• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଯବାନଙ୍କୁ ୪ ବର୍ଷର ଛୁଆର ସାଲ୍ୟୁଟ୍

  • ଭାଇରାଲ୍‌ ହେବାରେ ଲାଗିଛି ଭିଡିଓ

ବେଙ୍ଗାଲୁରୁ: ଯବାନଙ୍କୁ ସାଲ୍ୟୁଟ୍‌ ମାରୁଛି ୪ ବର୍ଷର ଛୋଟ ଛୁଆ । ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଏହି ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । କର୍ଣ୍ଣାଟକର ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ଛୋଟ ଛୁଆ ହଠାତ୍‌ ଜଣେ ସି.ଆଇ.ଏସ୍.ଏଫ୍ କର୍ମଚାରୀଙ୍କୁ ଦେଖି ସାଲ୍ୟୁଟ୍‌ ପ୍ରଦାନ କରିଛି ।

ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ୪ ବୟସର ବାଳକ ଭୀର ନିଜ ପିତାଙ୍କ ସହ ବିମାନବନ୍ଦରକୁ ଯାଉଥିବା ସମୟରେ ଡ୍ୟୁଟିରେ ଥିବା ସି.ଆଇ.ଏସ୍.ଏଫ୍ ଯବାନଙ୍କୁ ଦେଖିଥିଲା । ସେଠାରେ ହିଁ ଅର୍ଜୁନ ରହି ଡ୍ୟୁଟିରେ ଥିବା ସି.ଆଇ.ଏସ୍.ଏଫ୍ ଯବାନଙ୍କୁ ସାଲ୍ୟୁଟ୍‌ ପ୍ରଦାନ କରିଥିଲା । ଗାଡି ଭିତରେ ଥିବା ଯବାନ ବାଳକଟିର ସାଲ୍ୟୁଟ୍‌ର ଦେଖି ଖୁସି ହୋଇ ଠିଆ ହୋଇ ଛୁଆଟିକୁ ସଲାମ୍‌ କରିବା ପାଇଁ ନିଜ ହାତ ଉଠାଇଥିଲେ ।

ନ୍ୟୁଜ ଏଜେନ୍ସି ଏନ୍‌ଡିଟିଭି ତଥ୍ୟ ଅନୁଯାୟୀ, ଭୀରର ପିତା ଏହି ଭିଡିଓକୁ ଟ୍ୱିଟ୍ କରିବା ପରେ ଧିରେ ଧିରେ ଏହି ଭିଡିଓଟି ୟୁଜର୍ସ ମାନଙ୍କ ମନ କିଣିପାରିଥିଲା । ଗତ ଅକ୍ଟୋବର ୧୮ ତାରିଖରେ ଭୀର ମାଆ ଏହି ଭିଡିଓଟିକୁ ନିଜ ଫୋନ୍‌ କ୍ୟାମେରାରେ କଏଦ୍‌ କରିଥିଲେ ବୋଲି ସେ କହିଥିଲେ ।

ଗତ ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ଭିଡିଓକୁ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତ ଯେ, ‘ଜଣେ ଶିଶୁ ଭାରତୀୟ ୟୁନିଫର୍ମରେ ଥିବା ଜଣେ ଯବାନମାନଙ୍କୁ ସାଲ୍ୟୁଟ୍‌ କରିଛି’ ଏହା ସହ ସେ ଛୁଆଟିର ପ୍ରଶଂସା ମଧ୍ୟ କରିଛନ୍ତି ।

 

ଏହି ଭିଡିଓଟି ସୋସିୟାଲ ମିଡିଆରେ ସେୟାର ହେବା ପରେ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ୱ ଭିୟର୍ସ ରହିଛି । ଅନେକ ଲୋକ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ ଦେଇଛନ୍ତି । ଭିଡିଓ ସମସ୍ତଙ୍କ ମନକୁ କିଣିପାରିଛି ।