Advertisment

କୋଭାକ୍ସିନକୁ ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ସ୍ୱୀକୃତି

କୋଭାକ୍ସିନକୁ ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ସ୍ୱୀକୃତି । ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ସ୍ୱୀକୃତି ଦେବା ଲାଗି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ ହୋଇଛି । ଟେକ୍ନିକାଲ କମିଟି ଅନୁଧ୍ୟାନ ପରେ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Covaxin

Covaxin

ନୂଆଦିଲ୍ଲୀ: କୋଭାକ୍ସିନକୁ ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ସ୍ୱୀକୃତି । ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ସ୍ୱୀକୃତି ଦେବା ଲାଗି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ ହୋଇଛି । ଟେକ୍ନିକାଲ କମିଟି ଅନୁଧ୍ୟାନ ପରେ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Advertisment

WHO ର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନଙ୍କ ସୂଚନା ଅନୁସାରେ କୋଭାକ୍ସିନ ଭାରତରେ ଟିକାକରଣରେ ସାମିଲ ହୋଇଛି । ହେଲେ ବର୍ତ୍ତମାନ ଯାଏଁ ଏହାକୁ WHO ର ସ୍ୱୀକୃତି ମିଳିବାରେ ବିଳମ୍ବ ହୋଇଛି । ଏହାକୁ ଅନ୍ତର୍ଜାତୀୟ ସ୍ୱୀକୃତି ଦେବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment

କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ। ତେବେ ଭାରତ ବାୟୋଟେକ ପକ୍ଷରୁ WHOର ମଞ୍ଜୁରୀ ପାଇଁ ଆବଶ୍ୟକ ସମସ୍ତ ଡାଟା ଏପ୍ରିଲ ୧୯ ରୁ ଜମା କରି ଦିଆଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀ ମିଳିନଥିବାରୁ କୋଭାକ୍ସିନର ଦୁଇ ଡୋଜ୍ ଟିକା ନେଇଥିଲେ ବି ବିଦେଶରେ ଏହାକୁ ଗ୍ରହଣ କରାଯା ନାହିଁ । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ଭାରତ ସରକାର। ପୂର୍ବରୁ ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ(NIH) କୋଭାକ୍ସିନ ପ୍ରଭାବଶାଳୀ ବୋଲି ଦାବି କରିଥିଲା । କୋଭାକ୍ସିନ ନେଇଥିବା ଲୋକଙ୍କ ବ୍ଲଡ୍ ସେରମ୍ ଉପରେ ଦୁଇଟି ଅଧ୍ୟୟନ କରାଯାଇଥିବା କହିଛି NIH । ଟିକା ନେବା ଦ୍ୱାରା ଶରୀରରେ ଆଣ୍ଟିବଡି ଉତ୍ପାଦନ କରୁଛି, ଯାହା SARS-CoV-2 ର ଆଲଫା (B.1.1.7) ଏବଂ ଡେଲଟା (B.1.617) ପ୍ରକାରକୁ ପ୍ରଭାବଶାଳୀ ଭାବରେ ମାତ୍ ଦେଇଥାଏ ।

WHO COVAXIN
Advertisment
Advertisment