• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପେଗାସସ୍ ସ୍କାଣ୍ଡାଲର ଶୁଣାଣି କରିବେ ସୁପ୍ରିମକୋର୍ଟ ।

  • ଆସନ୍ତା ସପ୍ତାହରେ ଏହି ଶୁଣାଣି ହୋଇପାରେ ।

  • ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି ।

ନୂଆଦିଲ୍ଲୀ: ପେଗାସସ୍ ସ୍କାଣ୍ଡାଲର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ଏହି ଶୁଣାଣି ହୋଇପାରେ ବୋଲି କହିଛନ୍ତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା । ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶି କୁମାରଙ୍କ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଏହି ସୂଚନା ଦେଇଛନ୍ତି ।

ଇସ୍ରାଏଲର ସ୍ପାଏଓୟାର୍ ପେଗାସସ୍ ଜରିଆରେ ଦେଶର ବହୁ ନେତା, ସାମ୍ବାଦିକ, ବରିଷ୍ଠ ସରକାରୀ ଅଧିକାରୀଙ୍କ ଫୋନ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ ଏସ୍‌ଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏନ୍ ରାମ ଓ ଶଶି କୁମାର । ଦେଶର ୧୪୨ ଜଣଙ୍କ ବିରୋଧରେ ଏହି ଗୁଇନ୍ଦାଗିରି କରାଯାଇଥିବା ଅଭିଯୋଗ ହୋଇଛି ।

ଇସ୍ରାଇଲର କମ୍ପାନିଠାରୁ ଏହି ସ୍ପାଏଓୟାର୍ ଭାରତ ସରକାର କିଣିଛନ୍ତି କି ନାହିଁ, ତାହା ସ୍ପଷ୍ଟ ଭାବେ ଜଣାଇବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରାଯାଇଛି । ଏହା ବ୍ୟକ୍ତିଗତ ସ୍ୱାଧୀନତାର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ । ଇସ୍ରାଏଲର କମ୍ପାନି ଏନ୍ଏସ୍ଓ କହିଥିଲା, କେବଳ କୌଣସି ଦେଶର ସରକାରଙ୍କୁ ହିଁ ପେଗାସସ୍ ସ୍ପାଏଓୟାର୍ ବିକ୍ରି କରାଯାଇଥାଏ । ଏହି ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ପ୍ରତିଦିନ ହଙ୍ଗାମା କରୁଛନ୍ତି ବିରୋଧୀ । ଏହାର ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି ।

ସଂସଦରେ ଏବେ ବି ଲାଗିରହିଛି ପେଗାସସ ଝଡ । ପେଗସସ୍ ସ୍ପାଇଓୟାର୍ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିବାରୁ ଏକାଧିକବାର ଗୃହକାର୍ଯ୍ୟ ପ୍ରଭାବିତ ହୋଇଛି । ଫଲରେ ବାଚସ୍ପତିଙ୍କୁ ଏକାଧିକ ଥର ଗୃହ ମୁଲତବୀ କରିବାକୁ ପଡିଥିଲା । ପେଗାସସ୍ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦି ସରକାର ଉପରେ ଲଗାତର ହମଲା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆମ ଫୋନରେ ଅସ୍ତ୍ର ରଖିଛନ୍ତି ବୋଲି ରାହୁଲ କହିଛନ୍ତି । ସେ ଆହୁରି କହିଥିଲେ ଯେ, ‘ସମଗ୍ର ବିରୋଧୀ ଏଠାରେ ଏକାଠି ହୋଇଛନ୍ତି କାରଣ ସଂସଦରେ ଆମର ସ୍ୱର ଦମନ କରାଯାଉଛି’ । ପେଗାସସ୍ ସଫ୍ଟଓୟାର୍ କିଣାଯାଇଛି କି ନାହିଁ ଏବଂ ତାହା ଭାରତର କିଛି ଲୋକଙ୍କ ବିରୋଧରେ ବ୍ୟବହୃତ ହୋଇଛି କି ନାହିଁ ? ଆମେ କେବଳ ଏତିକି ପଚାରୁଛୁ  ବୋଲି ରାହୁଲ କହିଥିଲେ ।