Advertisment

ବିଦ୍ୟାଭାରତୀଙ୍କ ଗାଁରେ ପୋଲିସ୍, କୁଆଡେ ଗଲେ ଡ୍ରାଇଭର?

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଭାରତୀଙ୍କ ଘରକୁ ଯାଇ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ପଚରାଉଚରା କରିଛି। ପୋଲିସ କେବଳ ଅନ୍ଧାରରେ ବାଡି ବୁଲାଉଛି। ଏହି ମାମଲାରେ ଡିଏଫ୍‌ଓ ଆଗରୁ କ୍ଲିନ୍‌ଚିଟ୍ ପାଇଛନ୍ତି।

author-image
Chandan Shishu
ବିଦ୍ୟାଭାରତୀଙ୍କ ଗାଁରେ ପୋଲିସ୍, କୁଆଡେ ଗଲେ ଡ୍ରାଇଭର?

Bidyabharati panda

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିଦ୍ୟାଭାରତୀଙ୍କ ଘରେ ପୋଲିସ୍ ଟିମ୍ ପହଞ୍ଚିଛି। ପ୍ରଥମେ ପାରଳାଖେମୁଣ୍ଡିର ୪ ଜଣିଆ ପୋଲିସ ଟିମ୍ କପ୍ତିପଦା ଥାନାରେ ପହଞ୍ଚିଥିଲା। ପରେ ଟିମ୍ ବିଦ୍ୟାଭାରତୀଙ୍କ ଘରକୁ ଯାଇଛି। ସୌମ୍ୟଙ୍କ ମୃତ୍ୟୁ ଦିନ କପ୍ତିପଦାର ଏକ ଗାଡ଼ି ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିଲା। ତେବେ ସେଇ ଗାଡ଼ିର ଡ୍ରାଇଭର ପଚରାଉଚରା କରାଯିବାକୁ ଥିଲେ ବି ସମ୍ପୃକ୍ତ ଡ୍ରାଇଭର ଗାଁରେ ନଥିବା ସୂଚନା ମିଳିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଭାରତୀଙ୍କ ଘରକୁ ଯାଇ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ପଚରାଉଚରା କରିଛି। ପୋଲିସ କେବଳ ଅନ୍ଧାରରେ ବାଡି ବୁଲାଉଛି। ଏହି ମାମଲାରେ ଡିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍ ଦେଇଛି।    

ଏହି ରହସ୍ୟଜନକ ମୃତ୍ୟୁକୁ ୨୩ ଦିନ ବିତିଯାଇଥିଲେ ବି କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଏଯାଏଁ ପୋଲିସ କାହାକୁ ଗିରଫ କରିନାନାହିଁ କି ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । କାହା ବିରୋଧରେ କାଯର୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର।  

Advertisment

ସେପଟେ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର।  ତଦନ୍ତ ଅଗ୍ରଗତିରେ ପୁଲିସର ଭୂମିକା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି।  ସୌମ୍ୟଙ୍କ ଭାଇ କହିଛନ୍ତି ପୁଲିସ ତଦନ୍ତ ଉପରୁ ଆମର ଭରସା ତୁଟି ଗଲାଣି ।  ଘଟଣାକୁ ୨୧ ଦିନ ବିତିଥିଲେ ଏଯାଏଁ ପୁଲିସ କାହାରିକୁ ଗିରଫ କରି ନାହିଁ  । ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଆସିପାରିବ ବୋଲି ସେ କହିଛନ୍ତି  । ଜୁଲାଇ ୧୩ରେ ପୋଡି ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।

Paralakhemundi ACF Death Odisha News Odisha Police
Advertisment
Advertisment