Advertisment

‘କମ୍‌ ରୁଟି ଖାଅ , ବିନା ଚିନିରେ ଚା’ ପିଅ’ : ପାକିସ୍ତାନୀ ମନ୍ତ୍ରୀ

ପାକିସ୍ତାନ୍‌ରେ ବଢୁଛି ଦରଦାମ୍‌ । ପ୍ରତ୍ୟେକ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାରୁ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ତଥା ବର୍ଦ୍ଧିତ ଦରଦାମ୍‌ର ମୁକାବିଲା କରିବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବାଲ୍ଟିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର ପାକିସ୍ତାନ୍‌ ବାସୀଙ୍କୁ ଏକ ପରାମର୍ଶ ଦେଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
pakistan-minister-advice-to-take-measure-to-counter-inflation

pakistan-minister-advice-to-take-measure-to-counter-inflation

ଇସଲାମାବାଦ: ପାକିସ୍ତାନ୍‌ରେ ବଢୁଛି ଦରଦାମ୍‌ । ପ୍ରତ୍ୟେକ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାରୁ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ତଥା ବର୍ଦ୍ଧିତ ଦରଦାମ୍‌ର ମୁକାବିଲା କରିବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବାଲ୍ଟିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର ପାକିସ୍ତାନ୍‌ ବାସୀଙ୍କୁ ଏକ ପରାମର୍ଶ ଦେଇଛନ୍ତି । ଯେଉଁଥିରେ ସେ ପାକିସ୍ତାନ୍‌ ଲୋକମାନଙ୍କୁ ‘କମ୍‌ ରୁଟି ଖାଇବା ଏବଂ ଚା’ରେ କମ୍‌ ଚିନି ପକାଇ ପିଇବା’ପାଇଁ ପରାମର୍ଶ ଦେଇଛନ୍ତି।

Advertisment

କେବଳ ଏତିକି ନୁହେଁ ଗତ ମଙ୍ଗଳବାର ଦିନ CICA ରାଷ୍ଟ୍ରପତି କାଜାଖସ୍ତାନ ଦ୍ୱାରା କାଜାଖସ୍ତାନରେ ଆୟୋଜିତ ଏକ ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ବୈଦେଶିକ ମନ୍ତ୍ରୀଙ୍କ ଅନୁଷ୍ଠିତ ଷଷ୍ଠ ତମ ବୈଠକରେ ମନ୍ତ୍ରୀ କୁରେଶି ଏକ ବୟାନ୍‌ ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ଭାରତ ସହ ଥିବା "ମୁଖ୍ୟ ବିବାଦ"ର ସମାଧାନ ବିନା ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ବଜାୟ ରହିବା ଆଦୌ ସମ୍ଭବପର ନୁହେଁ ।

pakistan-minister-advice-to-take-measure-to-counter-inflation (‘କମ୍‌ ରୁଟି ଖାଅ , ଚା’ରେ କମ୍‌ ଚିନି ପକାଇ ପିଅ’ :ପାକିସ୍ତାନୀ ମନ୍ତ୍ରୀ)
Advertisment

ବୈଦେଶିକ କାର୍ଯ୍ୟାଳୟ ଅନୁଯାୟୀ, ଜାମ୍ମୁ କାଶ୍ମୀରର ମୁଖ୍ୟ ବିବାଦ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ନିଷ୍ପତ୍ତି ଏବଂ କାଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ ଜାମ୍ମୁକାଶ୍ମୀରର ମୁଖ୍ୟ ବିବାଦର ସମାଧାନ କରାଯାଉ ନାହିଁ । ଏହାସହ ଜାମ୍ମୁକାଶ୍ମୀର ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପାକିସ୍ତାନକୁ ଭାରତ ପକ୍ଷରୁ ବାରମ୍ବାର କୁହାଯାଉଛି । ଏହାସହ ପାକିସ୍ତାନର ବାସ୍ତବତାକୁ ଗ୍ରହଣ କରି ଭାରତର ବିରୋଧୀ ପ୍ରଚାର ଓ ପ୍ରସାରକୁ ବନ୍ଦ କରିବା ପାଇଁ ଭାରତ ପାକିସ୍ତାନକୁ ପରାମର୍ଶ ଦେଇଛି ।

Pakistan Price Hike
Advertisment
Advertisment