାଁ ଚୁଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

13:56 PM(7 months ago )

ଜିତିଲେ ସେଲିବ୍ରିଟି, ବାଜି ମାରିଲେ ବଡ଼ ଚେହେରା

Posted by: Sonali Ojha

13:55 PM(7 months ago )

ଜୁନ୍‌ ୮ରେ ଶପଥ ନେବେ ମୋଦି !

Posted by: Sonali Ojha

13:35 PM(7 months ago )

କେନ୍ଦ୍ରରେ ପୁଣି ମୋଦି ସରକାର

Posted by: Sonali Ojha

କେନ୍ଦ୍ରରେ ପୁଣି ଥରେ ମୋଦି ସରକାର। ଲୋକସଭା ନିର୍ବାଚନରେ ବିଜୟ ପରେ ଆଜି ବସୁଛି ବିଜେପି ନେତୃତ୍ବାଧୀନ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ। ଦିଲ୍ଲୀରେ ଅପରାହ୍ଣରେ ଏହି ବୈଠକ ବସିବ। ଏଥିପାଇଁ ଦିଲ୍ଲୀ ଗସ୍ତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ।ଏଥିରେ ଡିଟିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଏକନାଥ ସିନ୍ଦେ ସାମିଲ ହେବେ। ଅଧିକ ପଢନ୍ତୁ...

22:40 PM(7 months ago )

ବିଜେପି କ୍ୟାମ୍ପରେ ଜୋରଦାର ସେଲିବ୍ରେସନ୍

Posted by: Manoranjan Behera

21:29 PM(7 months ago )

ବିଜୟ ମୁହାଁ ବିଜେପି

Posted by: Manoranjan Behera

18:48 PM(7 months ago )

ତିର୍ତ୍ତୋଲ ବିଧାନସଭାରେ ବିଜେଡି ବିଜୟୀ

Posted by: Manoranjan Behera

18:47 PM(7 months ago )

ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀରେ ଆଗରେ ଅଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ..

Posted by: Manoranjan Behera

18:46 PM(7 months ago )

ରାଜନଗର ବିଧାନସଭାରେ ବିଜେଡି ବିଜୟୀ

Posted by: Manoranjan Behera

18:45 PM(7 months ago )

ଭଟଲୀ ବିଧାନସଭାରେ ବିଜେପି ବିଜୟୀ

Posted by: Manoranjan Behera

18:44 PM(7 months ago )

ମଣ୍ଡିରେ ବିଜେପିର ଲୋକସଭା ପ୍ରାର୍ଥିନୀ କଙ୍ଗନା ରଣାୱତ

Posted by: Manoranjan Behera

18:43 PM(7 months ago )

ଭଦ୍ରକ ବିଧାନସଭାରେ ବିଜେପି ବିଜୟୀ

Posted by: Manoranjan Behera

18:35 PM(7 months ago )

ଓଡ଼ିଶାରେ ପ୍ରବଳ ଜନମତ ପରେ ଉତ୍ସବ ମୁଖର ରାଜ୍ୟ ବିଜେପି କାର୍ଯ୍ୟାଳୟ

Posted by: Manoranjan Behera

18:34 PM(7 months ago )

ଜୟପୁରରେ ଆଗୁଆ ରହିଛି ବିଜେପି

Posted by: Manoranjan Behera

16:49 PM(7 months ago )

ସର୍ବାଧିକ ଭୋଟ୍ ରେ ଜିତିବେ କି ରାହୁଲ! ଆଖି ପାଉନି ବିଜୟ ମାର୍ଜିନ୍

Posted by: Manoranjan Behera

ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍‌ରେ ଜିତିଲେ ରାହୁଲ ଗାନ୍ଧି । ରାଏବରେଲିରେ ଅଞ୍ଚଳରୁ ଲଢ଼ୁଥିଲେ ରାହୁଲ । ତେବେ ସେ ନିଜ ବିପକ୍ଷ ବିଜେପିର ଦୀନେଶ ପ୍ରତାପ ସିଂଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି । ଫଳରେ ସେ ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍‌ରେ ଜିତିଛନ୍ତି । ଏନେଇ ନିର୍ବାଚନ ଆୟୋଗ ନିଜ ୱେବ୍‌ସାଇଟରେ ତଥ୍ୟ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ..

16:48 PM(7 months ago )

ଜିତିଲେ କଙ୍ଗନା ରାଣାୱତ; ଆଉ ଦେଖିବାକୁ ମିଳିବେନି ମନୋରଂଜନ ଦୁନିଆରେ !

Posted by: Manoranjan Behera

ବଲିଉଡର କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ବିଜେତା ଘୋଷିତ କରାଯାଇଛି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। କଙ୍ଗନାଙ୍କ ବିଜୟକୁ ନେଇ ରାଜନୈତିକ ମହଲରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଅଧିକ ପଢ଼ନ୍ତୁ..

