Advertisment

ଆରମ୍ଭ ହେଲା ଗଣତି; କାହା ସପକ୍ଷରେ ଯିବ ଜନାଦେଶ...ହଟିବ ସସ୍‌ପେନ୍ସ

ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ । କାଉଣ୍ଟିଂ ପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Odisha Election 2024 Result updates

Counting

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ ଗଣତି । ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ୍ ଗଣତି । ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଚାଲିଛି । କିଛି ସମୟ ପରେ ଆରମ୍ଭ ହେବ ଇଭିଏମ୍ ଗଣତି । ଆଉ  କିଛି ଘଣ୍ଟାର ବ୍ୟବଧାନ ପରେ ଜଣାପଡିବ ପ୍ରାର୍ଥୀଙ୍କ ଭାଗ୍ୟଫଳ । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ରେଜଲ୍ଟ ମଧ୍ୟ ସ୍ପଷ୍ଟ ହୋଇଯିବ ।

Advertisment

୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଫଳାଫଳ ସ୍ପଷ୍ଟ ହେବ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ଚାଲିଛି । ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ।

 Live Updates: ଓଡ଼ିଶା ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

Advertisment

ରାଜ୍ୟର ବିଧାନସଭାରେ ୧୪ ଶହ ୯୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ଭରସା କରିଛନ୍ତି ଭୋଟର ଜଣାପଡ଼ିବ । ନିର୍ବାଚନ ଅଧିକାରୀ ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍ ଖୋଲାଯାଇ ଇଭିଏମ୍‌ଗୁଡିକୁ ଗଣତି କେନ୍ଦ୍ରକୁ ନିଆଯାଇଛି। ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ । କାଉଣ୍ଟିଂ ପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ୬୦ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏକ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ (ସିଏପିଏଫ୍‌) ଏବଂ ରାଜ୍ୟ ପୋଲିସ ମୁତୟନ ଅଛନ୍ତି। ଭୋଟ ଗଣନା ଓ ଏହା ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮୯ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ଗୃହ ବିଭାଗ ଅନୁରୋଧକ୍ରମେ ସୁରକ୍ଷାକର୍ମୀ ଆସନ୍ତା ୬ ତାରିଖଯାଏ ରାଜ୍ୟରେ ରହିବେ। ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ।

 Live Updates: ସାଧାରଣ ନିର୍ବାଚନ ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

View Synonyms and Definitions
Counting Begins General Election 2024
Advertisment
Advertisment