Advertisment

୨୦୨୪ ଜନାଦେଶ: ମୋଦି, ଶାହ ଓ ରାହୁଲ୍ ଆଗରେ

ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ସେହିପରି ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରେ ଆଗୁଆ ଅଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Lok Sabha Election Result 2024

Lok Sabha Election

ଚାଲିଛି ଗଣତି। ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। କିଛି ସମୟ ପରେ ଆସିବ ଜନାଦେଶ। ଏହାରି ଭିତରେ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ। ପ୍ରାରମ୍ଭିକ ଟ୍ରେଣ୍ଡରେ ଏନ୍‌ଡିଏ ଆଗରେ ରହିଥିବା ବେଳେ ପଛରେ ରହିଛି ଇଣ୍ଡିଆ। ଏନ୍‌ଡିଏ ୧୯୯ ଆସରେ ଆଗରେ ଥିବା ବେଳେ ଇଣ୍ଡିଆ ମେଣ୍ଟ ୧୧୨ ଆସନରେ ପଛରେ ରହିଛି।

Advertisment

କେରଳର ଓ୍ୱାୟନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଗୁଆ ଅଛନ୍ତି। ସେହିପରି ଉତ୍ତର ପ୍ରଦେଶର ରାୟବରେଲି ଆସନରୁ ମଧ୍ୟ ରାହୁଲ ଅଗୁଆ ଥିବା ସୂଚନା ମିଳିଛି। ବର୍ତ୍ତମାନର ସାଂସଦ ଥିବା କଂଗ୍ରେସ ନେତା ଓ୍ୱାୟନାଡରେ ୧୦୩ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ରାୟବରେଲି ଆସନରୁ ପୋଷ୍ଟାଲ ବାଲାଟ୍‌ ପେପର୍‌ ଗଣତିରେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କ ଠାରୁ ସେ ଆଗରେ ଅଛନ୍ତି।

 Live Updates: ସାଧାରଣ ନିର୍ବାଚନ ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

Advertisment

ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ସେହିପରି ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରେ ଆଗୁଆ ଅଛନ୍ତି। ସେ ୩୦୦୦ ଭୋଟ୍‌ରେ ଆଗୁଆ ଅଛନ୍ତି। ଏଠାରେ କଂଗ୍ରେସର ପ୍ରାର୍ଥୀ କିଶୋର ଲାଲ ଶର୍ମା ପଛରେ ଅଛନ୍ତି।

ଲକ୍ଷ୍ନୌ ଲୋକସଭା ଆସନରେ ମଧ୍ୟ ଢ଼େର ଆଗରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୪୭୫ ଭୋଟ୍‌ରେ ରାଜନାଥ ସିଂହ ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟିର ରବି ଦାସ୧୭୫ ଭୋଟ୍‌ରେ ପଛରେ ଅଛନ୍ତି। ଉତ୍ତରପ୍ରଦେଶରେ ଏନ୍‌ଡିଏ ୪୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୨ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି।

ସେହିପରି ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ପାଇଁ ଆଜି ଚାଲିଛି ଗଣତି। ସକାଳ ୯ଟା ଗଣତି ସୁଦ୍ଧା ତେଲୁଗ ଦେଶମ ପାର୍ଟି ଆଗେଇ ଚାଲିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। TDP ବିଧାନସଭା ପ୍ରାର୍ଥୀ ଜି ବୁଚ୍ଚାହି ଆଗରେ ଅଛନ୍ତି। ଲୋକସଭା ଆସନରେ ମଧ୍ୟ ଆଗରେ ରହିଛି TDP। ଦଳ ୯ଟି ଆସନରେ ଆଗେଇ ଚାଲିଥିବା ବେଳେ YSR କଂଗ୍ରେସ ତିନୋଟି ଆସନରେ ଆଗରେ ରହିଛି।

ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ ଆଗରେ ଥିବା ସୂଚନା ମିଳିଛି। ସେ ୧୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଢ଼େର ପଛରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହ। ସେହିପରି କର୍ଣ୍ଣାଟକ ଲୋକସଭାରେ ଟ୍ରେଣ୍ଡରେ ରହିଛି ବିଜେପି। ବିଜେପି ୧୨ଟି ସିଟରେ ଆଗରେ ରହିଥିବା ବେଳେ କଂଗ୍ରେସ ୮ଟି ଆସନରେ ଆଗରି ରହିଛି।ଜେଡି (ଏସ୍) ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ ପଛରେ ପକାଇଛନ୍ତି ଦଳର ଶ୍ରେୟାସ ପାଟିଲ।ସେପଟେ ବିଜେପିର ତେଜସ୍ୱୀ ସୂର୍ଯ୍ୟା ଆଗେଇ ଚାଲିଛନ୍ତି। ସେ ୪ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବେଙ୍ଗାଲୁରୁ(ଦକ୍ଷିଣ) ଆସନରୁ ଆଗରେ ଅଛନ୍ତି।

Narendra Modi BJP Congress Rahul Gandhi PM Narendra Modi General Election 2024
Advertisment
Advertisment