Advertisment

କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ, ଏହା ତୃତୀୟ ଲହର ସଂକେତ: DMET

ଶିଶୁଙ୍କୁ ଅଧିକ ସଂକ୍ରମଣ ଭୟ ଥିବାରୁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଆମ ରାଜ୍ୟରେ ଡେଲ୍ଟା ଭାଇରସ୍ ସଂଖ୍ୟା ଅଧିକ ଥିଲେ ବି ସଂକ୍ରମଣ ହେଉନି ବୋଲି ସେ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ, ଏହା ତୃତୀୟ ଲହର ସଂକେତ: DMET

DMET Chief CBK Mohanty

ଭୁବନେଶ୍ୱର: କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ, ଏହା ୩ୟ ଲହର ସଂକେତ। ଏହା କହିଛନ୍ତି DMET ମୁଖ୍ୟ ଡାକ୍ତର ସିବିକେ ମହାନ୍ତି। କରୋନାର ୩ୟ ଲହର ଓ ଡେଲ୍ଟା ଭାଇରସ ନେଇ DMET ସୂଚନା ଦେଇଛନ୍ତି- ଅଗଷ୍ଟରେ ୩ୟ ଲହର ଆସିବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବରରେ ଶୀର୍ଷକୁ ଯିବ ବୋଲି ଆକଳନ ହୋଇଛି। ରାଜ୍ୟରେ ଡାଉନ ୱାର୍ଡ ଟ୍ରେଣ୍ଡରେ ଅଛି, ୩ୟ ଲହର ପ୍ରଭାବ କମ୍ ରହିବ ବୋଲି ସେ କହିଛନ୍ତି।

Advertisment

କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ, ଏହା ୩ୟ ଲହର ସଂକେତ। ଶିଶୁଙ୍କୁ ଅଧିକ ସଂକ୍ରମଣ ଭୟ ଥିବାରୁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଆମ ରାଜ୍ୟରେ ଡେଲ୍ଟା ଭାଇରସ୍ ସଂଖ୍ୟା ଅଧିକ ଥିଲେ ବି ସଂକ୍ରମଣ ହେଉନି ବୋଲି ସେ କହିଛନ୍ତି।

ତେବେ ଗତକାଲି ଆର୍‌ ଭ୍ୟାଲୁ ଓ ସଂକ୍ରମଣ କମିବା ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଥିଲେ ଯେ ଓଡ଼ିଶାରେ ୧ ପ୍ରତିଶତ ତଳେ ଆର୍ ଭ୍ୟାଲୁ ରହିଥିବାରୁ ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟରେ ଆର୍ ଭ୍ୟାଲୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଆର ଭ୍ୟାଲୁ ୧ ପ୍ରତିଶତ ଉପରେ ରହିଲେ ଜଣେ ଅନ୍ୟ ଜଣଙ୍କୁ ସଂକ୍ରମଣ କରିବ। ଦେଶରେ କେତେକ ରାଜ୍ୟରେ ଆର ଭ୍ୟାଲୁ ୧ ପ୍ରତିଶତ ଉପରେ ରହିଛି। ଫଳରେ ସେଠାରେ ସଂକ୍ରମଣ ବଢୁଛି। ଓଡ଼ିଶାରେ ସଂକ୍ରମଣ କମୁଥିବାରୁ ଆର୍ ଭ୍ୟାଲୁ ନିଶ୍ଚିତ ଭାବେ ୧ ପ୍ରତିଶତ ତଳେ ଥିବା ଡିଏମ୍ଇଟି କହିଥିଲେ।

Advertisment

ରାଜ୍ୟ(ଓଡ଼ିଶା)ରେ କରୋନା ସଂକ୍ରମଣ ନିମ୍ନ ମୁହାଁ ହେଉଛି। ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟା ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।

ଦେଶରେ ୨୪ ଘଣ୍ଟାରେ ୩୦,୫୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭
ଦେଶରେ ଦିନକରେ ୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫କୁ ବୃଦ୍ଧି ହୋଇଛି। 

3rd Wave Of Corona In India Odisha News DMET Director CBK Mohanty
Advertisment
Advertisment