Advertisment

କାବୁଲ ଏୟାରପୋର୍ଟରେ ଭୋକଶୋଷରେ ଛଟପଟ ହେଉଛନ୍ତି ଲୋକେ, ପାଣି ବୋତଲ ଦାମ ୩ ହଜାର, ଭାତ ପ୍ଲେଟ ୭ ହଜାର

କାବୁଲ ଏୟାରପୋର୍ଟରେ ଦୁର୍ଦ୍ଦଶା ମଧ୍ୟରେ କଟୁଛି ଜୀବନ। ତାଲିବାନୀଙ୍କ ଭୟରେ ଦେଶଛାଡ଼ିବା ପାଇଁ ଅପେକ୍ଷା କରିଥିବା ଲୋକେ ଅନାହାର ଓ ଅର୍ଦ୍ଧାହାରରେ ବଞ୍ଚିଛନ୍ତି। ବାପା-ମା’ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଏକାଏକା ବିମାନରେ ପଠାଇ ଦେଉଛନ୍ତି।

author-image
Minati Mishra
Kabul Airport

Kabul Airport

କାବୁଲ: ତାଲିବାନ କବ୍‌ଜାକୁ ଆସିବା ପରେ ଆଫଗାନିସ୍ଥାନ  ସ୍ଥିତି ସଙ୍ଗୀନ ହୋଇ ଯାଇଛି। ତାଲିବାନୀଙ୍କ ଭୟରେ ଅଧିକାଂଶ ଲୋକ  ଦେଶ ଛାଡ଼ି ପଳାଇ ଯିବାକୁ ବସିଛନ୍ତି। ତେବେ ଆଫଗାନିସ୍ତାନରୁ ବାହାରିବା ପାଇଁ ଗୋଟିଏ ରାସ୍ତା ହେଉଛି କାବୁଲ ଏୟାର ପୋର୍ଟ। କାବୁଲ ଏୟାର ପୋର୍ଟର ସୁରକ୍ଷା ଆମେରିକା ସୈନ୍ୟଙ୍କ ହାତରେ। ତେଣୁ ସେଠାରେ ତାଲିବାନୀଙ୍କ ପ୍ରବେଶ ନ ଥିବାରୁ ଲୋକେ ଆପାତତଃ ସୁରକ୍ଷିତ। କାବୁଲ ଏୟାରପୋର୍ଟରେ ଏବେ ପାଖାପାଖି ଅଢେଇ ଲକ୍ଷ ଲୋକଙ୍କ ଭିଡ। ଏମାନେ ଦେଶ ଛାଡ଼ି ଚାଲିଯିବାକୁ ବସିଛନ୍ତି। ହେଲେ ଏଠାରେ ତାଲିବାନୀ ଭୟ ସିନା ନାହିଁ, ହେଲେ ଭୋକ ଉପାସରେ ଦେଶ ଛାଡ଼ିବା ପାଇଁ ଅପେକ୍ଷା କରିଥିବା ଲୋକେ ଭୋକ ଉପାସରେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି।

Advertisment

ଏଥି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। କାବୁଲ ଏୟାରପୋର୍ଟରେ ଖାଦ୍ୟ ଓ ପାଣି ଦାମ ଆକାଶଛୁଆଁ ହୋଇଛି। ଏଠାରେ ପାଣି ଗୋଟିଏ ବୋତଲ କିଣିବାକୁ ହେଲେ ୪୦ ଡଲାର ଅର୍ଥାତ୍‌ ୩ ହଜାର ଟଙ୍କା ଏବଂ ଗୋଟିଏ ପ୍ଲେଟ ଭାତର କିଣିବାକୁ ହେଲେ ୧୦୦ ଡଲାର ଅର୍ଥାତ୍‌ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏୟାରପୋର୍ଟରେ ଖାଦ୍ୟ ବା ପାଣି ଯାହା ବି କିଣିଲେ ଆଫାଗାନିସ୍ତା କରେନ୍ସି ନେଉ ନାହାନ୍ତି। କେବଳ ଡଲାର ପେମେଣ୍ଟକୁ ହିଁ ଗ୍ରହଣ କରାଯାଉଛି। ଏପରି ସ୍ଥିତିରେ ଏୟାରପୋର୍ଟରେ ଅଢେଇ ଲକ୍ଷ ଲୋକ କେମିତି ଥିବେ ସହଜେ ଅନୁମେୟ।

