• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଜନ ହ୍ରାସ କରାଏ ଗୁଜୁରାତି

ସାଧାରଣତଃ ଗୁଜରାତି ଖାଦ୍ୟରେ ପଡିଲେ ଖାଦ୍ୟର ସ୍ୱାଦ ବଢିଯାଇଥାଏ । ଏହା ରୋଷେଇ ସହିତ ପାଟିର ସ୍ୱାଦ ବଦଳାଇବା ପାଇଁ ମଧ୍ୟ ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ଖାଇଥାନ୍ତି । କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଏଥି ସହିତ ନିଶା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ବିଶେଷ କରି ଏହାର ବ୍ୟବହାର ଦ୍ୱାରା ନିଶା ସେବନ ବା ନିକୋଟିନ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ...

  • ତମାଖୁ ଉଦ୍ଭିଦରେ ଅତ୍ୟଧିକ ନିଶାର ରାସାୟନିକ ପଦାର୍ଥ ରହିଥାଏ । ଏହା ବିଶେଷକରି ସିଗାରେଟ୍ ର ଧୁଆଁ ମାଧ୍ୟମରେ ନିଶ୍ୱାସ ନେବା ଦ୍ୱାରା ଶରୀର ମଧ୍ୟକୁ ଯାଇଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । । ଯଦି ଆପଣ ଏହି ନିଶା ଛାଡିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଆପଣ ଗୁଜୁରାତି ବ୍ୟବହାର କରିପାରିବେ । ଏହା ନିଶା ସେବନ ଅଭ୍ୟାସରୁ ମୁକ୍ତି ଦେଇଥାଏ ।
  • ଗୁଜୁରାତିରେ ପୋଷକ ତତ୍ତ୍ୱ ସହିତ ଆଲଫା-ଟେର୍ପିନ୍, ଲିମୋନିନ୍, ମାଇକାନିନ ଏବଂ ମେଥୋଫୋନ୍ ଗୁଣ ରହିଥାଏ । ଏହାକୁ ଦିନକୁ ୪ଟି ପ୍ରତିଦିନ ଚୋବାନ୍ତୁ । ଏହି ନିଶା ଅଭ୍ୟାସ ଦୂର କରିବା ସହିତ ନିକୋଟିନ୍ ନମିଳିବା କାରଣରୁ ହେଉଥିବା ଅସ୍ଥିରତା ଏବଂ ଚିନ୍ତାରୁ ଆରାମ ଦେଇଥାଏ । ରାତିରେ ଭଲ ନିଦ ହେବା ସହିତ ମାନସିକ ଶାନ୍ତି ମିଳିଥାଏ ।
  • ଗୁଜୁରାତି ଆୟୁର୍ବେଦିକ ଗୁଣରେ ଭରପୂର ହୋଇଥାଏ । ଗୁଜୁରାତି ସହ ପାନମଧୁରୀ ଲଗାତାର ୭ ସପ୍ତାହ ଖାଇବା ଦ୍ୱାରା ନିଶା ଅଭ୍ୟାସରୁ ମୁକ୍ତି ମିଳିଥାଏ । ଏଥି ସହିତ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ଏବଂ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇନଥାଏ ।
  • କାଶ ଏବଂ ଥଣ୍ଡାକୁ ଉପଶମ କରେ ଗୁଜୁରାତି । ଗୁଜୁରାତିରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରହିଛି । ଗୁଜୁରାତି ଥଣ୍ଡା ଏବଂ କାଶ ଏବଂ କିଛି ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଚା'ରେ ଅଳ୍ପ ଗୁଜୁରାତି ପକାଇ ଚା ପଅନ୍ତୁ । ଏହା ଶରୀରକୁ ଉଷ୍ମତା ପ୍ରଦାନ କରି ଥଣ୍ଡାରୁ ଆରମ ଦେଇଥାଏ ।
  • ଉଚ୍ଚ ରକ୍ତଚାପକୁ ହ୍ରାସ କରେ ଗୁଜୁରାତି । ଆୟୁର୍ବେଦିକର ଘରୋଇ ଉପଚାର ଅନୁସାରେ ଏକ ଚାମଚ ଧନିଆ ଏବଂ ‌ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।
  • ଓଜନ ହ୍ରାସ କରାଏ ଗୁଜୁରାତି । ଗୁଜୁରାତିରେ ମେଟାବୋଲିଜିମ୍ ରହିଥାଏ ଯାହା ଶରୀରକୁ ଅଧିକ ଚର୍ବିକୁ ଦକ୍ଷତାର ସହିତ ଜଳାଇବାରେ ସାହାଯ୍ୟ କରେ ।