Advertisment

ବିଦ୍ୟାଭାରତୀ ଗାଁକୁ ଯାଇ ଡ୍ରାଇଭରକୁ ପଚରାଉଚରା କରିବ ପୋଲିସ

ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୋଲିସ ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ଭାଇ ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା, ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର।

author-image
Chandan Shishu
ବିଦ୍ୟାଭାରତୀ ଗାଁକୁ ଯାଇ ଡ୍ରାଇଭରକୁ ପଚରାଉଚରା କରିବ ପୋଲିସ

soumya and Bidyabharti

ଭୁବନେଶ୍ୱର: ନିଆଁରେ ଜଳି ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ଦୋଷୀ କିଏ ଏଯାଏଁ ସାମ୍ନାକୁ ଆସିନାହିଁ କି କାହାକୁ ବି ଗିରଫ କରାଯାଇନି। ଏହି ରହସ୍ୟଜନକ ମୃତ୍ୟୁକୁ ୨୨ ଦିନ ବିତିଯାଇଥିଲେ ବି କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ପାରଳାଖେମୁଣ୍ଡି ପୋଲିସ ମୟୁରଭଞ୍ଜ କପ୍ତିପଦା ସ୍ଥିତ ବିଦ୍ୟାଭାରତୀଙ୍କ ଗୌଡ଼ ଗାଁକୁ ଆସନ୍ତାକାଲି ଯିବ ବୋଲି ଜଣାପଡ଼ିଛି। କାରଣ ସୌମ୍ୟଙ୍କ ମୃତ୍ୟୁ ଦିନ କପ୍ତିପଦାର ଏକ ଗାଡ଼ି ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିଲା। ସେହି ଗାଡ଼ିର ଡ୍ରାଇଭରଙ୍କୁ ପଚରାଉଚରା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

Advertisment

ଏଣେ ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୋଲିସ ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ଭାଇ ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା, ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର। ତାସହ ବିଦ୍ୟାଭାରତୀଙ୍କ ସହପାଠୀ କୁହାଯାଉଥିବା ଉଦଳା ଅଞ୍ଚଳର ଅକ୍ଷୟଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ ବୋଲି ସୌମ୍ୟଙ୍କ ମାମୁ ପୁଅ ଭାଇ କହିଛନ୍ତି।

ସେପଟେ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର।  ତଦନ୍ତ ଅଗ୍ରଗତିରେ ପୁଲିସର ଭୂମିକା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।  ସୌମ୍ୟଙ୍କ ଭାଇ କହିଛନ୍ତି ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟି ଗଲାଣି ।  ଘଟଣାକୁ ୨୧ ଦିନ ବିତିଥିଲେ ଏଯାଏଁ ପୁଲିସ କାହାରିକୁ ଗିରଫ କରି ନାହିଁ  । ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଆସିପାରିବ ବୋଲି ସେ କହିଛନ୍ତି  । ଜୁଲାଇ ୧୩ରେ ପୋଡି ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।

Advertisment
Crime Branch Odisha Police ACF Death Odisha
Advertisment
Advertisment