Advertisment

ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କ କହିବା ଅନୁଯାୟୀ, କାବୁଲରେ ଘରୁ ଏୟାରପୋର୍ଟକୁ ଆସିବା ପାଇଁ ଲୋକଙ୍କୁ ୫ରୁ ୬ ଦିନ ଲାଗିଥିଲା। କାରଣ ସହରରୁ ଏୟାରପୋର୍ଟ ପର୍ଯ୍ୟନ୍ତ ସବୁଆଡେ ତାଲିବାନୀ ପହରା। ତାଲିବାନିଙ୍କ ଗୁଳିଗୁଳା ଶବ୍ଦ ଯେମିତି ଆତଙ୍କ ଖେଳାଇ ଦେଇଛି। ଏପରି ସ୍ଥିତିରେ ଭିଡ ଭିତରେ ପଶି ଏୟାରପୋର୍ଟରେ ପହଞ୍ଚିବା କିଛି ସହଜ କଥା ନୁହେଁ। ଦୁର୍ଦ୍ଦଶା ସେତିକିରେ ବି ସରୁନି। ଏୟାରପୋର୍ଟରେ ପଶିଗଲେ ବି ୫ରୁ ୬ ଦିନ ଲାଗିଯାଉଛି ବିମାନ ଧରିବା ପାଇଁ। କେବଳ ବିସ୍କୁଟରେ ଜୀବନ ବଞ୍ଚାଇବାକୁ ପଡ଼ୁଛି। ସବୁଠାରୁ ଦୁଃଖଦ ଦୃଶ୍ୟ ହେଉଛି, ପିଲାମାନେ ମାତା-ପିତାଙ୍କ ବିନା ଦେଶ ଛାଡୁଥିବା ଦେଖିବାକୁ ମିଳୁଛି। 

ଖାଦ୍ୟାପେୟର ଦରଦାମ ବୃଦ୍ଧି ଯୋଗୁ ଲୋକଙ୍କୁ ଓପାସରେ ଜୀବନ ବିତାଇବାକୁ ପଡ଼ୁଛି। ଖାଦ୍ୟାଭାବରୁ ଅନେକ ଲୋକ ଶରୀର ଦୁର୍ବଳ ହୋଇଗଲାଣି । କେହି କେହ ଅଚେତ ହୋଇ ଯାଉଥିବା ଦେଖିବାକୁ ମିଳିଛି। ତାଲିବାନମାନେ ଲୋକଙ୍କୁ ସହାୟତା କରିବା ବଦଳରେ ଧମକଚମକ ଦେଇ ଭୟଭୀତ କରାଉଛନ୍ତି। ମାରପିଟ୍‌ ବି କରୁଛନ୍ତି। କାବୁଲ ଏୟାରପୋର୍ଟ ବାହାରେ ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

ସୂଚନାଥାଉ କି, ଇତିମଧ୍ୟରେ ୮୨, ୩୦୦ ଲୋକଙ୍କୁ କାବୁଲ୍‌ରୁ ସୁରକ୍ଷିତ ବାହାର କରାଯାଇ ସାରିଲାଣି। କାବୁଲ୍‌ରେ ଥିବା ୬ ହଜାର ଆମେରିକୀଙ୍କ ମଧ୍ୟରୁ ୪ ହଜାର ୫ ଶହ ଲୋକ ଦେଶ ଛାଡି ସାରିଲେଣି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ଅଭିଯାନ ଶେଷ ନ କଲେ ପରିସ୍ଥିତି ଖରାପ ହେବ ବୋଲି ତାଲିବାନ ଧମକ ଦେଇ ସାରିଲାଣି।

Afghanistan Situations Afghanistan Taliban Crisis
Advertisment
Advertisment