14:51 PM(7 months ago )

ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମଏମ୍‌ କର୍ମୀ ବାଣଫୁଟାଇ ସେଲିବ୍ରେସନ କଲେ

Posted by: Santosh Kumar Sahoo

14:49 PM(7 months ago )

କୋଲକାତା ଟିଏମସି କାର୍ଯ୍ୟାଳୟରେ ସେଲିବ୍ରେସନ । ରଙ୍ଗଖେଳି ସେଲିବ୍ରେସନ କରୁଛନ୍ତି ଟିଏମସି କର୍ମୀ

Posted by: Santosh Kumar Sahoo

14:38 PM(7 months ago )

ରାଜ୍ୟରେ ବଢ଼ୁଛି ବିଜେପିର ଟ୍ରେଣ୍ଡ

Posted by: Swadesi Megha Mallhar Prusty

14:29 PM(7 months ago )

୪ ଲକ୍ଷ ଭୋଟ୍‌ରେ ଆଗୁଆ କଙ୍ଗନା, ପଛରେ ପଡ଼ିଲେ ବିକ୍ରମାଦିତ୍ୟ

Posted by: Santosh Kumar Sahoo

ଆଗରେ କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଅଭିନେତ୍ରୀ କଙ୍ଗନା ରଣାୱତ୍ ଆଗରେ ରହିଛନ୍ତି । ନିଜର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କଠାରୁ ୪ ଲକ୍ଷରୁ ଅଧିକ ଭୋଟରେ ଆଗରେ ଅଛନ୍ତି କଙ୍ଗନା । ଅଧିକ ପଢ଼ନ୍ତୁ...

14:07 PM(7 months ago )

ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମଏମ୍‌ କର୍ମୀଙ୍କ ସେଲିବ୍ରେସନ

Posted by: Santosh Kumar Sahoo

14:03 PM(7 months ago )

କୋଲକାତା ଟିଏମ୍‌ସି କାର୍ଯ୍ୟାଳୟରେ ସେଲିବ୍ରେସନ । ରଙ୍ଗଖେଳି ସେଲିବ୍ରେସନ କରୁଛନ୍ତି ଟିଏମସି କର୍ମୀ ।

Posted by: Santosh Kumar Sahoo

12:44 PM(7 months ago )

N.D.Aକୁ କଡ଼ା ଟକ୍କର ଦେଇଛି I.N.D.I.A

Posted by: Santosh Kumar Sahoo

12:24 PM(7 months ago )

ବହୁମତରେ ସରକାର ଗଠନ କରିବ ବିଜେପି

Posted by: Santosh Kumar Sahoo

12:21 PM(7 months ago )

JMM ବହୁତ ଭଲ କରିବ

Posted by: Santosh Kumar Sahoo

12:09 PM(7 months ago )

୩୧ କୋଟି ଭଉଣୀ ଭୋଟ ଦେଇଛନ୍ତି

Posted by: Santosh Kumar Sahoo

11:56 AM(7 months ago )

ମଥୁରାରେ ଆଗୁଆ ରହିଛି ବିଜେପି

Posted by: Santosh Kumar Sahoo

10:40 AM(7 months ago )

ଏଥର ହେବ କି ୪୦୦ ପାର? ୧୦୦ ଦିନର ରୋଡ ମ୍ୟାପ କଲେ ମୋଦି, ଏପଟେ କଂଗ୍ରେସ ବି ଆଶାବାଦୀ

Posted by: Santosh Kumar Sahoo

କାଉଣ୍ଟି ଡେ' ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। କାଲି ଏତେ ବେଳକୁ ସ୍ପଷ୍ଟ ହୋଇସାରିଥିବ ହାର୍-ଜିତ୍‌ର ଚିତ୍ର। ତେବେ ଏହାର ଅବ୍ୟବହିତ ପୂର୍ବରୁ, ଆଜି ଉଭୟ NDA ଓ ଇଣ୍ଡି ଶିବିରରେ ଚାଲିଛି ସେଲିବ୍ରେସନ ତୟାରି। ୪ଶହ ପାର୍ ବନାମ୍ ୨୯୫ ପ୍ଲସ୍ ଦମ୍ଭୋକ୍ତିକୁ ନେଇ ସରକାର ଗଢ଼ିବା ଆଶାରେ ଉଭୟ କ୍ୟାଂପ୍। ଏସବୁ ଭିତରେ ଗତକାଲି ମାରାଥନ୍ ବୈଠକ କରି, ତୃତୀୟ ପାଳିର ୧୦୦ ଦିନ ପାଇଁ ରୋଡମ୍ୟାପ୍ ସମୀକ୍ଷା କରିଛନ୍ତି ମୋଦି। ଅଧିକ ପଢ଼ନ୍ତୁ...

09:16 AM(8 months ago )

‘ଏକଜିଟ୍ ପୋଲ୍ ଭୋଟଦାନ ପରେ ପ୍ରକାଶ ପାଉଥିବାରୁ ସଠିକ୍ ଡାଟା ପ୍ରକାଶ ପାଇଁ ତତ୍ପରତା ଥାଏ ।’

Posted by: Santosh Kumar Sahoo

08:34 AM(8 months ago )

ରାହୁଲ ଗାନ୍ଧି ଆଗୁଆ

Posted by: Santosh Kumar Sahoo

08:03 AM(8 months ago )

ଅଯୋଧ୍ୟାରେ ଜଣେ ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଯଜ୍ଞ କରୁଛନ୍ତି

Posted by: Santosh Kumar Sahoo
Load more...