Advertisment

ଆତଙ୍କବାଦୀଙ୍କ ଟାର୍ଗେଟରେ କାବୁଲ ଏୟାରପୋର୍ଟ !

ଆତଙ୍କବାଦୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ। ଯେକୌଣସି ମୁହୂର୍ତ୍ତରେ କାବୁଲ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।

author-image
Rajalaxmi Sahoo
 Kabul airport

Kabul airport

କାବୁଲ: ଆତଙ୍କବାଦୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ। ଯେକୌଣସି ମୁହୂର୍ତ୍ତରେ କାବୁଲ ସ୍ଥିତ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି। ତେଣୁ ବିମାନ ବନ୍ଦରର ଆଖପାଖକୁ ନ ଆସିବା ପାଇଁ ନିଜ ନିଜ ନାଗରିକଙ୍କୁ ସତର୍କ କରାଇ ଦେଇଛନ୍ତି ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ। 

Advertisment

ଏପରିକି ଯଦି ସେମାନେ ଏୟାରପୋର୍ଟରେ ଥାଆନ୍ତି, ସେଠାରୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଳାଇ ଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ଏହି ୩ ଦେଶ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ କ୍ୟାମ୍ପସ ନ ଛାଡ଼ିବାକୁ ଦୂତାବାସ କର୍ମଚାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।  ଯେଉଁମାନେ ଆବେ ଗେଟ୍‌, ଇଷ୍ଟ ଗେଟ୍‌ କିମ୍ବା ନର୍ଥ ଗେଟ୍‌ରେ ଅଛନ୍ତି, ସେମାନେ ତୁରନ୍ତ ସେଠାରୁ ଅନ୍ୟତ୍ର ଚାଲି ଯିବାକୁ ଆମେରିକା ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। 

Advertisment

ସେପଟେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, କାବୁଲରୁ ଖୁବ ଶୀଘ୍ର ସବୁ ଆମେରିକୀୟଙ୍କୁ ଉଦ୍ଧାର କରାଯିବ। ଆହୁରି ୧୫ ଶହ ଆମେରିକୀୟ ଆଫଗାନିସ୍ତାନ ଛାଡ଼ିବା ଅପେକ୍ଷାରେ ଅଛନ୍ତି। ଅଗଷ୍ଟ ୧୪ ପରଠୁ ୮୦ ହଜାରରୁ ଅଧିକ ଲୋକଙ୍କୁ ଆମେରିକୀୟ ସୈନ୍ୟଙ୍କ ସହାୟତାରେ ଉଦ୍ଧାର କରାଗଲାଣି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଆତଙ୍କିତ ହୋଇ ବିଭିନ୍ନ ଦେଶର ନାଗରିକ ହମିଦ କର୍ଜାଇ ଏୟାରପୋର୍ଟରୁ ନିଜ ନିଜ ଦେଶକୁ ଫେରି ଯାଉଛନ୍ତି। ଏପରିକି ଆଫଗାନିସ୍ତାନର ଲୋକମାନ ମଧ୍ୟ ନିଜ ଦେଶ ଛାଡ଼ି ଚାଲି ଯାଉଛନ୍ତି।  

ଅନ୍ୟପକ୍ଷେ, ଭାରତ ମଧ୍ୟ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଉଦ୍ଧାର କରୁଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରୁଛନ୍ତି ୨୪ ଭାରତୀୟ ନାଗରିକଙ୍କ ସମେତ ୧୧ ନେପାଳି ନାଗରିକ।  କିଛି ସମୟ ପୂର୍ବେ ଏହି ସ୍ୱତନ୍ତ୍ର ବିମାନଟି କାବୁଲ ଏୟାରପୋର୍ଟ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି।  ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

Afghanistan Terrorist Attack Kabul Airport Terror Threat At Kabul Airport Hamid Karzai International Airport
Advertisment
Advertisment