/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627641227.jpg)
himachal pradesh landslide
ସିମ୍ଲା: ହିମାଚଳ ପ୍ରଦେଶର ସିରମୌରରେ ବଡଧରଣର ଭୂସ୍ଖଳନ ହୋଇଛି। ବରଓ୍ୱାସ୍ ନିକଟରେ ହୋଇଥିବା ଏହି ଭୂସ୍କଳନ ଯୋଗୁଁ ଗାଏବ ହୋଇଯାଇଛି ରାସ୍ତା। କେବଳ ରାସ୍ତା ନୁହେଁ ବରଂ ରାସ୍ତା ସହ ପୁରା ପାହାଡ ଧସିଯାଇଛି। ଆଉ ଭୂସ୍କଳନ ପରେ ଜାତୀୟ ରାଜପଥ ନମ୍ବର ୭୦୭ର ରାସ୍ତା କୁଆଡ଼େ ଗାଏବ ହୋଇଯାଇଛି। ଏଥିଯୋଗୁଁ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛନ୍ତି। ଏପରିକି କିଛି ପର୍ଯ୍ୟଟକ ମଧ୍ୟ ଫସି ରହିଥିବା ଜଣାପଡିଛି। ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ପାହାଡିଆ ଅଞ୍ଚଳରେ ଥିବା ଅନେକ ରାସ୍ତା ଧସିଯାଇଥିବା ଖବର ମିଳିଛି। ଲାହୌଲ ଓ ସ୍ପିତି ଜିଲ୍ଲାର ଉଦୟପୁର ସବଡ଼ିଭିଜନରେ ଭୂସ୍ଖଳନ ଯୋଗୁଁ ଅତିକମରେ ୧୭୫ ପର୍ଯ୍ୟଟକ ଫସି ରହିଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ହେଲେ ଖରାପ ପାଗ ଯୋଗୁଁ ହେଲିକର ଉଡାଣ ଭରି ପାରୁ ନଥିବା ସୂଚନା ମିଳିଛି।
Also Read
ସେପଟେ, ଜାମ୍ମୁ-କାଶ୍ମୀର ଓ ହିମାଚଳରେ ପ୍ରବଳ ବର୍ଷା। ହଠାତ୍ ବାଦଲ ଫଟା ବର୍ଷା ହେବା କାରଣରୁ ୨୨ ରୁ ଅଧିକ ଜଣ ଲୋକଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ଏହାସହ ୫୦ ରୁ ଅଧିକ ଲୋକ ନିଖୋଜ ରହିଥିବା ନେଇ ମଧ୍ୟ ସୂଚନା ମିଳିଛି। କାଶ୍ମୀରରେ ପାହାଡ଼ ଉପରୁ ମୁସଳ ଧାରାରେ ପାଣି ମାଡ଼ି ଆସିବା କାରଣରୁ ୮ ଜଣ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ପ୍ରବଳ ବର୍ଷାରେ ଏକ ଘର ଭାସିଯାଇଥିଲା। ତେବେ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସ୍ଥିତି ଏମିତି ହୋଇଥିଲା ଯେ, ଭୋର ସମୟରେ ହଠାତ୍ ବର୍ଷା ହୋଇଥିଲା ଏବଂ ପାହାଡ଼ ଉପରୁ ପାଣି ମାଡ଼ିଆସିଥିଲା। ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍ଡିଆର୍ଏଫ୍) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରିରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)