Advertisment

ନିଜ ଘରୁ ଚୋରି ହୋଇଥିବା କହି ଫସିଗଲେ ନନା !

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

author-image
Chandan Shishu
ନିଜ ଘରୁ ଚୋରି ହୋଇଥିବା କହି ଫସିଗଲେ ନନା !

Loot Expose

ରାୟଗଡ଼: କଥାରେ ଅଛି, ଚୋର ମୁହଁ ଟାଣ। ଚୋର ଯେତେ ଚାଲାକି ହେଲେ ବି କିଛି ନା କିଛି ପ୍ରମାଣ ଛାଡି ଚାଲିଥାଏ। ଜଣେ ଲୋକଙ୍କ ଘରୁ ସୁନା ଅଳଙ୍କାର, ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହେଲା। ଏନେଇ ମାମଲା ରୁଜୁ ହେବା ପରେ ପୋଲିସ୍ ଆରମ୍ଭ କରିଥିଲା ତନାଘନା। ହେଲେ ଚୋରି କରିଥିବା ଲୋକଙ୍କୁ ଧରିବା ପରେ ସମସ୍ତଙ୍କ ସତେ ଯେପରି ହୋସ୍ ଉଡିଗଲା। ଯିଏ ଚୋରି ଅଭିଯୋଗ କରିଥିଲା ତାଙ୍କ ଘରୁ ବାହାରିଲା ଚୋରି ସାମଗ୍ରୀ। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ରାୟଗଡ଼ା ସଦର ଥାନା ଅଂଚଳରେ।

Advertisment

ନିଜ ଘରୁ ଚୋରି ହୋଇଥିବା ଅଭିଯୋଗ କରି ପୋଲିସ ଫାସରେ ପଡ଼ିଛନ୍ତି ଜଣେ ବ୍ୟକ୍ତି। ରେଡ୍ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଟଙ୍କା ଓ ସୁନା ଗହଣା ଜବତ କରିଛି। ପୋଲିସର ସୂଚନା ଅନୁସାରେ,  ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ ଆରମ୍ଭ ହେଲା। ତଦନ୍ତ ବେଳେ ବିଶ୍ୱନାଥଙ୍କ ଉପରେ ସନ୍ଦେହ ହେବାରୁ ପଚରାଉଚରା ବେଳେ ସେ ନିଜେ ଚୋରି କରିଥିବା ନେଇ ସବୁକିଛି ମାନି ଯାଇଥିଲେ। ନିଜ ଘରେ ଲୁଚାଇ ରଖିଥିବା ସୁନା ଓ ଟଙ୍କାକୁ ପୋଲିସ ଉଦ୍ଧାର କରିଥିଲା। ମାମଲାରେ ଅଧିକ ତଦନ୍ତ ପୋଲିସ୍ ଜାରି ରଖିଛି।

Advertisment
Odisha News Odisha Police Loot
Advertisment
Advertisment