Advertisment

ଅଫଲାଇନରେ ହେବ ଦଶମ ଓ ଦ୍ୱାଦଶ ଟର୍ମ-୧ ବୋର୍ଡ ପରୀକ୍ଷା

କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
CBSE term 1 Exam

CBSE term 1 Exam

ନୂଆଦିଲ୍ଲୀ: ଅକ୍ଟୋବର ୧୮ରେ ପ୍ରକାଶ ପାଇବ ସିବିଏସ୍ଇ ଦଶମ ଓ ଦ୍ୱାଦଶର ଟର୍ମ ଓ୍ୱାନ୍ ବୋର୍ଡ ପରୀକ୍ଷାର ସୂଚୀ। ଅଫଲାଇନରେ ଏହି ପରୀକ୍ଷା ହେବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ନଭେମ୍ବର-ଡିସେମ୍ବରରେ ଏହି ପରୀକ୍ଷା ହେବ। ଏହା ଅବଜେକ୍ଟିଭ ଟାଇପ୍ ହେବ ଏବଂ ପରୀକ୍ଷାର ସମୟ ୯୦ ମିନିଟ ରହିବ। ପ୍ରଥମେ ମାଇନର୍ ସବଜେକ୍ଟର ପରୀକ୍ଷା ହେବ, ତା ପରେ ମେଜର୍ ସବଜେକ୍ଟର ହେବ। ଏଥିରେ ରହିବ ମଲ୍ଟିପୁଲ ଚଏସ୍ ଏବଂ ଓଏମଆର୍ ସିଟ୍ ବ୍ୟବସ୍ଥା।

Advertisment

ଶୀତ ଋତୁ ଚାଲିଥିବାରୁ ସକାଳ ସାଢ଼େ ୧୦ଟା ବଦଳରେ ସାଢ଼େ ୧୧ରୁ ଆରମ୍ଭ ହେବ ପରୀକ୍ଷା। ଟର୍ମ ଟୁ ପରୀକ୍ଷା ଆସନ୍ତା ବର୍ଷ ମାର୍ଚ୍ଚ- ଏପ୍ରିଲରେ ହେବ।  ଏଥିରେ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭ୍ ପେପର ରହିବ। କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।

Plus Two CBSE Exam Matric
Advertisment
Advertisment