Advertisment

ହସ୍ପିଟାଲ୍‌ରେ ବିଗ୍‌ ବି ଅମିତାଭ : ଚିନ୍ତାରେ ପ୍ରଶଂସକ

ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ପୁଣି ଥରେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କର ଶୋ ‘କୌନ ବନେଗା କରୋଡପତି ସିଜନ ୧୩’ ଆଜିଠାରୁ ଟିଭିରେ ପ୍ରସାରଣ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବହୁତ ଖୁସି ଅଛନ୍ତି। କିନ୍ତୁ, ଏହାରି ଭିତରେ ବିଗ୍ ବିଙ୍କ ବିଷୟରେ ଆଉ ଏକ ଖବର ଆସୁଛି। ଏହା ଜାଣିବା ପରେ ମେଗାଷ୍ଟାରଙ୍କ ପ୍ରଶଂସକମାନେ ଟିକେ ଚିନ୍ତାରେ ପଡିଯାଇପାରନ୍ତି।

author-image
Pramod Behera
Amitabh Bachchan

Amitabh Bachchan

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ପୁଣି ଥରେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କର ଶୋ ‘କୌନ ବନେଗା କରୋଡପତି ସିଜନ ୧୩’ ଆଜିଠାରୁ ଟିଭିରେ ପ୍ରସାରଣ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବହୁତ ଖୁସି ଅଛନ୍ତି। କିନ୍ତୁ, ଏହାରି ଭିତରେ ବିଗ୍ ବିଙ୍କ ବିଷୟରେ ଆଉ ଏକ ଖବର ଆସୁଛି। ଏହା ଜାଣିବା ପରେ ମେଗାଷ୍ଟାରଙ୍କ ପ୍ରଶଂସକମାନେ ଟିକେ ଚିନ୍ତାରେ ପଡିଯାଇପାରନ୍ତି।

Advertisment

ନିକଟରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲ ବାହାରେ ଅମିତାଭଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ମଧ୍ୟ ତାଙ୍କ ସହ ଥିଲେ। ତେବେ ଅମିତାଭ ବଚ୍ଚନ କାହିଁକି ଡାକ୍ତରଖାନାକୁ ଯାଇଥିଲେ ସେ ସମ୍ପର୍କରେ ତାଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ।

Advertisment

ସୂଚନା ମୁତାବକ ରବିବାର ସନ୍ଧ୍ୟାରେ ବିଗ୍ ବି ଲିଳାବତୀ ହସ୍ପିଟାଲରେ ପହଞ୍ଚିଥିଲା। ଯେଉଁଠାରୁ ତାଙ୍କର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋଗୁଡ଼ିକରେ ସେ ଏକ ଧଳା ସ୍ୱେଟ୍‌ସାର୍ଟ ସହିତ ଏକ କ୍ୟାପ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହା ସହିତ ସେ ଏକ ଧଳା ମାସ୍କ ମଧ୍ୟ ପିନ୍ଧିଛନ୍ତି।

ଅମିତାଭ ବଚ୍ଚନ ତାଙ୍କ କାରରେ ଝିଅ ଶ୍ୱେତାଙ୍କ ସହ ଆସି ଗାଡିରୁ ଓହ୍ଲାଇ ସିଧା ଲିଳବତୀ ହସ୍ପିଟାଲକୁ ଯାଇଥିଲେ। ତେବେ ଯେଉଁ ଫଟୋଗୁଡିକ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି ସେଥିରେ ବିଗ୍ ବି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦେଖାଯାଉଛନ୍ତି। ସେ ନିୟମିତ ଭାବେ ଯାଞ୍ଚ ପାଇଁ ଡାକ୍ତରଖାନା ଯାଆନ୍ତି। କେବଳ ଏତିକି ନୁହେଁ, ବିଗ୍ ବି ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଏବା ବି ଜାରି ରଖିଛନ୍ତି।

Amitabh Bachchanହସ୍ପିଟାଲ୍‌ରେ ବିଗ୍‌ ବି

ତେବେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଏହି ଫଟୋଗୁଡ଼ିକୁ ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭୟାନୀ ସେୟାର କରିଛନ୍ତି। ସେୟାର କରିଥିବା ଏହି ଫଟୋ ସହିତ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- “ଅମିତାଭ ବଚ୍ଚନ ଏବଂ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଲୀଳାବତୀ ହସ୍ପିଟାଲରେ ବାହାରେ ନଜର ଆସିଥିଲେ। ତେବେ ଏହାର ସ୍ପଷ୍ଟ କାରଣ ଜଣା ପଡି ନ ଥିଲେ ମଧ୍ୟ ଏହା ନିୟମିତ ଚେକ୍‌ଅପ୍ ବା ଟିକାକରଣ ଟିକା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ତେବେ ଅମିତାଭ ବଚ୍ଚନଙ୍କ ଏହି ଫଟୋ ଯେବେଠାରୁ ସାମ୍ନାକୁ ଆସିଛି, ତାଙ୍କ ପ୍ରଶଂସକମାନେ ଟିକେ ଚିନ୍ତିତ ହୋଇପଡିଛନ୍ତି।

Amitabh Bachchan Entertainment
Advertisment
Advertisment