Advertisment

ସଲମାନଙ୍କୁ ପିଟିବାକୁ କାହିଁକି ଡରନ୍ତି ସହ କଳାକାର

ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର ଏକ ଫାଇଟିଂ ସିନ୍‌ ଏବେ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆୟୁଷ ଶର୍ମାଙ୍କ ପାଇଁ ଏହି ଫାଇଟ୍ ସିନ୍ ସଲମାନଙ୍କ ସହିତ କରିବା ସହଜ ନ ଥିଲା। ଏହି ସୂଚନା ନିଜେ ଆୟୁଷ ଶର୍ମା ଫିଲ୍ମର ଟ୍ରେଲର ରିଲିଜ୍ ହେବା ସମୟରେ ଦେଇଛନ୍ତି।

author-image
Pramod Behera
Why actors scare from salman khan to beat him during shooting

Why actors scare from salman khan to beat him during shooting

ନୂଆଦିଲ୍ଲୀ : ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର ଏକ ଫାଇଟିଂ ସିନ୍‌ ଏବେ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆୟୁଷ ଶର୍ମାଙ୍କ ପାଇଁ ଏହି ଫାଇଟ୍ ସିନ୍ ସଲମାନଙ୍କ ସହିତ କରିବା ସହଜ ନ ଥିଲା। ଏହି ସୂଚନା ନିଜେ ଆୟୁଷ ଶର୍ମା ଫିଲ୍ମର ଟ୍ରେଲର ରିଲିଜ୍ ହେବା ସମୟରେ ଦେଇଛନ୍ତି।

Advertisment

ଆୟୁଷ ଶର୍ମାଙ୍କୁ ଯେତେବେଳେ ଫିଲ୍ମରେ ସଲମାନ ଖାନଙ୍କ କ୍ରୋଧ ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ ସେ ଖୁବ ଡରିଯାଇଥିଲେ। ତାଙ୍କ କହିବା କଥା “ଭାଇ ବହୁତ ନମ୍ର ହୃଦୟର। ବାସ୍ତବ ଜୀବନରେ ସେ ତ ବହୁତ ଶାନ୍ତ। କିନ୍ତୁ ଯେତେବେଳେ ତାଙ୍କୁ ମୁଭି ସେଟ୍‌ରେ ଦେଖାଯାଏ ଅନୁଭବ ହୁଏ ଯେ ତମେ ସଲମାନ ଖାନଙ୍କ ସାମ୍ନାରେ ଛିଡା ହେଇଛ, ଆଉ ତାଙ୍କୁ ପଞ୍ଚ୍‌ ମାରିବାର ଅଛି। ଏହି ପରିସ୍ଥିତିରେ ମୁଁ ଟିକେ ହଡବଡ ହୋଇଯାଇଥିଲି।” କାରଣ ସୁଟିଂ ସମୟରେ ସଲମାନ ତାଙ୍କ ଲୋକଙ୍କୁ କହିଥିଲେ ଯେ ଗାଡିକୁ ପ୍ରସ୍ତୁତ କରି ରଖିବ, ଯଦି ବି ପଞ୍ଚ୍‌ ଏପଟ ସେପଟ ହୋଇଯାଏ ତେବେ ସେ ସିଧା ଯାଇ ଗାଡିରେ ବସିଯିବେ। ଏଭଳି ପରିସ୍ଥିତିରେ କିଏ ବା ନ ଡରିବ ଯେ।”

Advertisment

ଖାଲି ଆୟୁଷ ନୁହେଁ, ସାଉଥ୍‌ ସୁପରଷ୍ଟାର୍ କିଚ୍ଛା ସୁଦୀପ ମଧ୍ୟ ସଲମାନ ଖାନଙ୍କ ସହ ସୁଟିଂ କରିବାକୁ ଡରୁଥିଲେ। ସଲମାନ ଖାନଙ୍କ ‘ଦବଙ୍ଗ ୩’ ସୁଟିଂ ବେଳେ ତାଙ୍କୁ କିକ୍ ମାରିବାର ଥିଲା, ତାହା ପୁଣି ସଲମାନ ଖାନ୍‌ଙ୍କୁ। ଏହା ତାଙ୍କ ପାଇଁ ବହୁତ କଷ୍ଟକର ଥିଲା। ସେ ସମୟରେ କିଚ୍ଛା ସୁଦୀପ କହିଥିଲେ ଯେ “ସଲମାନ ଖାନ୍ ପୂରା ଶକ୍ତିର ସହିତ ଠିଆ ହୋଇଥିଲେ, କିନ୍ତୁ ମୁଁ ଏ ସିନ୍ କରିପାରୁ ନ ଥିଲି। ସଲମାନ ମତେ କହିଥିଲେ ଯେ ତାଙ୍କୁ କିକ୍ ମାରିବାକୁ। କିନ୍ତୁ ମୁଁ ପ୍ରଭୁଦେବା ସାର୍‌ଙ୍କୁ କହିଥିଲି ଯେ ମୁଁ ଏହା କରିପାରିବି ନାହିଁ, ମୁଁ ସଲମାନକୁ କିକ୍‌ ମାରିପାରିବି ନାହିଁ। ଯଦି ତମ ମନରେ କାହା ପ୍ରତି ସମ୍ମାନ ଅଛି ତେବେ ତମେ ଏମିତି କରିପାରିବ ନାହିଁ। ଏହା ପରେ ଆମକୁ ଏହି ସିନ ଅଲଗା ଉପାୟରେ ସୁଟିଂ କରିବାକୁ ହେଲା।”

ବଲିଉଡର ଅନେକ ନବାଗତ ସଲମାନ ଖାନଙ୍କୁ ବହୁତ ସମ୍ମାନ ଦିଅନ୍ତି। ଏହି ସମ୍ମାନ କାରଣରୁ ସେମାନେ ସଲମାନଙ୍କୁ ସୁଟିଂ ସେଟ୍‌ରେ ପିଟିବା ନେଇ ପଛଘୁଞ୍ଚା ଦିଅନ୍ତି।

Salman Khan Bollywood Actor Bollywood Antim: The Real Truth
Advertisment
Advertisment