Advertisment

ସୋନୁ ସୁଦ୍‌ଙ୍କୁ ଫ୍ୟାନ୍ସ ମାଗିଲେ ୧ କୋଟିର ସହାୟତା...ପାଇଲେ ଏମିତି ଉତ୍ତର

ସୋନୁ ସୁଦଙ୍କୁ ଫ୍ୟାନ୍ସ ମାଗିଲେ ଅଜବ ସାହାଯ୍ୟ। ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା।

author-image
Minati Mishra
ଅଦ୍ୟତନ ହୋଇଛି
sonu sood funny reply to fans

sonu sood funny reply to fans

ପୁଣି ଚର୍ଚ୍ଚାରେ ସୋନୁ ସୁଦ୍ । ପୂର୍ବରୁ କୋଭିଡ ସମୟରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଏବେ କିଛି ଭିନ୍ନ କାମ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋନୁ ସୁଦଙ୍କ ଫ୍ୟାନ୍ସମାନେ ସବୁବେଳେ ସୋସିଆଲ ମିଡିଆରେ ଅଜବ ଗଜବ ଡିମାଣ୍ଡ କରିଥାନ୍ତି,  କମେଣ୍ଟ ଦେଇଥାନ୍ତି । ତେବେ ସୋନୁ କାହାକୁ ବି ହତାଶ କରି ନ ଥାନ୍ତି। ନିଜର  ସେନ୍ସ ଅଫ୍ ହ୍ୟମୁରରେ ସମସ୍ତଙ୍କ ହୃଦୟକୁ ଜିତିଥାନ୍ତି। 

Advertisment

 ଗତବର୍ଷ କୋଭିଡ ମହାମାରୀରେ ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ବନ୍ଧୁ ସାଜି ଆସିଥିଲେ ସୋନୁ ସୁଦ୍‌। କାହାପାଇଁ ଗାଡ଼ିର ବ୍ୟବସ୍ଥା କରିଥିଲେ ତ କାହାକୁ ଜୀବିକା ଯୋଗାଇ ଦେଇଥିଲେ।  ଛୋଟ ସାହାଯ୍ୟ ହେଉ ବା ବଡ, ନିଜ ସାଧ୍ୟମତେ ସାହାଯ୍ୟ କରି ସମସ୍ତଙ୍କ ମନ ଜିଣିଥିଲେ।  ବିପନ୍ନ ଲୋକଙ୍କ ପାଇଁ  ତ ସେ ଭଗବାନଙ୍କ ଠାରୁ କମ୍‌ ନ ଥିଲେ।  କୋଭିଡ ରୋଗୀଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଇବା, ଟୁଇଟରରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସହାୟତା କରିବା, କରୋନା ଯୋଦ୍ଧାଙ୍କୁ ସମର୍ଥନ କରିବା ଆଦି କାମ କରି ବେଶ ପ୍ରଶଂସା ସାଉଁଟିଥିଲେ।   

Advertisment

ତେବେ ଏମିତି କିଛି ଲୋକ ଅଛନ୍ତି,  ଯେଉଁମାନେ ସୋନୁଙ୍କୁ ଅଜିବ ଡିମାଣ୍ଡ କରନ୍ତି । ନିକଟ ଅତୀତରେ ଜଣେ ବ୍ୟକ୍ତି ସୋନୁଙ୍କୁ ଟୁଇଟରରେ ଏକ କୋଟି ଟଙ୍କା ମାଗିଥିଲେ । ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ସୋନୁ ସୁଦ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ଜଣେ ୟୁଜର ମହେନ୍ଦ୍ର ଦୁର୍ଗ ସେହି ପୋଷ୍ଟର କମେଣ୍ଟରେ ଲୋଖିଥିଲେ ‘ ସାର, ମତେ 1 କୋଟି ଟଙ୍କା ଦିଅନ୍ତୁ ‘ ।

 ସୋନୁ ସୁଦ ତାଙ୍କୁ ବି ନିରାଶ କରି ନ ଥିଲେ।  ତାଙ୍କ କମେଣ୍ଟର ରିପ୍ଲାଏ ଦେଇଥିଲେ । ସୋନୁ ଲେଖିଥିଲେ, ‘ ମାତ୍ର ଏକ କୋଟି ? ଆଉ ଟିକେ ଅଧିକ  ମାଗିଥାନ୍ତେ ହେଲେ ! ’  ଏଥି ସହିତ ଏକ ହସିବା ଇମୋଜି ଦେଇଛନ୍ତି । ସୋନୁଙ୍କ ଏହି କମେଣ୍ଟରେ 29 ହଜାରରୁ ଅଧିକ ଲାଇକ ଆସିଥିବା ବେଳେ ଅନେକ କମେଣ୍ଟ ଆସିଛି ଓ ରିଟ୍ୱିଟ ମଧ୍ୟ ହୋଇଛି। ୟୁଜର୍ସ ସୋନୁଙ୍କ ଉତ୍ତରରେ ସେନ୍ସ ଅଫ ହୁମରର ଅଛି ବୋଲି କହି ପ୍ରଶଂସା କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Sonu Sood Bollywood Actor Sonu Sood
Advertisment
Advertisment