ନୂଆଦିଲ୍ଲୀ: ଲଗାତାର ୨ ଦିନ ସୁନା ଦର ବୃଦ୍ଧି ପାଇବା ବରେ ଆଜି Multi Commodity Exchange(MCX)ରେ ସୁନା-ରୁପା ଦର ହ୍ରାସ ପାଇଛି।MCXରେ ଆଜି ସୁନା ୦.୦୩% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା। ସେହିପରି ରୂପା ୦.୩୩% ହ୍ରାସ ପାଇ ପ୍ରତି କିଲୋକୁ ୬୭,୯୭୬ଟଙ୍କାରେ କାରବାର ଚାଲିଛି।
ଗତକାଲି MCXରେ ସୁନା-ରୂପା ଦର ଉଚ୍ଚ ସ୍ତରରେ ଥିଲା। ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୨୦ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୬,୬୯୯ ଟଙ୍କାରେ କାରବାର ଚାଲିଥିଲା। ତେବେ ବଜାର ବନ୍ଦ ହେବା ପୂର୍ବରୁ ସୁନା ପ୍ରତି ୧୦ ଗ୍ରାମକୁ ୪୮,୨୮୧ ଟଙ୍କାରେ ଥିବାବେଳେ ରୂପା ପ୍ରତି କିଲୋକୁ ୬୮,୨୦୦ ଟଙ୍କା ଥିଲା।
ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍ ରେକର୍ଡ ସ୍ତରରୁ ବର୍ତ୍ତମାନ ୭,୮୧୭ ଟଙ୍କା ଶସ୍ତାରେ ମିଳୁଛି ସୁନା।
Also Read
Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୨୧୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୪,୯୧୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୦୦୦ ଟଙ୍କା ରହିଛି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।