Advertisment

କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ

କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି

author-image
Sarbeswar
ଅଦ୍ୟତନ ହୋଇଛି
 Explosion outside Kabul airport

Explosion outside Kabul airport

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। କେବଳ ବିସ୍ଫୋରଣ ହୋଇଛି ତାହା ନୁହେଁ ବରଂ ଗୁଳିମାଡ଼ ମଧ୍ୟ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏୟାରପୋର୍ଟରେ ଆତଙ୍କୀ ହମଲା ହେବା ନେଇ ପୂର୍ବାନୁମାନ କରାଯାଇଥିଲା ଆଉ ଆଜି ସେଇଆ ହିଁ ହୋଇଛି। ବିସ୍ପୋରଣ ସମ୍ପର୍କରେ ଆମେରିକା ନାଗରିକମାନଙ୍କୁ ସୂଚନା ମଧ୍ୟ ଦେଇଥିଲା।

Advertisment

ସେପଟେ, ପୁଣି କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଛି। କାବୁଲରୁ ଇଟାଲୀର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ସମୟରେ ବିମାନ ଉପରକୁ ଅନ୍ଧାଧୁନ୍‌ ଫାୟାରିଂ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଳିଚାଳନା ପରେ ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତାଲିବାନୀଙ୍କ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ନିଜ ଜୀବନ ବଂଚାଇବା ଲାଗି ପ୍ରାଣପ୍ରଣେ ବିଭିନ୍ନ ଦେଶକୁ ଚାଲିଯାଉଛନ୍ତି ଆଫ୍‌ଗାନୀ। କିନ୍ତୁ ଦେଶର ନାଗରିକମାନଙ୍କୁ ଛାଡ଼ିବା ଲାଗି ଚାହୁଁନାହିଁ ତାଲିବାନ୍‌। ସୂଚନା ଅନୁସାରେ, ଏହି ବିମାନରେ ୧୦୦ ଜଣ ଯାତ୍ରୀ ରହିଥିଲେ। କୁହାଯାଉଛି, ଏହି ଘଟଣାରେ ତାଲିବାନଙ୍କ ହାତ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ତଦନ୍ତ କରିବା ପାଇଁ ଇଟାଲୀ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ମଧ୍ୟ କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଥିଲା ସେପଟେ, ତାଲିବାନଙ୍କ ଉପଦ୍ରବରେ ଥରହର ହେଉଛି ଆଫଗାନିସ୍ତାନ। ସ୍ଥିତି ଏମିତି ହେଲାଣି ସ୍ଥାନୀୟ ଅଂଚଳରେ ହା ହାକାର ପଡ଼ିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆଫଗାନିସ୍ତାନ ଛାଡ଼ିଲେଣି। ତେବେ କାବୁଲ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏପଟେ, ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମଧ୍ୟ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

Advertisment

ହତାଲିବାନଙ୍କ ଉପଦ୍ରବରେ ଥରହର ହେଉଛି ପୂରା ଆଫଗାନିସ୍ତାନ। ସ୍ଥିତି ଏମିତି ହେଲାଣି ସ୍ଥାନୀୟ ଅଂଚଳରେ ହା ହାକାର ପଡ଼ିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆଫଗାନିସ୍ତାନ ଛାଡ଼ିଲେଣି। ତେବେ କାବୁଲ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏପଟେ, ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମଧ୍ୟ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

ତେବେ ଗତକାଲିଠାରୁ କାବୁଲ ବିମାନବନ୍ଦରକୁ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ। ବିମାନ ବନ୍ଦରର ସମସ୍ତ ରାସ୍ତାକୁ ସିଲ୍ କରି ପଳାୟନ ରୋକୁଛି। ତାଲିବାନର କ୍ଷମତା ଦଖଲ ପରେ ଭୟରେ ବହୁ ସଂଖ୍ୟକ ଆଫଗାନ ନାଗରିକ ଦେଶ ଛାଡ଼ି ପଳାଉଛନ୍ତି। ଏହା ଦେଖି ଚିନ୍ତାରେ ପଡ଼ିଛି ତାଲିବାନ।

Afghanistan Taliban Attack Afghanistan Explosion Outside Kabul Airport
Advertisment
Advertisment