Advertisment

ପୁଅ ଗିରଫ ହେବା ପରେ ଚିନ୍ତାରେ ଶାହାରୁଖ୍‌, ଦେଶ ଛାଡିବା ପାଇଁ ନ୍ୟୁଜ୍‌ ଆଙ୍କର ଦେଲେ ପରାମର୍ଶ

କିଙ୍ଗ୍‌ ଖାନ୍‌ଙ୍କ ପୁଅ ଗିରଫ ହେଲା, ପାକିସ୍ତାନରେ ଚର୍ଚ୍ଚା ବଢିଲା। ପାକ୍‌ରେ ଅନେକ କଳାକାର କିଙ୍ଗ୍‌ ଖାନ୍‌ଙ୍କୁ ସମର୍ଥନ କରୁଥିବା ସହ ଆର୍ୟନଙ୍କ ଗିରଫଦାରୀକୁ ନାପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମରେ ଏନସିବି ଉପରେ ମନ ଖୋଲା ବର୍ଷିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
SRK

SRK

ନୂଆଦିଲ୍ଲୀ: କିଙ୍ଗ୍‌ ଖାନ୍‌ଙ୍କ ପୁଅ ଗିରଫ ହେଲା, ପାକିସ୍ତାନରେ ଚର୍ଚ୍ଚା ବଢିଲା। ପାକ୍‌ରେ ଅନେକ କଳାକାର କିଙ୍ଗ୍‌ ଖାନ୍‌ଙ୍କୁ ସମର୍ଥନ କରୁଥିବା ସହ ଆର୍ୟନଙ୍କ ଗିରଫଦାରୀକୁ ନାପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମରେ ଏନସିବି ଉପରେ ମନ ଖୋଲା ବର୍ଷିଛନ୍ତି। ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ଆଉ ଏହାରି ମଧ୍ୟରେ ପାକିସ୍ତାନର ଲୋକପ୍ରିୟ ନ୍ୟୁଜ୍‌ ଆଙ୍କର ୱକାର ଜାକାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

Advertisment

ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଶାହାରୁଖ ସାର୍‌ ଆପଣ ଭାରତ ଛାଡ଼ିଦିଅନ୍ତୁ, ପାକିସ୍ତାନ ପଳାଇ ଆସନ୍ତୁ। ନିଜେ ନୁହେଁ ବରଂ ପୂରା ପରିବାରକୁ ସାଙ୍ଗରେ ନେଇ ପଳାଇ ଆସନ୍ତୁ ପାକିସ୍ତାନ ବୋଲି ସେ ଟ୍ୱିଟ୍‌ କରି ଲେଖିଛନ୍ତି। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ମୋଦି ସରକାର ଆପଣଙ୍କୁ ବହୁତ ହଇରାଣ କରୁଛନ୍ତି, ତାଙ୍କ ସହ ଏନସିବି ମଧ୍ୟ ଆପଣଙ୍କ ସହ ଯାହା କଲା ତାହାକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି। ଏହାସହ ଏହା ସଂପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ୱକାର। ଆଉ ଏହି ଟ୍ୱିଟ୍‌ ପରେ ସୋସିଆଲ ମିଡ଼ିଆରେ ସେ ଟ୍ରୋଲ ମଧ୍ୟ ହେଉଛନ୍ତି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ତାଙ୍କୁ ପରିହାସ ମଧ୍ୟ କରୁଛନ୍ତି।

Advertisment

ଏଠାରେ କହିରଖୁଛି, କ୍ରୁଜ୍‌ ପାର୍ଟିରେ ଡ୍ରଗ୍ସ କାରବାର ଅଭିଯୋଗରେ ଆର୍ୟନ ଖାନ୍‌ ଜେଲରେ ରହିଛନ୍ତି। ବାରମ୍ବାର ଜାମିନ ଆବେଦନ ହେଉଥିଲେ ମଧ୍ୟ କୋର୍ଟ ଜାମିନ ଦେଇନାହାନ୍ତି। ଏପରିକି ଜେଲ୍‌ରେ ତାଙ୍କୁ ଶାହାରୁଖ ଏବଂ ଗୌରୀ ମଧ୍ୟ ଭେଟିଛନ୍ତି। ବଲିଉଡ଼୍‌ର ସୁପରଷ୍ଟାର ଶାହାରୁଖଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଜୋରସୋରରେ ହେଉଛି। କେବଳ କିଙ୍ଗ୍‌ ଖାନଙ୍କ ପୁଅ ନୁହେଁ ଏହି ମାମଲାରେ ଅନେକ ଛନ୍ଦି ହୋଇ ରହିଛନ୍ତି। ପୂରା ଘଟଣାର ତଦନ୍ତଭାର ବର୍ତ୍ତମାନ ଏନସିବି ହାତରେ ରହିଛି।

ତେବେ ଏହାରି ମଧ୍ୟରେ, ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଏକ ବଡ଼ ଟ୍ୱିଷ୍ଟ୍‌ ବି ସାମ୍ନାକୁ ଆସିଛି। ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ କାଳେ ହୋଇଥିଲା । ଏଥିପାଇଁ ଶାହାରୁଖଙ୍କୁ ଏନ୍‌ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ଜଣେ ସାକ୍ଷୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ନାଁ ପ୍ରଭାକର ସେଲ୍ ବୋଲି ଜଣାପଡ଼ିଛି। କିନ୍ତୁ ଏନେଇ ଏନସିବି ଅଧିକାରୀ ମୁହଁ ଖୋଲିନାହାନ୍ତି।

Pakistan NCB Shahrukh Khan
Advertisment
Advertisment