• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ମହାକାଶରେ ଆଜି ଦେଖିବାକୁ ମିଳିଛି ଛାଇ ଆଲୁଅର ଖେଳ

  • ଆକାଶରେ ଦେଖାଦେବ ନୀଳ ଜହ୍ନ

ନୂଆଦିଲ୍ଲୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଧୂମଧାମ୍‌ରେ ପାଳିତ ହେଉଛି ଏହି ପର୍ବ। ଆଜି ମହାକାଶରେ ବି ଆଜି ଦେଖିବାକୁ ମିଳିଛି ଛାଇ ଆଲୁଅର ଖେଳ । ଆମେରିକୀୟ ଆଷ୍ଟ୍ରୋନୋମିକାଲ ସୋସାଇଟି ଅନୁସାରେ ଆଜି ଆକାଶରେ ବ୍ଲୁ ମୁନ ଅର୍ଥାତ ନୀଳ ଜହ୍ନ ଦେଖାଯିବ। କ’ଣ ଏହି ବ୍ଲୁ ମୁନ୍‌ ? ସତରେ କ’ଣ ଜହ୍ନର ରଙ୍ଗ ଆଜି ନୀଳ ଦିଶିବ ? 

ସ୍କାଏ ଆଣ୍ଡ ଟେଲିସ୍କୋପ  ପତ୍ରିକା ଅନୁସାରେ ପ୍ରକୃତରେ ବ୍ଲୁ ମୁନ୍‌ କହିଲେ ନୀଳ ରଙ୍ଗର ଜହ୍ନକୁ ବୁଝାଇ ନ ଥାଏ।  । ପ୍ରକୃତ କଥା ହେଲା, ୪ ପୂର୍ଣ୍ଣିମା ଥିବା ସିଜିନ୍‌ ମଧ୍ୟରୁ ତୃତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ କୁହାଯାଇଥାଏ । ନାସାର ତଥ୍ୟ ଅନୁ।ଯାୟୀ, ବ୍ଲୁମୁନ ସାଧାରଣତଃ ଦୁଇ ପ୍ରକାରରର ହୋଇଥାଏ । ଗୋଟିଏ ହେଲା ମାସିକ ଓ ଅନ୍ୟଟି ଋତୁକାଳୀନ । ଗୋଟିଏ କ୍ୟାଲେଣ୍ଡର ମାସରେ ଯଦି ଦୁଇଟି ପୂର୍ଣ୍ଣିମା ଥାଏ ସେଥିରୁ ଦ୍ୱିତୀୟ ଚାନ୍ଦଟିକୁ ମାସିକ ବ୍ଲୁ ମୁନ କୁହାଯାଇଥାଏ । ସେହିପରି ଗୋଟିଏ ଋତୁରେ ଯଦି ୪ଟି ପୂର୍ଣ୍ଣ ଚନ୍ଦ୍ର ଦେଖାଯାଇଥାଏ,  ତାହା ମଧ୍ୟରୁ ତୃତୀୟ ପୂର୍ଣ୍ଣଚନ୍ଦ୍ରକୁ ସିଜିନାଲ ବ୍ଲୁ ମୁନ୍‌ କୁହାଯାଏ।

ସ୍କାଏ ଆଣ୍ଡ ଟୋଲିସ୍କୋପ ପତ୍ରିକାର ସମ୍ପାଦକ ଓ ପତ୍ରକାରମାନଙ୍କର ତଥ୍ୟ ଅନୁଯାୟୀ, ୪ଟି ପୂର୍ଣ୍ଣ ଚାନ୍ଦ ଦେଖାଯାଉଥିବା ପୂର୍ଣ୍ଣିମାକୁ ଦର୍ଶାଇବା ପାଇଁ ବ୍ଲୁମୁନ ଶଦ୍ଦର ପ୍ରୋୟୋଗ ଆରମ୍ଭ ହୋଇଥିଲା  । ପ୍ରକୃତରେ ବ୍ଲୁ ମୁନ୍‌ରେ ଜହ୍ନ ଏହାର ରଙ୍ଗ ବଦଳାଏ ନାହିଁ। ଏହା ପବନରେ ଥିବା ଜଳକଣା, ବିଶେଷ ପ୍ରକାର ବାଦଲ, ଆମ ପରିବେଶରେ ଥିବା ଜ୍ୱାଳାମୁଖୀର ପାଉଁଶ, ଧୂଆଁ କାରଣରୁ ଏପରି ବ୍ଲୁ ମୁନ୍‌ ଦେଖା ଯାଇଥାଏ।  

ଆମେରିକାର କହିବା ଅନୁଯାୟୀ, ୧୮୮୩ ଖ୍ରୀଷ୍ଟାଦ୍ଧରେ କ୍ରୋକାଟୋଆ ନାମର ଇଣ୍ଡୋନେସିଆଇ ଏକ  ଜ୍ୱାଳାମୁଖୀ ବିସ୍ଫୋରଣ ପରଠୁ କିଛି ବର୍ଷ ଯାଏ ନୀଳ ରଙ୍ଗର ଜହ୍ନ ଦେଖିବାକୁ ମିଳିଥିଲା। ତଥ୍ୟ ଅନୁସାରେ ଗୋଟିଏ ବ୍ଲୁ ମୁନ ହେବା ପାଇଁ ଧୂଳି ଓ ପାଉଁଶର କଣିକା ଗୁଡିକ ପ୍ରାୟ ୦.୬ ମାଇକ୍ରୋନରୁ ବଡ ଥିଲେ ହିଁ ସେ ଲାଲ କିରଣକୁ ବ୍ଲୁ କିରଣରେ ବରିବର୍ତ୍ତନ କରିଥାଏ । ବ୍ଲୁ ମୁନ ବାସ୍ତବରେ ବ୍ଲୁ ଦେଖାଯାଇନଥାଏ । ଏହା କେବଳ ଟିକେ ଧୂସର, ଧଳା ଓ ହଳଦିଆ ରଙ୍ଗର ଦେଖାଯାଇଥାଏ । ସାଧାରଣ ରାତିରେ ଦେଖାଯାଉଥିବା ଚାନ୍ଦ ପରି ଏହା ମଧ୍ୟ ଦେଖାଯାଇଥାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now