Advertisment

ନୂଆ ପରିଚୟ ପାଇବ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ : ଖୁସି ଜାହିର କଲେ ସୋସିଆଲ ମିଡିଆ ୟୁଜର୍ସ

ବଦଳିବ ଫେସବୁକ ନାଁ। ନୂଆ ପରିଚୟ ପାଇବାକୁ ଯାଉଛି ବିଶ୍ୱର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ। ଖୁବ ଶୀଘ୍ର ନୂଆ ନାଁ ଓ ନୂଆ ପରିଚୟ ସହ ସାମ୍ନାକୁ ଆସିବ ଫେସବୁକ। ଯାହାକୁ ନେଇ ଖୁସି ଜାହିର କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

author-image
Prangyan Parimita
ଅଦ୍ୟତନ ହୋଇଛି
New Name Of Facebook

New Name Of Facebook

ବଦଳିବ ଫେସବୁକ ନାଁ । ନୂଆ ପରିଚୟ ପାଇବାକୁ ଯାଉଛି ବିଶ୍ୱର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ। ଖୁବ ଶୀଘ୍ର ନୂଆ ନାଁ ଓ ନୂଆ ପରିଚୟ ସହ ସାମ୍ନାକୁ ଆସିବ ଫେସବୁକ । ଯାହାକୁ ନେଇ ଖୁସି ଜାହିର କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ। କଣ ରହିବ ନୂଆ ନାଁ ତାହାକୁ ନେଇ ଲାଗି ରହିଛି ଉତ୍କଣ୍ଠା। ଆସନ୍ତା ସପ୍ତାହ ସୁଦ୍ଧା କମ୍ପାନୀ ନିଜର ରି-ବ୍ରାଣ୍ଡିଂ ପ୍ରସ୍ତୁତ କରି ନୂତନ ନାମ ଘୋଷଣା କରିପାରେ ବୋଲି କୁହାଯାଉଛି।

Advertisment

ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଆଦିର ପ୍ୟାରେଣ୍ଟ କମ୍ପାନୀ ହେଉଛି ଫେସବୁକ୍। କମ୍ପାନୀର ନାଁ ବଦଳାଇ ଫେସବୁକ୍ ଏକ ସୋସିଆଲ ମିଡିଆ ଭାବେ ଅନ୍ୟ ଆପ୍ ଭଳି ଏକ ପ୍ୟାରେଣ୍ଟ କମ୍ପାନୀ ଅଣ୍ଡରରେ ଆସିବ। ସେବା କ୍ଷେତ୍ର ପ୍ରଶସ୍ତ କରିବା ଲକ୍ଷ୍ୟରେ ‘ସିଲିକନ୍‌ ଭେଲି’ରେ କମ୍ପାନିମାନେ ସେମାନଙ୍କର ନାମ ପରିବର୍ତ୍ତନ କରିବା ନୂଆ କଥା ନୁହେଁ। ଅତୀତରେ ଏମିତି ଅନେକ କଂପାନୀ ନିଜର ନାଁ ବଦଳାଇ ସାରିଛନ୍ତି। ଥରେ ନୁହେଁ ଅନେକ ଥର କଂପାନୀ ନାଁ ବଦଳାଇଥିବା ନଜିର ରହିଛି। ତେବେ ଫେସବୁକ୍ ପ୍ରଥମ ଥର ପାଇଁ ନିଜ ନାଁ ବଦଳାଇବାକୁ ଯାଉଛି।

‘ଇନ୍‌ଷ୍ଟାଗ୍ରାମ୍‌’, ‘ହ୍ଵାଟ୍‌ସ୍‌ଆପ୍‌’, ‘ଓକ୍ୟୁଲସ୍‌’ ଏବଂ ଅନ୍ୟାନ୍ୟ ଗ୍ରୁପ୍‌ ସବୁ ଯେମିତି ମୂଳ କମ୍ପାନିର ତତ୍ତ୍ୱାବଧାନରେ ରହିଛନ୍ତି, ନାମ ପରିବର୍ତ୍ତନ ପରେ ‘ଫେସ୍‌ବୁକ୍‌’ ସେମିତି ରହିବ ବୋଲି ପ୍ରତିଷ୍ଠିତ ଗଣମାଧମ ‘ଦି ଭର୍ଜ’ ଏକ ରିପୋର୍ଟ କରିଛି। ବର୍ତ୍ତମାନ ଫେସବୁକ ଏକ ମେଟାଭର୍ସ କମ୍ପାନୀ ପରିକଳ୍ପନା ନେଇ କାମ କରୁଛି। ମେଟାଭର୍ସ ଏମିତି ଏକ ଭର୍ଚୁଆଲ ପ୍ଲାଟଫର୍ମ ଯେଉଁଠି ଲୋକେ ଶାରୀରିକ ଭାବେ ନ ରହି ଉପସ୍ଥିତ ଜାହିର କରି ପାରିବେ। ଯେଉଁଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ କମ୍ପାନି ‘ୟୁରୋପିଆନ୍‌ ୟୁନିୟନ୍‌’ ୧ ଲକ୍ଷ ଚାକିରି ସୃଷ୍ଟି କରିବ ବୋଲି ଗତ ଜୁଲାଇରେ ମାର୍କ ଜୁକରବର୍ଗ ଜଣାଇଥିଲେ।

Advertisment

ଏଇ ମାସ ୨୮ ତାରିଖରେ ଫେସବୁକର ଏକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଫେସବୁକର ନୂତନ ନାମ ଘୋଷଣା କରିବାର ରହିଛି। ତେବେ ଏନେଇ ଫେସବୁକ୍ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନଥିଲେ ବି ଏମିତି ଚର୍ଚ୍ଚା ଜୋର ଧରିଛି। ଏବେ ଦେଖିବାର କଥା ଫେସବୁକର ନୂଆ ନାଁ କଣ ହେବାକୁ ଯାଉଛି।

Facebook
Advertisment
Advertisment