Advertisment

ବେଲ୍‌ରେ ଆସିବେ ନା ପୁଣି ଜେଲ୍‌ରେ ରହିବେ ଆର୍ୟନ ?

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ମିଳିବ କି ବେଲ୍‌ ? ଗତ ୩ ସପ୍ତାହ ହେଲା ଜେଲ୍‌ରେ ଥିବା ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Aryan Khan

Aryan Khan

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ମିଳିବ କି ବେଲ୍‌ ? ଗତ ୩ ସପ୍ତାହ ହେଲା ଜେଲ୍‌ରେ ଥିବା ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ। ଆର୍ୟନଙ୍କ ସାଙ୍ଗ ଅରବାଜ୍ ମର୍ଚାଣ୍ଟ୍‌ ଏବଂ ଫ୍ୟାଶନ ମଡେଲ୍‌ ମୁନ୍‌ମୁନ୍‌ ଧମେଚାଙ୍କ ମଧ୍ୟ ଜାମିନ୍ ଆବେଦନର ଶୁଣାଣି କରିବେ ହାଇକୋର୍ଟ।

Advertisment

ପୂର୍ବରୁ ସ୍ପେଶାଲ ଓ ନିମ୍ନ ଅଦାଲତରେ ଜାମିନ୍ ଆବେଦନ ଖାରଜ ହୋଇଛି। ଆର୍ୟନ ଡ୍ରଗ୍ସ ଚାଟ୍ କରିଥିବା ନେଇ କିଛି ଠୋସ୍ ପ୍ରମାଣ ଏନ୍‌ସିବି କୋର୍ଟରେ ଦେଇଛି। ତେବେ ଏହାର ତଦନ୍ତ ଚାଲିଥିବାରୁ ଜାମିନ୍ ଦେବାକୁ ଅମଙ୍ଗ ହୋଇଥିଲେ ଅଦାଲତ। 

ସୂଚନାଥାଉ କି, ଅକ୍ଟୋବର ୧୯ରେ ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ଡ୍ରଗ୍ସ ସମ୍ବନ୍ଧିତ କାର୍ଯ୍ୟକଳାପରେ ନିୟମିତ ଭାବେ ଆର୍ୟନ ସାମିଲ ଥିଲେ ବୋଲି ଲାଗୁଛି।  ହ୍ୱାଟ୍ସଆପ୍‌ ଚାଟ୍‌ରୁ ମଧ୍ୟ ଲାଗୁଛି ଯେ, ଆର୍ୟନ ଡ୍ରଗ୍ସ ସ୍ମଗଲର୍‌ଙ୍କ ସହ ଯୋଗାଯୋଗରେ ଥିଲେ ବୋଲି କୋର୍ଟ ଆବେଦନ ଶୁଣାଣି ବେଳେ ଏହା କହିଥିଲେ। ଅରବାଜ୍ ଓ ମୁନ୍‌ମୁନ୍‌ଙ୍କ ଜାମିନ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ।  

Advertisment

ଅନ୍ୟପକ୍ଷେ, ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା। ଏଥିପାଇଁ ଶାହାରୁଖଙ୍କୁ ଏନ୍‌ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ସାକ୍ଷୀ ପ୍ରଭାକର ସେଲ୍ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ୨୫ କୋଟି ଡିଲ୍ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଭିଜିଲାନ୍ସ ରାଡାର୍‌ରେ ଏନ୍‌ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେ।

Aryan Khan Mumbai Cruise Rave Party NCB Drugs Case Aryan Khan Bail Hearing
Advertisment
Advertisment