• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନୂଆଦିଲ୍ଲୀ : ନିର୍ମାଣ ହେବ ଗଙ୍ଗା ଏକ୍ସପ୍ରେସୱେ । ଏଥିପାଇଁ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ନିର୍ମାଣ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏହା ମେରୁତରୁ ବୁଲନ୍ଦସହର ପର୍ଯ୍ୟନ୍ତ ପ୍ରାୟ ୫୯ କିଲୋମିଟର ପର୍ଯ୍ୟନ୍ତ ହେବ । ଏନେଇ ପଞ୍ଜାବ ନେସନାଲ ବ୍ୟାଙ୍କ ଏକ ବଡ ପରିମାଣର ଆର୍ଥିକ ସହଯୋଗ କରିଥିବା ବେଳେ ଟ୍ରେନ୍‌ଟି ଦିଲ୍ଲୀ ଏନ୍‌ସିଆର୍‌ ପାଇଁ ଅତି ସ୍ୱତନ୍ତ୍ର ହେବ ବୋଲି ଜଣାଯାଇଛି । ମଲ୍‌ଟି ମଡେଲ୍‌ ଟ୍ରାନ୍ସପୋର୍ଟ ହବ୍‌ ପାଇଁ ଏହା ସତେ ଯେପରି ସଞ୍ଜିବନୀ ସଦୃଶ୍ୟ କାମ ଦେବ । ଏଠାରେ ଡେଡିକେଟେଡ୍ ଫ୍ରେଟ୍ କରିଡର୍‌କୁ ସଂଯୋଗ କରୁଥିବା ରେଳ ଇଣ୍ଟର୍‌ଚେଞ୍ଜ୍‌ ମଧ୍ୟ ନିର୍ମାଣ ହେବ ।

ସେହିପରି ଗ୍ରେଟର ନୋଏଡା ଏବଂ ଯମୁନା ଏକ୍ସପ୍ରେସରୁ ଯମୁନା ଅଥୋରିଟି ଅଞ୍ଚଳର ଅନେକ ପ୍ରୋଜେକ୍ଟ ଆରମ୍ଭ କରାଯିବ । ଯେଉଁଥିରେ ମେଡିକାଲ ଡିଭାଇସ ପାର୍କ, ରେଡିମେଡ ଗାର୍ମେଣ୍ଟ ପାର୍କ, ଫୁଡ୍‌ ପାର୍କ ଭଳି ଅନେକ ବଡ ପ୍ରୋଜେକ୍ଟମାନ ରହିଛି । ଏଥି ସହିତ ଜେୱର ଏୟାରପୋର୍ଟ, ଫିଲ୍ମ ସିଟି, ଟପ୍ପଲ ଅର୍ବାନ ସେଣ୍ଟରଗୁଡିକୁ ମଧ୍ୟ ଏନେଇ ବଡ ଫାଇଦା ମିଳିବ।

ଏହାସହ ଟପ୍ପଲର ନିକଟରେ ନିର୍ମାଣ ହେବାକୁ ଥିବା ଡିଫେନ୍ସ କରିଡରକୁ ମଧ୍ୟ ଗଙ୍ଗା ଏକ୍ସପ୍ରେସୱେ ସହିତ ସଂଯୋଗ କରାଯିବ । ଦାଦରିରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଡିଫେନ୍ସ କରିଡର ନିର୍ମାଣ କରାଯାଉଛି । ଡିଫେନ୍ସ କରିଡର ଅମୃତସର, ମେରୁତ, ଖୁର୍ଜା ଦେଇ କୋଲକାତା ଯିବ । ଏହି ପ୍ରକଳ୍ପ ମେରୁତର ବିଜୋଲି ଗାଁରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଏକ୍ସପ୍ରେସୱେ ମେରୁତରୁ ହାପୁଡ, ବୁଲନ୍ଦସହରରୁ ଗୁଜୁରାଟ ହୋଇ ଗୌତମବୁଦ୍ଧ ନଗର ପର୍ଯ୍ୟନ୍ତ ଦିଲ୍ଲୀ ଏନ୍‌ସିଆର୍ ସହ ସଂଯୋଗ ହେବ । ଦୀର୍ଘ ୫୯ କିଲୋମିଟରରର ଏହି ପ୍ରକଳ୍ପ ମେରୁତରେ ୧୫ କିଲୋମିଟର, ହାବୁଡରେ ୩୩ କିଲୋମିଟର ଓ ବୁଲନ୍ଦସହରରେ ୧୧ କିଲୋମିଟରର ରହିବ । ସେହିପରି ଅମରୋହରେ ୨୬ କିଲୋମିଟର, ସମ୍ଭଲରେ ୩୯ କିଲୋମିଟର, ବନ୍ଦାୟୁରେ ୯୨ କିଲୋମିଟର, ଶାହଜହାଁପୁରରେ ୪୦ କିଲୋମିଟର, ହର୍ଦ୍ଦୋଇରେ ୯୯ କିଲୋମିଟର, ଉନ୍ନାବରେ ୧୦୫ କିଲୋମିଟର , ରାୟବରେଲରେ ୭୭ କିଲୋମିଟର, ପ୍ରତାପଗଡରେ ୪୧ ଓ ଇହ୍ଲାବାଦରେ ୧୬ କିଲୋମିଟର ଦୂରତାର ନିର୍ମାଣ ହୋଇ ଶେଷ ହେବ ।