Advertisment

ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ଉପରେ ତାଲିବାନର ଆଖି : ପଞ୍ଜଶୀର ସିଂଙ୍କ ଚରମବାଣୀ, ମିଳିବ କଡ଼ା ଯବାବ

ପଞ୍ଜଶୀର କବଜା କରିବାକୁ ଯୁଦ୍ଧ ଆସନ୍ନ ପ୍ରାୟ । ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ଉପରେ ତାଲିବାନର ଆଖି । ପଞ୍ଜଶୀର ପ୍ରଦେଶରେ ନିକଟରେ ପହଞ୍ଚି ସାରିଛନ୍ତି ତାଲିବାନ୍ । ୧୦୦ରୁ ଅଧିକ ତାଲିବାନୀ କୌଣସି ସମୟରେ ଯୁଦ୍ଧଂ ଦେହି ଡାକରା ଦେଇପାରନ୍ତି । ତେବେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ପଞ୍ଜଶୀରର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମାସୁଦଙ୍କ ୩୨ ବର୍ଷିୟ ପୁଅ ଅହମ୍ମଦ ଶାହା

author-image
Prangyan Parimita
ଅଦ୍ୟତନ ହୋଇଛି
ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ଉପରେ ତାଲିବାନର ଆଖି : ପଞ୍ଜଶୀର ସିଂଙ୍କ ଚରମବାଣୀ, ମିଳିବ କଡ଼ା ଯବାବ

taliban-force

ପଞ୍ଜଶୀର : ପଞ୍ଜଶୀର କବଜା କରିବାକୁ ଯୁଦ୍ଧ ଆସନ୍ନ ପ୍ରାୟ । ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ଉପରେ ତାଲିବାନର ଆଖି । ପଞ୍ଜଶୀର ପ୍ରଦେଶରେ ନିକଟରେ ପହଞ୍ଚି ସାରିଛନ୍ତି ତାଲିବାନ୍ । ୧୦୦ରୁ ଅଧିକ ତାଲିବାନୀ କୌଣସି ସମୟରେ ଯୁଦ୍ଧଂ ଦେହି ଡାକରା ଦେଇପାରନ୍ତି । ତେବେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ପଞ୍ଜଶୀରର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମାସୁଦଙ୍କ ୩୨ ବର୍ଷିୟ ପୁଅ ଅହମ୍ମଦ ଶାହା । ନିଜ ଅଧୀନରେ ଥିବା ଅଞ୍ଚଳଗୁଡ଼ିକୁ ତାଲିବାନକୁ ହସ୍ତାନ୍ତର କରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । ଆଫଗାନିସ୍ତାନରେ ୩୪ ଟି ପ୍ରଦେଶ ଅଛି, ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩ଟି ତାଲିବାନ ଦ୍ୱାରା ନିୟନ୍ତ୍ରିତ ।

Advertisment

ରବିବାର ଅଲ-ଆରବିଅ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଅହମ୍ମଦ ଶାହା କହିଛନ୍ତି ଆମେ ଯୁଦ୍ଧ କରିବାକୁ ଚାହୁଁନୁ । କିନ୍ତୁ କୌଣସି ପ୍ରକାର ଆକ୍ରମଣର କଡ଼ା ଜବାବ ଦିଆଯିବ । ଚୁପ ବସି ପଞ୍ଜଶୀରକୁ ଟେକି ଦିଆଯିବନି । ତେବେ ତାଲିବାନ ସହ ଆଲୋଚନା ବିଫଳ ହେଲେ ଯୁଦ୍ଧକୁ ରୋକା ଯାଇପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି ଅହମ୍ମଦ ମାସୁଦ । ତାଲିବାନର ଯୋଗଦାନ ସହିତ ଦେଶକୁ ଶାସନ କରିବା ପାଇଁ ଏକ ସରକାର ଆବଶ୍ୟକ । ତାଲିବାନ ଆଲୋଚନା କରିବାକୁ ମନା କଲେ ଯୁଦ୍ଧ ହିଁ ଶେଷ ବିକଳ୍ପ ହେବ ।

ତାଲିବାନକୁ ବିରୋଧ କରୁଥିବା ସରକାରୀ ବଳ ବିଭିନ୍ନ ଅଞ୍ଚଳରୁ ରାଲି କରି ପଞ୍ଜଶୀର ଉପତ୍ୟକାରେ ଏକାଠି ହୋଇଥିବା କହିଛନ୍ତି ଅହମ୍ମଦ ମାସୁଦ । ତାଲିବାନ ସଙ୍କଟ ଉପରେ ସେ ପାଶ୍ଚାତ୍ୟ ଦେଶ ମାନଙ୍କଠାରୁ ମଧ୍ୟ ସହାୟତା ଲୋଡିଛନ୍ତି । ଏଥି ସହିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ଆଫଗାନିସ୍ତାନ ସଙ୍କଟ ଉପରେ ମଙ୍ଗଳବାର ଦିନ ଜି -7 ସହ ଏକ ବୈଠକ କରିବେ । ଆଫଗାନିସ୍ତାନ ସଙ୍କଟକୁ ନେଇ ସାରା ବିଶ୍ୱର ଲୋକମାନେ ଉଦବେଗ ପ୍ରକାଶ କରିଛନ୍ତି । ଆଫଗାନିସ୍ତାନରୁ ଆସୁଥିବା ବିଭିନ୍ନ ହୃଦୟ ବିଦାରକଦୃଶ୍ୟ ମନକୁ ବିଚଳିତ କରୁଛି ।

Advertisment

ସେପଟେ ଆଫଗାନିସ୍ତାନକୁ ଅକ୍ତିଆର ପରେ କାବୁଲ ବିମାନ ବନ୍ଦରରେ ଲୋକ ଠୁଳ ହେଉଛନ୍ତି । ତାଲିବାନୀ ଡରରେ ଦେଶ ଛାଡ଼ିବାକୁ ବିକଳ ହେଉଛନ୍ତି । ତେବେ ବିମାନ ବନ୍ଦର ପରିସର ଏବଂ ଏହାର ନିକଟବର୍ତ୍ତୀ ଅଂଚଳକୁ ତାଲିବାନୀ ଆତଙ୍କବାନୀ ଘେରି ରହିଥିବା ବେଳେ ଲୋକଙ୍କ ଉପରେ ଅତ୍ୟାଚାର ଚଳାଇଛନ୍ତି । ଗତକାଲି ଗୁଳିମାଡ଼ରେ ବିମାନ ବନ୍ଦରରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍‌ ଉପରେ ଆତଙ୍କିତ ଆଫଗାନିସ୍ତାନରେ ନିଜକୁ କେହି ସୁରକ୍ଷିତ ମଣୁନାହାନ୍ତି। ତାଲିବାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଅନ୍ୟ ଦେଶକୁ ପଳାଉଛନ୍ତି ଆଫଗାନୀ। ବ୍ରିଟେନ ସମେତ ଆମେରିକା ଏବଂ ଅନ୍ୟାନ୍ୟ ବିଦେଶୀ ଦେଶ ନିଜ ନାଗରିକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହାସହ ଭାରତ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ପୂରା ଚେଷ୍ଟା ଚଳାଇଛି।

Panjshir Valley Afghanistan Taliban Crisis
Advertisment
Advertisment