Advertisment

ବବିଙ୍କ ଖେଳ ଖତମ ! ସମ୍ବଲପୁରରୁ ହାରିଲେ..କୋରେଇରୁ ହାରିଲେ ମାଆ

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Pranab Prakash Das

Pranab Prakash Das

ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। ତେବେ ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ଓ କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶ ବିଜୟୀ ହୋଇଛନ୍ତି।

Advertisment

ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ବବିଙ୍କ ମା’ କୋରେଇ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ପରାସ୍ତ କରିଛନ୍ତି।

ସେହିପରି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ପରାସ୍ତ ହୋଇଛନ୍ତି। ସୁକିନ୍ଦା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଶ୍ରୀ ଘଡ଼େଇଙ୍କୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ବଳସାମନ୍ତ ପରାଜିତ କରିଛନ୍ତି। ଜଳେଶ୍ୱର ଆସନରୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପରାସ୍ତ ହୋଇଛନ୍ତି। ତାଙ୍କୁ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ପରାସ୍ତ କରିଛନ୍ତି। ସତ୍ୟବାଦୀ ଆସନରୁ ବିଜେଡିର ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା ପରାଜିତ ହୋଇଛନ୍ତି। ସେଠାରେ ବିଜେପିର ଓମପ୍ରକାଶ ମିଶ୍ର ବିଜୟୀ ହୋଇଛନ୍ତି।

Advertisment

ସେହିପରି ବିଜେଡିର ହେଭିୱେଟ୍ ନେତା ନୟାଗଡ଼ ବିଧାୟକ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କଠୁ ୩୯୬ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି କଟକ-ବାରବାଟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୋଫିଆ ଫିରଦୋଷ ବିଜେପିର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋନପୁର ଆସନରୁ ବିଜୟୀ ହୋଇଛନ୍ତି। ବିଜେଡି ବିଧାୟକ ସୁଶାନ୍ତ କୁମାର ରାଉତ ଭୁବନେଶ୍ୱର-ଉତ୍ତର ଆସନରୁ, ବିଧାୟକ ଧ୍ରୁବ ସାହୁ ରାଜନଗରରୁ, ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ, ବିଜେଡି ପ୍ରାର୍ଥୀ ବିଧାୟକ ଅଧୀରାଜ ପାଣିଗ୍ରାହୀ ଖଡ଼ିଆଳ ଆସନରୁ ବିଜୟୀ ହୋଇଛନ୍ତି।

BJD Odisha Politics Pranab Prakash Das Vote Counting General Election 2024
Advertisment
Advertisment