• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ୍ ଆତଙ୍କରେ ଆଫଗାନବାସୀ । ମହିଳାଙ୍କ ସମେତ ସାଧାରଣ ନାଗରିକ ଓ ସୋସିଆଲ ମିଡିଆରେ ସକ୍ରିୟ ଥିବା ବ୍ୟକ୍ତିମାନେ ମଧ୍ୟ ଭୟରେ ଜୀବନ ବିତାଉଛନ୍ତି । ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବର୍ତ୍ତମାନ ପ୍ଲାଟଫର୍ମ ଛାଡ଼ୁଛନ୍ତି ।

ଅଲଜଜିରାଙ୍କ ଅନୁସାରେ, ସାଦିକା ମଦଦଗର ନାମକ ଜଣେ ମହିଳା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ, କିନ୍ତୁ ତାଲିବାନଙ୍କ ହାତକୁ କାବୁଲର ଶାସନ ଭାର ଗଲାପରେ ସେ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖୁଛନ୍ତି । କେବଳ ସେ ନୁହେଁ ଅନେକ ପ୍ରଭାବଶାଳୀ ଲୋକ ମଧ୍ୟ ସୋସିଆଲ ମିଡିଆ ଛାଡ଼ୁଛନ୍ତି । କିଏ ସହର  ଛାଡି ପଳାୟନ କରୁଛି ତ କିଏ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ କରିଦେଉଛନ୍ତି ।

ଗୀତ ପ୍ରତିଯୋଗିତା "ଆଫଗାନିସ୍ତାନ ଷ୍ଟାର" ରେ ଭାଗ ନେଇଥିଲେ ସାଦିକା । ତାଙ୍କର ସ୍ୱରର ଯାଦୁ ପାଇଁ ସେ ବହୁ ଲୋକପ୍ରିୟତା ଅର୍ଜନ କରିଛନ୍ତି । ସାଦିକା ସମସ୍ତ ମୁସଲମାନ ରୀତିନୀତିକୁ କୋଠର ଭାବେ ପାଳନ କରି ବୁର୍ଖା ଓ ହିଜାବ ମଧ୍ୟ ପିନ୍ଧନ୍ତି । ତଥାପି ତାଲିବାନ୍ ଭୟରେ ସୋସିଆଲ ମିଡିଆ ଛାଡ଼ିବା ପରି ଚରମ ନିଷ୍ପତ୍ତି ନେଇଛନ୍ତି ।

ଆଫଗାନୀ ଝିଅ ସାଦିକାଙ୍କର ୟୁଟ୍ୟୁବରେ ୨୧,୨୦୦ ସବସ୍କ୍ରାଇବର ଥିବାବେଳେ ଇନଷ୍ଟାଗ୍ରାମରେ ୧୮୨,୦୦୦ ଫଲୋଅର୍ସ ଅଛନ୍ତି । ୟୁଟ୍ୟୁବରେ ସେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ୍ କରିଛନ୍ତି, ଯାହାର ବହୁତ ଭଲ ଭିଉଅର୍ସ ଅଛନ୍ତି ।

ନିକଟରେ ସାଦିକା ଇନଷ୍ଟାଗ୍ରାମରେ ପ୍ରଥମ ରାଜନୈତିକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ- "ମୁଁ ଅନଲାଇନରେ ମୋର ଯନ୍ତ୍ରଣା ପ୍ରକାଶ କରିବାକୁ ପସନ୍ଦ କରେ ନାହିଁ, କିନ୍ତୁ ମୁଁ ଏବେ କ୍ଳାନ୍ତ ଅଟେ।" ମୋର ହୃଦୟ ଖଣ୍ଡ ଖଣ୍ଡ ହୋଇଯାଇଛି, ମୋ ମାତୃଭୂମି ଧୀରେ ଧୀରେ ମୋ ଆଖି ଆଗରେ ନଷ୍ଟ ହୋଇଯାଉଛି ।

ସାଦିଆଙ୍କ ଏହି ପୋଷ୍ଟ ପରେ ପରେ ଆଫଗାନିସ୍ତାନ ଅକ୍ତିଆର କରିନେଲେ ତାଲିବାନୀ । ତାଲିବାନୀ ସଂଗଠନର ପୂର୍ବତନ ଇତିହାସକୁ ଦୃଷ୍ଟିରେ ରଖି ଏପରି ପୋଷ୍ଟ କରିବା ବନ୍ଦ କରିଥିଲେ । ଏବେ ସୋସିଆଲ ମିଡିଆରେ କୌଣସି ବି ପୋଷ୍ଟ କରୁଛନ୍ତି ଆଫଗାନୀ ମହିଳା, ସାଧାରଣ ନାଗରିକ ।

ସେହିଭଳି ଆୟେଦା ଶାଦବ ମଧ୍ୟ ଅନେକ ଯୁବ ଆଫଗାନୀ ମହିଳାଙ୍କ ପାଇଁ ଥିଲେ ଫ୍ୟାସନ୍ ଆଇକନ୍ । ଇନଷ୍ଟାଗ୍ରାମରେ ତାଙ୍କର ଫଲୋଅର୍ସ ୨୯୦,୦୦୦ ଥିବାବେଳେ ଟିକଟକରେ ୪୦୦,୦୦୦ ଫଲୋଅର୍ସ ଅଛନ୍ତି । କିନ୍ତୁ ତାଲିବାନ ରାଜ୍ ଆରମ୍ଭ ହେବା ପରେ ଏବେ ସେ ଆତଙ୍କି ଅବସ୍ଥାରେ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଜର୍ମାନ ଗଣମାଧ୍ୟମକୁ କହିଛନ୍ତି, ମୋ ବୃତ୍ତିରେ ମହିଳାମାନେ ଆବରଣ ପିନ୍ଧନ୍ତି ନାହିଁ, ଏପରି ମନୋଭାବକୁ ତାଲିବାନୀ ଗ୍ରହଣ କରିପାରିବେ ନାହିଁ । ଅତୀତରେ ଆୟଦା ଶାଦବ କହିଥିଲେ, ତାଲିବାନ କାବୁଲକୁ କବଜା କଲେ, ମୋ ଭଳି ଲୋକମାନେ ଆଉ ସୁରକ୍ଷିତ ରହିବେ ନାହିଁ।