Advertisment

ଚିନ୍ତା ବଢାଉଛି କରୋନା ଟ୍ରେଣ୍ଡ୍: ବଢିଲା ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା

୪୧୫ ଲୋକାଲ କେସ୍ ହୋଇଥିବା ବେଳେ, ୫୭୮ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

author-image
Chandan Shishu
ଅଦ୍ୟତନ ହୋଇଛି
ଚିନ୍ତା ବଢାଉଛି କରୋନା ଟ୍ରେଣ୍ଡ୍: ବଢିଲା ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା

Covid test Children

ଗତ ୨୪ ଘଣ୍ଟାରେ ୯୯୩ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୧୫ ଲୋକାଲ କେସ୍ ହୋଇଥିବା ବେଳେ, ୫୭୮ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣ ୧୮ରୁ କମ୍ ବୟସର ଅଛନ୍ତି। ଗତକାଲି ଏହି ବର୍ଗରୁ ୯୬ ଜଣ ଚିହ୍ନଟ ହୋଇଥିଲେ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

Advertisment

କେଉଁ ଜିଲ୍ଲାରୁ କେତେ- 

ଅନୁଗୁଳ- ୧୮, ବାଲେଶ୍ୱର- ୩୦, ବରଗଡ଼- ୧୦, ଭଦ୍ରକ- ୧୨, ବଲାଙ୍ଗିର- ୧୩, ବୌଦ୍ଧ- ୧, କଟକ- ୯୫, ଦେବଗଡ଼- ୪, ଢେଙ୍କାନାଳ- ୩୨, ଗଜପତି- ୧, ଗଂଜାମ- ୫, ଜଗତସିଂହପୁର- ୫୧, ଯାଜପୁର- ୬୦, ଝାରସୁଗୁଡ଼ା- ୨, କଳାହାଣ୍ଡି- ୨, କନ୍ଧମାଳ- ୭, କେନ୍ଦ୍ରାପଡ଼ା- ୧୫, କେନ୍ଦୁଝର- ୧୦, ଖୋର୍ଦ୍ଧା- ୪୧୯, କୋରାପୁଟ- ୧, ମାଲକାନଗିରି- ୧, ମୟୂରଭଞ୍ଜ- ୪୨, ନବରଙ୍ଗପୁର- ୧, ନୟାଗଡ଼- ୧୬, ନୂଆପଡ଼ା- ୧, ପୁରୀ- ୨୫, ରାୟଗଡ଼ା- ୩, ସମ୍ବଲପୁର- ୧୧, ସୁବର୍ଣ୍ଣପୁର- ୫, ସୁନ୍ଦରଗଡ଼- ୮, ଷ୍ଟେଟପୁଲ୍- ୯୩ ଚିହ୍ନଟ ହୋଇଛନ୍ତି। 

ସେହିପରି ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୭, ଅନୁଗୁଳ ଓ ବାଲେଶ୍ୱରରୁ ୫ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରୁ ୩ ଲେଖାଏଁ, ପୁରୀରୁ ୨, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୦୮୬କୁ ବୃଦ୍ଧି ପାଇଛି। 

Advertisment
Odisha News COVID-19
Advertisment
Advertisment