• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ ।

  • ଆମେରିକା ରାଷ୍ଟ୍ରପତି ଦେଇଛନ୍ତି ସୂଚନା ।

  • ଆଫଗାନିସ୍ତାନରୁ ଫେରିବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି ।

ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ । ଆଫଗାନିସ୍ତାନରୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଏଭଳି ସୂଚନା ଦେଇଛନ୍ତି । ଯନ୍ତ୍ରଣା ଓ କ୍ଷତି ବିନା ଏତେ ସଂଖ୍ୟାରେ ଲୋକଙ୍କୁ ଫେରାଇବାର ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି । ଆଫଗାନିସ୍ତାନରୁ ଫେରିବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ଏପରି ଦୃଶ୍ୟ ତାଙ୍କ ହୃଦୟରେ ଆଘାତ ଦେଇଛି ବୋଲି ମଧ୍ୟ ଜୋ ବାଇଡେନ କହିଛନ୍ତି ।

ସେ ଆହୁର କହିଛନ୍ତି ଯେ, ‘ଯଦି ଆମେ ଏବେ ଆଫଗାନିସ୍ତାନ ନ ଛାଡିବୁ ତାହେଲେ କେବେ ଛାଡ଼ିବୁ ? ଅଗଷ୍ଟ ୩୧ ପର୍ଯ୍ୟନ୍ତ ଡେଡ୍‌ଲାଇନ୍‌ ବଢ଼ାଇବାକୁ ଆଲୋଚନା କରାଯାଉଛି । ତଥାପି ଆମର ଆଶା ରହିଛି ଯେ, ଡେଡ୍‌ଲାଇନ ବଢ଼ାଇବାକୁ ପଡ଼ିବ ନାହିଁ । ଆତଙ୍କବାଦୀ ସଂଗଠନ କେବଳ ଆଫଗାନ ନାଗରିକ ଓ ଆମେରିକା ସେନାକୁ ଟାର୍ଗେଟ କରୁଛନ୍ତି । ଆମେ ଏହା ଉପରେ ତୀକ୍ଷଣ ନଜର ରଖିଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।’

ଅନ୍ୟପଟେ ପୂର୍ବରୁ ଜୋ-ବାଇଡେନ୍‌ କହିଥିଲେ ଯେ, ଆଫଗାନିସ୍ତାନରେ ତାଲିବାନୀ ବର୍ବରତା ଉପରେ ଆମେରିକାର ରହିଛି କଡ଼ା ନଜର ରହିଛି । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ରାଷ୍ଟ୍ରପତି ଜୋ ବାଇଡେନ ସଠିକ ଦର୍ଶାଇଛନ୍ତି । ବିନା କୌଣସି ହାନିରେ ସେ ଆଫଗାନିସ୍ତାନରେ ଥିବା ପ୍ରତ୍ୟେକ ଆମେରକୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ କହିଥିଲେ । ଖବ୍‌ଶୀଘ୍ର ଆଫଗାନିସ୍ତାରେ ଥିବା ସମସ୍ତ ଆମେରିକୀୟ ସମେତ ୫୦ରୁ ୬୦ ହଜାର ପର୍ଯ୍ୟନ୍ତ ଆଫଗାନବାସୀ ଯେଉଁମାନେ ଆମେରିକୀୟ ସୈନ୍ୟଙ୍କୁ ସାହାଯ୍ୟ କରିଥିଲେ, ସେମାନଙ୍କୁ ବି ଉଦ୍ଧାର କରାଯିବ ବୋଲି କହିଥିଲେ ବାଇଡେନ୍ । ସେପଟେ ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ ବାଇଡେନ ।

ତେବେ ଆଫଗାନିସ୍ତାନ ସ୍ଥିତି ଏବେ ବେଳକୁ ବେଳ ଅଧିକ ବିଗିଡ଼ିବାରେ ଲାଗିଛି । ଆସନ୍ନ ପ୍ରସବା ମଧ୍ୟ ଦେଶ ଛାଡ଼ିବାକୁ ଚାହୁଛନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ମଧ୍ୟ ଆସିଛି । ଜଣେ ଆସନ୍ନ ପ୍ରସବା ଆଫଗାନିସ୍ତାନ ଛାଡ଼ି ଆମେରିକା ବାୟୁ ସେନାର ବିମାନରେ ଯାଉଇଥିବା ବେଳେ ତାଙ୍କର ଯନ୍ତ୍ରଣା ହୋଇଥିଲା । ବାୟୁସେପା ପକ୍ଷରୁ ବିମାନକୁ ଅବତରଣ କରାଯାଇଥିଲା ।